ETV Bharat / bharat

Tripura Bypolls Results: 3 ଆସନ ହାତେଇଲା BJP, ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ସାହା

author img

By

Published : Jun 26, 2022, 7:04 PM IST

ତ୍ରିପୁରା ଉପ-ନିର୍ବାଚନରେ ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ସାହା । 4 ରୁ 3 ଟି ସିଟ ହାତେଇଲା ଦଳ । କଂଗ୍ରେସ ବ୍ୟାଗରେ ଗୋଟିଏ ଆସନ । ଅଧିକ ପଢନ୍ତୁ

Tripura Bypolls Results: 4 ରୁ 3 ଆସନ ହାତେଇଲା BJP, ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ଅଗରତାଲା: ତ୍ରିପୁରା ବିଧାନସଭା ଉପ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । 4 ଆସନରୁ ବିଜେପି 3 ଟିରେ ବାଜିମାତ କରିଥିବା ବେଳେ, କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛି । ଟାଉନ୍ ବର୍ଦ୍ଦୋୱାଲି ଆସନରୁ ନର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମାଣିକ ସାହା ବିଜୟୀ ହୋଇଛନ୍ତି ।

  • Hearty congratulations to CM @DrManikSaha2 ji for winning the by-poll from his constituency. Also, congratulate @BJP4Tripura on winning 3 out of 4 seats in Tripura by-elections.

    This mandate is a reflection of people's trust on PM @narendramodi's politics of development.

    — Dharmendra Pradhan (@dpradhanbjp) June 26, 2022 " class="align-text-top noRightClick twitterSection" data=" ">

ସେହିପରିି କଂଗ୍ରେସ ପ୍ରାର୍ଥୀ ସୁଦୀପ ରୟ ବର୍ମନ ଅଗରତାଲା ଆସନରୁ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସ୍ବପ୍ନା ଦାସ ସୋରମା ଆସନରୁ ଓ ମଲିନା ଦେବନାଥ ଯୁବରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି । ବିଜେପିର ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ ସାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତ୍ରିପୁରାରେ ଚାରିଟି ବିଧାନସଭା ଆସନ ରାଜଧାନୀ ଅଗରତାଲା, ଟାଉନ୍ ବର୍ଦ୍ଦୋୱାଲି, ସୁରମା ଏବଂ ଜୁବରାଜନଗର ଆସନରେ ଗୁରୁବାର (ଜୁନ୍ 23)ରେ ମତଦାନ ହୋଇଥିଲା । 4 ବିଧାନସଭା କ୍ଷେତ୍ରରେ ମୋଟ 1,89,032 ମଧ୍ୟରୁ 78.58 ପ୍ରତିଶତ ମତଦାତା ଭୋଟ ଦେଇଥିଲେ । କିଛି ସ୍ଥାନରେ କାଁଭାଁ ହିଂସା ମଧ୍ୟରେ ଭୋଟିଂ ଶେଷ ହୋଇଥିଲା ।

ଆଜି ଫଳାଫଳ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ସମେତ ମୋଟ 3 ବିଜେପି ପ୍ରାର୍ଥୀ ନିର୍ବାଚନ ଜିତିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟ ଲାଭ କରିଛନ୍ତି । ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମାଣିକ ସାହା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦଳ ତାଙ୍କୁ ଚଳିତ ଉପ-ନିର୍ବାଚନରେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.