ETV Bharat / bharat

'ସରକାରଙ୍କ ନିର୍ଦ୍ଦେଶରେ ଚାଲୁଛି Twitter’ - ଟ୍ବିଟର

ଟ୍ବିଟର ପକ୍ଷପାତିତା କରିବା ସହିତ ସରକାରଙ୍କ ନିର୍ଦ୍ଦେଶରେ ଚାଲୁଛି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି କଂଗ୍ରେସ ନେତା ରାହୁଲ । ଅଧିକ ପଢନ୍ତୁ...

କଂଗ୍ରେସ ନେତା ରାହୁଲ
କଂଗ୍ରେସ ନେତା ରାହୁଲ
author img

By

Published : Aug 13, 2021, 2:49 PM IST

ନୂଆଦିଲ୍ଲୀ: କିଛି ଦିନ ତଳେ ଟ୍ବିଟର ରାହୁଲଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଆକାଉଣ୍ଟ ବନ୍ଦ କରି ଦେଇଛି । ଏହା ପରେ ଟ୍ବିଟର ଓ ରାହୁଲଙ୍କ ଭିତରେ ଆରମ୍ଭ ହୋଇଛି ଯୁଦ୍ଧ । ଏବେ ଟ୍ବିଟର ଉପରେ ବର୍ଷିଛନ୍ତି ରାହୁଲ । ଟ୍ବିଟର ପକ୍ଷପାତିତା କରିବା ସହିତ ସରକାରଙ୍କ ନିର୍ଦ୍ଦେଶରେ ଚାଲୁଛି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି କଂଗ୍ରେସ ନେତା ରାହୁଲ ।

କମ୍ପାନୀ ସରକାର ଓ ରାଜନେତାମାନଙ୍କ ସହିତ ମିଶି ବ୍ୟବସାୟ କରୁଛି । ଯାହାକୁ ମୁଁ ପସନ୍ଦ କରେନାହିଁ । ଏହା କେବଳ ରାହୁଲଙ୍କ ପ୍ରତି ନୁହେଁ ଆମ ଦେଶ ଗଣତନ୍ତ୍ର ପ୍ରତି ଆକ୍ରମଣ ବୋଲି କହିଛନ୍ତି କେରଳର ୱାଇନାଡ ସାଂସଦ । ଟ୍ବିଟର ପକ୍ଷପାତିତା କରୁଛି ଏବଂ ସରକାରଙ୍କ ନିର୍ଦ୍ଦେଶରେ କାମ କରୁଛି । ମୋର ଟ୍ବିଟରରେ ୧୯ରୁ ୨୦ ମିଲିୟନ ଫଲୋୟର୍ସ ଥିଲେ । ସେମାନଙ୍କୁ ମତ ଦେବାକୁ ତୁମେ ମନା କରିଛ । ଟ୍ବିଟର ଏକ ନ୍ୟୁଟ୍ରାଲ ପ୍ଲାର୍ଟଫର୍ମ । ନିବେଶକଙ୍କ ପାଇଁ ଏହା ବିପଦପୂର୍ଣ୍ଣ ବୋଲି କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି ଆମକୁ ସଂସଦରେ କହିବାକୁ ଅନୁମତି ନାହିଁ । ମିଡିଆ ଏହାକୁ ନିୟନ୍ତ୍ରଣ କରୁଛି । ଆମେ ଯାହା ଭାରୁ ତାକୁ ଟ୍ବିଟରେ ପ୍ରକାଶ କରିବା ଦିଗରେ ଏ ନୂଆ ଆଲୋକ ଦେଖାଯାଏ ହେଲେ ବର୍ତ୍ତମାନ ମୁଁ ଭାବୁଛି ଟ୍ବିଟର ଏକ ପକ୍ଷପାତିତା ମାଧ୍ୟମ ।

ପ୍ରକାଶ ଥାଉ କି, ରାହୁଲଙ୍କ ସମେତ କଂଗ୍ରେସ ନୋତାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ ହେବା ପରେ ଭାରତୀୟ ଜାତୀୟ କଂଗ୍ରେସର ଟ୍ବିଟର ଆକାଉଣ୍ଟ ମଧ୍ୟ ବ୍ଲକ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.