ETV Bharat / bharat

ଆପତ୍ତିଜନକ ପୋଷ୍ଟ: ୬୮ ଆକାଉଣ୍ଟ ହଟାଇବା ପାଇଁ Twitterକୁ କହିଲା ତ୍ରିପୁରା ପୋଲିସ - ତ୍ରିପୁରା ସଂଘର୍ଷ

ତ୍ରିପୁରାରେ ତେଜିଥିବା ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ । ୬୮ ଆକାଉଣ୍ଟ ହଟାଇବା ପାଇଁ Twitterକୁ କହିଲା ତ୍ରିପୁରା ପୋଲିସ । ଅଧିକ ପଢନ୍ତୁ...

ଆପତ୍ତିଜନକ ପୋଷ୍ଟ: ୬୮ ଆକାଉଣ୍ଟ ହଟାଇବା ପାଇଁ Twitterକୁ କହିଲା ତ୍ରିପୁରା ପୋଲିସ

author img

By

Published : Nov 7, 2021, 2:02 PM IST

ଅଗରତାଲା: ତ୍ରିପୁରାରେ ନିକଟରେ ଘଟିଥିଲା ସାମ୍ପ୍ରଦାୟିକ ସଂଘର୍ଷ । ଯାହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରରେ କିଛି ୟୁଜର୍ସ ଆପତ୍ତିଜନକ ପୋଷ୍ଟ କରିବାରେ ଲାଗିଛନ୍ତି । ଏହା ବିରୋଧରେ ତ୍ରିପୁରା ପୋଲିସ ନେଇଛି କଡା ପଦକ୍ଷେପ । ପ୍ରାୟ ୬୮ଟି ଆକାଉଣ୍ଟକୁ ହଟାଇବା ପାଇଁ ତ୍ରିପୁରା ପୋଲିସ ଟ୍ବିଟରକୁ କହିଥିବା ସୂଚନା ମିଳିଛି ।

ଆକାଉଣ୍ଟଗୁଡିକୁ ହଟାଇବା ପାଇଁ ପଶ୍ଚିମ ଅଗରତାଲା ପୋଲିସ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଟ୍ବିଟର ଅଧିକାରୀଙ୍କୁ ନଭେମ୍ବର 3 ତାରିଖରେ ଏକ ଚିଠି ପଠାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି ଯେ ରାଜ୍ୟର ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ କିଛି ୟୁଜର୍ସ ଲଗାତାର ଭାବେ ଖବର ସହିତ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଏଥିଲାଗି ସେ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରିବା ପାଇଁ ଚିଠିରେ କହିଥିବା ସୂଚନା ମିଳିଛି । ପୋଲିସ ଅଭିଯୋଗ କରିଛି ଯେ କିଛି ନ୍ୟୁଜ ଆଇଟମ୍ସ ଓ ପୋଷ୍ଟରେ ରାଜ୍ୟର ଦଙ୍ଗା ସମ୍ପର୍କରେ କୁହାଯାଇ ଅନ୍ୟ କୌଣସି ଘଟଣାର ଫଟୋ ସହିତ ଭିଡ଼ିଓ ପୋଷ୍ଟ କରାଯାଉଛି । ଏଭଳି ପୋଷ୍ଟ ସଂଘର୍ଷକୁ ଆହୁରି ଉସକାଉଥିବା ଅଭିଯୋଗ କରିଛି ପୋଲିସ ।

ଏହାସହିତ ଚିଠିରେ ଉଲ୍ଲେଖ ରହିଥିବା ୟୁଜର୍ସଙ୍କ IP ଠିକଣା ସହିତ ସେମାନେ କେଉଁ ସ୍ଥାନରୁ ଆକାଉଣ୍ଟକୁ Log In କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଟ୍ବିଟରକୁ ସବିଶେଷ ତଥ୍ୟ ମାଗିଛି ପୋଲିସ । ତେବେ ସୂଚନା ଥାଉ କି ଗତ ଅକ୍ଟୋବର ୧୯ରୁ ୨୬ ତାରିଖ ମଧ୍ୟରେ କିଛି ଦୁର୍ବୃତ୍ତ ଧାର୍ମିକ ଅନୁଷ୍ଠାନ ସହିତ ଦୋକାନ ବଜାର ଭଙ୍ଗାରୁଜା କରିଥିଲେ । ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଦୁର୍ଗା ପୂଜା ମଣ୍ଡପ ଭଙ୍ଗାରୁଜା ପରଠାରୁ ତ୍ରିପୁରାରେ ତେଜିଛି ଏହି ସଂଘର୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.