ETV Bharat / bharat

ଦର୍ଶନ ପାଇଁ ତିରୁପତି ମନ୍ଦିରରେ ନୂଆ କଟକଣା

author img

By

Published : Mar 30, 2021, 9:24 AM IST

କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ପକ୍ଷରୁ ଜାରି ହୋଇଛି ନୂଆ କଟକଣା

ତିରୁପତି ମନ୍ଦିରରେ ନୂଆ କଟକଣା
ତିରୁପତି ମନ୍ଦିରରେ ନୂଆ କଟକଣା

ଅମରାବତୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ପକ୍ଷରୁ ଜାରି ହୋଇଛି ନୂଆ କଟକଣା । ଏହି କଟକଣା ଅନୁସାରେ, ଟିଟିଡି ପକ୍ଷରୁ ତିରୁମାଲା ପାହାଡରେ କେବଳ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଟିକେଟ ଦେବାକୁ ନିଷ୍ପତି ନେଇଛି ।

ଟିକେଟ ପାଇଥିବା ଲୋକଙ୍କୁ ଦର୍ଶନ କରିବାର ପୂର୍ବଦିନ ସକାଳ 9ଟା ଠାରୁ ଯିବାକୁ ଅନୁମତି ଦିଆଯିବ । ଏହାସହ ଟିଟିଡି ଦ୍ବାରା ପ୍ରଦାନ କରାଯାଉଥିବା ଦର୍ଶନ ସ୍ଲଟରୁ କେବଳ ମଧ୍ୟାହ୍ନ 1 ଯାଁଏ ଯାନବାହାନରେ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ହିଁ ସେହି ସମୟରେ କେବଳ ଦର୍ଶନ ପାଇଁ ଅନୁମତି ଦିଆଯିବାକୁ ଘୋଷଣା କରାଯାଇଛି ।

କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଟିକେଟ ପ୍ରଦାନ କରାଯାଉଛି। ତିରୁମାଲା ପାହାଡରେ ବହୁ ସଂଖ୍ୟକ ଭକ୍ତ ଯେପରି ଏକାଠି ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସତର୍କତାମୂଳକ ପଦକ୍ଷେପ ଭାବରେ ଏହା ପଦକ୍ଷେପ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.