ETV Bharat / bharat

Tripura Election 2023: ପ୍ରତିମୁହୂର୍ତ୍ତରେ ବଦଳୁଛି ତ୍ରିପୁରା ଗଣତି, TMP ହେବ କି କିଙ୍ଗମେକର ? - ମହାରାଜ ପ୍ରଦ୍ୟେତ ଦେବବର୍ମା

ତ୍ରିପୁରା ବିଧାନସଭା ନିର୍ବାଚନର ସ୍ଥିତି ଯାହା ଏବେ ଟିପରା ମୋଥା ପାର୍ଟି(ଟିଏମପି) ପାର୍ଟି କିଙ୍ଗମେକର ଭୂମିକା ନିଭାଇପାରେ । ମହାରାଜ ପ୍ରଦ୍ୟେତ ଦେବବର୍ମାଙ୍କ ନେତୃତ୍ବଧିନ ପରା ମୋଥା ପାର୍ଟି(ଟିଏମପି) ଏବେ ତ୍ରିପୁରାରେ କିଙ୍ଗ କିମ୍ବା କିଙ୍ଗମେକର ଭୂମିକା ନିଭାଇ ପାରେ । କାରଣ ରାଜ୍ୟରେ ଟିଏମପି ଏକ ବଡ ସଫଳତା ଆଡକୁ ଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 2, 2023, 12:27 PM IST

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । କିନ୍ତୁ ପ୍ରତି ମୁହୁର୍ତ୍ତରେ ଜନାଦେଶର ଟ୍ରେଣ୍ଡ ବଦଳିବାରେ ଲାଗିଛି । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ ୩୧ଟି ଆସନ ଆବଶ୍ୟକ । ହେଲେ ବିଜେପି ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ସଂଖ୍ୟା ଗରିଷ୍ଠତା ପାର କରିଯାଇଥିଲା । କିନ୍ତୁ ଭୋଟ ଗଣତି ବଢିବା ସହ ବିଜେପିର ଆସନ ହ୍ରାସ ପାଇବାରେ ଲାଗିଛି । ବିଜେପିର ଆସନ ପ୍ରତି ମୂହୁର୍ତ୍ତରେ ବଦଳୁଛି । ଭୋଟ ଗଣତିର ଗୋଟିଏ ସମୟରେ ବିଜେପି ଏକାକି ୩୫ଟି ଆସନରେ ଆଗୁଆ ରହିଥିଲା । କିନ୍ତୁ ପରେ ପରେ ଦଳ ୨୭ ଆସନକୁ ଖସି ଆସିଥିଲା । ଗତ ନିର୍ବାଚନରେ ବିଜେପି ପାଇଥିବା ଆସନରୁ ଚଳିତ ନିର୍ବାଚନରେ ୧୦ଟି ଆସନ କମ ପାଇପାରେ ।

ଏହାବି ପଢନ୍ତୁ- Election Results 2023 LIVE: ତ୍ରିପୁରା-ନାଗାଲାଣ୍ଡରେ ଆଗୁଆ ବିଜେପି, ମେଘାଳୟରେ ଲିଡ କରୁଛି NPP

ତ୍ରିପୁରା ବିଧାନସଭା ନିର୍ବାଚନର ସ୍ଥିତି ଯାହା ଏବେ ଟିପରା ମୋଥା ପାର୍ଟି(ଟିଏମପି) ପାର୍ଟି କିଙ୍ଗମେକର ଭୂମିକା ନିଭାଇପାରେ । ମହାରାଜ ପ୍ରଦ୍ୟେତ ଦେବବର୍ମାଙ୍କ ନେତୃତ୍ବଧିନ ପରା ମୋଥା ପାର୍ଟି(ଟିଏମପି) ଏବେ ତ୍ରିପୁରାରେ କିଙ୍ଗ କିମ୍ବା କିଙ୍ଗମେକର ଭୂମିକା ନିଭାଇପାରେ। କାରଣ ରାଜ୍ୟରେ ଟିଏମପି ଏକ ବଡ ସଫଳତା ଆଡକୁ ଯାଉଛି । ଟିଏମପି ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ୧୫ ଟି ଆସନରେ ଆଗୁଆ ରହିଛି । ଟିପରା ମୋଥା ପାର୍ଟି ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ପ୍ରଭାବୀ ପ୍ରଦର୍ଶନ କରିଛି । ଯାହା ବିଜେପି ସମେତ କଂଗ୍ରେସ ପାଇଁ ଏବେ ଚିନ୍ତା ବଢାଇ ଦେଇଛି ।

ଟିଏମପିର ସଂସ୍ଥାପକ ମହାରାଜ ପ୍ରଦ୍ୟେତ ଦେବବର୍ମା ହେଉଛନ୍ତି ତ୍ରିପୁରା ରାଜବଂଶର ଉତ୍ତରାଧିକାରୀ । ରାଜ୍ୟର ଆଦିବାସୀ ଜନଜାତିଙ୍କ ବର୍ଗରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ଗତ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଓ ଆଇପିଏଫଟି (ଇଣ୍ଡିଜିନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା ) ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା । ଗତ ନିର୍ବାଚନରେ ବିଜେପି ୩୬ଟି ଆସନ ଆଇପିଏଫଟି ୮ଟି ଆସନ ପାଇଥିଲା । ଆଇପିଏଫଟି ସଂସ୍ଥାପକ ଏନସି ଦେବବର୍ମାଙ୍କ ନିଧନ ପରେ ଦଳର ପ୍ରଭାବ ହ୍ରାସ ପାଇଥିଲା । ତାଙ୍କ ବିରୋଧୀ ମଧ୍ୟ ଏକତ୍ରିତ ହୋଇ ବିଜେପି ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କଲେ ।

ଏହାବି ପଢନ୍ତୁ- Nagaland Election Result 2023: ଦମଦାର ପ୍ରଦର୍ଶନ ସହ କ୍ଷମତା ବଜାୟ ରଖିବ ଏନଡିପିପି ମେଣ୍ଟ !

ବର୍ଷ ୨୦୧୩ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ମଧ୍ୟ ଆସନ ଜିତିବାରେ ସକ୍ଷମ ହୋଇନଥିଲା । ଦୀର୍ଘ ୨୫ ବର୍ଷର ବାମ ଶାସନ ଅନ୍ତ ଘଟାଇ ବିଜେପି ୨୦୧୮ ବିଧାନସଭା ନିର୍ବାଚନରେ ପାହାଡି ରାଜ୍ୟ ତ୍ରିପୁରାରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇଥିଲା । ଦଳର ଯୁବ ଚେହେରା ବିପ୍ଲବ ଦେବ ହୋଇଥିଲେ ବିଜେପିର ମୁଖ୍ୟମନ୍ତ୍ରୀ । କିନ୍ତୁ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ବିଜେପି ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ମାଣିକ ସାହାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା । ତ୍ରିପୁରାର ସମ୍ପୂର୍ଣ୍ଣ ବିକାଶ ପାଇଁ ବିଜେପି ମଧ୍ୟ ପୁରା ପ୍ରୟାସ କରିଥିଲା । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ପୁରା ବିଜେପି ବିଗ୍ରେଡିୟର ମଧ୍ୟ ବାରମ୍ବାର ନର୍ଥଇଷ୍ଟକୁ ଫୋକସ କରିଥିଲେ । ନିଜେ ପ୍ରଧାନମନ୍ତ୍ରୀ ନର୍ଥଇଷ୍ଟର ସମସ୍ତ ରାଜ୍ୟକୁ ଘନଘନ ଗସ୍ତ କରି ବିକାଶର ଗାଡିକୁ ବୁଷ୍ଟରଡୋଜ ଦେଇଥିଲେ ।

ଏହାବି ପଢନ୍ତୁ- ଦିଲ୍ଲୀରେ ଦୁଇ ଦିନିଆ G-20 ବିଦେଶ ମନ୍ତ୍ରୀଙ୍କ ବୈଠକ, ସମ୍ବୋଧିତ କଲେ ମୋଦି

ଏହାସତ୍ତ୍ବେ ଚଳିତ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ । ଦଳର ଆସନ ସଂଖ୍ୟା କମିବା ସହ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ବିଜେପି ସଂଘର୍ଷ କରୁଛି । ଏପରି ସ୍ଥଳେ ଟିପରା ମୋଥା ପାର୍ଟି(ଟିଏମପି) ରାଜ୍ୟରେ କିଙ୍ଗ ମେକର ଭୂମିକା ନିଭାଇ ପାରେ । କିନ୍ତୁ ଶେଷ ଖବର ସୁଦ୍ଧା ବିଜେପି ୩୪ଟି ଆସନରେ ଆଗୁଆ ରହିଥିବା ବେଳେ, ଟିଏମପି ୧୦ଟି ଓ ବାମଦଳ ୧୫ ଟି ଆସନରେ ଆଗୁଆ ରହିଛି । ଯଦିଓ ଶେଷ ଖବର ସୁଦ୍ଧା ବିଜେପି ସୁବିଧା ଜନକ ସ୍ଥିତିରେ ରହିଛି କିନ୍ତୁ ଦଳର ଶୀର୍ଷ ନେତୃତ୍ବ ଟିଏମପି ମୁଖ୍ୟ ପ୍ରଦ୍ୟେତ ଦେବବର୍ମାଙ୍କ ଉପରେ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.