ETV Bharat / bharat

Twitter banned: ମଇରେ 46 ହଜାରରୁ ଊର୍ଦ୍ଧ୍ବ ଟ୍ବିଟର ଆକାଉଣ୍ଟ ହେଲା ବ୍ୟାନ - ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଟ୍ବିଟର

ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଟ୍ବିଟର। ଚଳିତ ବର୍ଷ ମେ ମାସରେ 46 ହଜାରରୁ ଅଧିକ ଭାରତୀୟ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି । ରବିବାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ମାସିକ ରିପୋର୍ଟ ପ୍ରକାଶ କରି ଏହି ସୂଚନା ଦେଇଛି। ଅଧିକ ପଢ଼ନ୍ତୁ

twitter banned several accounts in india in may month
Twitter: ମେ'ରେ 46 ହଜାରରୁ ଉର୍ଦ୍ଧ୍ବ ଟ୍ବିଟର ଆକାଉଣ୍ଟ ହେଲା ବ୍ୟାନ
author img

By

Published : Jul 4, 2022, 3:20 PM IST

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଟ୍ବିଟର। ଚଳିତ ବର୍ଷ ମେ ମାସରେ 46 ହଜାରରୁ ଅଧିକ ଭାରତୀୟ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି। ରବିବାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ମାସିକ ରିପୋର୍ଟ ପ୍ରକାଶ କରି ଏହି ସୂଚନା ଦେଇଛି।

ରିପୋର୍ଟ ଅନୁଯାୟୀ, ଶିଶୁ ଯୌନ ନିର୍ଯାତନା ( Child sexual abuse), ଅଶ୍ଳୀଳତା ସମ୍ବନ୍ଧିତ ପୋଷ୍ଟ କରିଥିବା 43,656 ଟ୍ବିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା 2870 ଆକାଉଣ୍ଟକୁ ବ୍ୟାନ କରାଯାଇଛି। 26 ଏପ୍ରିଲ 2022ରୁ 25 ମେ ମଧ୍ୟରେ ଭାରତୀୟ ଟ୍ବିଟର ପୋଷ୍ଟ ବିରୋଧରେ 1 ହଜାର 698 ଅଭିଯୋଗ ହୋଇଥିଲା। ସେଥିରୁ ଅନଲାଇନ ମାଧ୍ୟମରେ ହଇରାଣ କରୁଥିବା ନେଇ 1 ହଜାର 366 ଅଭିଯୋଗ ହୋଇଛି।

ସେହିପରି ଘୃଣ୍ୟ ବିଷୟବସ୍ତୁ ବିରୋଧରେ 111, 36ଟି ମିଥ୍ୟା ସୂଚନା, 28ଟି ସମ୍ବେଦନଶୀଳ ପୋଷ୍ଟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପୋଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନ୍ୟପଟେ ୟୁନିଫର୍ମ ରିସୋର୍ସ ଲୋକେଟର (URL) ବିରୋଧରେ 1 ହଜାର 621ଟି ଅଭିଯୋଗ ହୋଇଥିଲା। ଅନଲାଇନ ମାଧ୍ୟମରେ ହଇରାଣ କରୁଥିବା ନେଇ 1 ହଜାର 77ଟି ଅଭିଯୋଗ, ସମ୍ବେଦନଶୀଳ ବିଷୟବସ୍ତୁ ସହ ଜଡିତ ନିୟମ ଉଲ୍ଲଘଂନ କରୁଥିବା 362ଟି URL ଉପରେ ପ୍ରତିବନ୍ଧକ ଲାଗିଛି। ଟ୍ବିଟର ରିପୋର୍ଟରେ କୁହାଯାଇଛି "ନିଜର ମତ ପ୍ରକାଶ କରିବାକୁ ଟ୍ବିଟର ପ୍ଲାଟଫର୍ମ ଉପଲବ୍ଧି। କିନ୍ତୁ ଅନ୍ୟର ସ୍ବରକୁ ଦବାଇବା ପାଇଁ ଚେଷ୍ଟା କରେ ଅଥବା ଧମକ ଦିଏ ତାହାକୁ କମ୍ପାନୀ ବରଦାସ୍ତ କରିବ ନାହିଁ"।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.