ETV Bharat / bharat

ପ୍ରସାଦଙ୍କ ଟାର୍ଗେଟରେ ଟ୍ବିଟର

author img

By

Published : Jun 16, 2021, 3:51 PM IST

ଗାଜିୟାବାଦ ମାମଲା ବିବାଦର ରୂପ ନେଉଥିବାବେଳେ ଏବେ ଟ୍ବିଟରକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଟ୍ବିଟର ବିରୋଧରେ କଡା ଆଭିମୁଖ୍ୟ ଆପଣାଇ ସିରିଜ ଟ୍ବିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର । ଅଧିକ ପଢନ୍ତୁ...

ପ୍ରସାଦଙ୍କ ଟାର୍ଗେଟରେ ଟ୍ବିଟର
ପ୍ରସାଦଙ୍କ ଟାର୍ଗେଟରେ ଟ୍ବିଟର

ନୂଆଦିଲ୍ଲୀ: ନୂଆ ଆଇଟି ଆଇନକୁ ଅନୁପାଳନ ଭାରତ ଓ ଟ୍ବିଟର ମଧ୍ୟରେ ବଢିଚାଲିଛି ବିବାଦ । ଗାଜିୟାବାଦ ମାମଲା ବିବାଦର ରୂପ ନେଉଥିବାବେଳେ ଏବେ ଟ୍ବିଟରକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ଟ୍ବିଟର ବିରୋଧରେ କଡା ଆଭିମୁଖ୍ୟ ଆପଣାଇ ସିରିଜ ଟ୍ବିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅଭିବ୍ୟକ୍ତିର ସ୍ବତନ୍ତ୍ରତା ନାଁରେ ଆଇନରୁ ବଞ୍ଚାଯାଇ ପାରିବନି ବୋଲି କହିଛନ୍ତି ପ୍ରସାଦ ।

ପ୍ରସାଦ କ୍ରମାଗତ ଅନେକ ପୋଷ୍ଟ କରି କହିଛନ୍ତି, ଯଦି କୌଣସି ବିଦେଶୀ ସଂସ୍ଥାକୁ ଲାଗୁଛି ଯେ ଏହା ଭାରତରେ ଅଭିବ୍ୟକ୍ତିର ସ୍ବତନ୍ତ୍ରତାକୁ ଆଳ କରି ଆଇନର ପାଳନରୁ ନିଜକୁ ବଞ୍ଚାଇପାରିବ, ତ ଏଭଳି ପ୍ରୟାସ ଭିତ୍ତିହୀନ ।

କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆକୁ ନେଇ କହିଛନ୍ତି, ସତ୍ୟ ଏହା ଯେ ମେ 26ରୁ କାର୍ଯ୍ୟକାରୀ ହୋଇଥିବା ଅନ୍ତରୀଣ ଗାଇଡଲାଇନର ଅନୁପାଳନ କରିବାରେ ଟ୍ବିଟର ଅସଫଳ ରହିଛି । ଟ୍ବିଟରକୁ ଅନେକ ସୁଯୋଗ ଦିଆଯାଇଛି । ହେଲେ ଏହା ଆଇନ ପାଳନ ନ କରିବାର ରାସ୍ତା ବାଛିନେଇଛି ।

ପ୍ରସାଦ ଆହୁରି କହିଛନ୍ତି, ଗାଜିୟାବାଦରେ ଯାହା କିଛି ହେଲା ଏହା ପରେ ଟ୍ବିଟର କାର୍ଯ୍ୟାନୁଷ୍ଠାନ ନ ନେବା ଆଶ୍ଚର୍ଯ୍ୟର କଥା । ଏଥିରୁ ଜଣାପଡୁଛି ଯେ ଫେକ୍‌ ନ୍ୟୁଜ ସହ ଟ୍ବିଟରର ଲଢେଇ ଅସ୍ଥିରତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.