ହାଇଦ୍ରାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓଙ୍କ ଝିଅ ସୁରଭୀ ଭାନି ଦେବୀ ମେହେବୁବନଗର - ହାଇଦ୍ରାବାଦ- ରଙ୍ଗାରେଡି ଗ୍ରାଜୁଏଟ୍ ବିଧାନ ପରିଷଦ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ତେଲାଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ପକ୍ଷରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ସେ ବିଜେପି ଏମଏଲସି ପ୍ରାର୍ଥୀ ରାମ ଚାନ୍ଦ ରାଓଙ୍କ ବିରୋଧରେ ଦ୍ବିତୀୟ ପସନ୍ଦ ଭୋଟ୍ ସହ ବିଜୟୀ ହୋଇଛନ୍ତି ।

ଭାନି ଦେବୀଙ୍କ ବିଜୟୀ ହେବା ସମ୍ପର୍କରେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଦ୍ବାରା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହି ଅବସରରେ ଟିଆରଏସ ନେତା ଓ କର୍ମୀମାନେ ଆତସବାଜି କରିବା ତେଲେଙ୍ଗାନା ଭବନରେ ଭାନି ଦେବୀଙ୍କ ବିଜୟ ଉତ୍ସବ ପାଳନ କରୁଥିବା ଦେଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ