ETV Bharat / bharat

ମିଳିଲା ତିନ୍‌ ତଲାକ୍‌, ସ୍ବାମୀଙ୍କ ହିନ୍ଦୁ ବନ୍ଧୁଙ୍କୁ ବିବାହ କଲେ ମୁସଲିମ ମହିଳା

author img

By

Published : Sep 25, 2022, 7:48 AM IST

ତିନ୍‌ ତଲାକ୍‌ ଦେଇ ଘରୁ ବାହାର କଲେ ସ୍ବାମୀ । ସ୍ବାମୀଙ୍କ ହିନ୍ଦୁ ବନ୍ଧୁଙ୍କୁ ବିବାହ କଲେ ମୁସଲିମ ମହିଳା । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ବରେଲୀ ଠାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମିଳିଲା ତିନ୍‌ ତଲାକ୍‌, ସ୍ବାମୀଙ୍କ ହିନ୍ଦୁ ବନ୍ଧୁଙ୍କୁ ବିବାହ କଲେ ମୁସଲିମ ମହିଳା
ମିଳିଲା ତିନ୍‌ ତଲାକ୍‌, ସ୍ବାମୀଙ୍କ ହିନ୍ଦୁ ବନ୍ଧୁଙ୍କୁ ବିବାହ କଲେ ମୁସଲିମ ମହିଳା

ଲକ୍ଷ୍ନୌ: ସ୍ବାମୀଙ୍କଠୁ ତିନ୍‌ ତଲାକ (Triple Talaq) ପାଇବା ପରେ ହିନ୍ଦୁ ମହିଳା ସାଜିଲେ ମୁସଲିମ ମହିଳା । ଆଉ ନିଜ ସ୍ବାମୀଙ୍କ ବନ୍ଧୁ ତଥା ପ୍ରେମିକଙ୍କ ସହିତ ହିନ୍ଦୁ ରୀତିନୀତି ଅନୁସାରେ କଲେ ବିବାହ (Muslim Woman married husband's friend in Bareilly) । ଶୁକ୍ରବାର ମହିଳା ଜଣକ ଧର୍ମ ପରିବର୍ତ୍ତନ କରି ବିବାହ କରିବା ଘଟଣା ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ଘଟିଛି । ଗତ ୪ ବର୍ଷ ଧରି ପ୍ରେମରେ ମସଗୁଲ ଥିଲେ ମହିଳା ।

ହଲଦ୍ବାନୀ ଠାରେ ରହୁଥିବା ତିନ୍‌ ତଲାକ୍‌ ପୀଡି଼ତା ରୁବିନା ଖାନ ଓରଫ ପୁଷ୍ପା ବରେଲିରେ ରହୁଥିବା ପ୍ରେମିକ ପ୍ରେମପାଲ ରଙ୍ଗାୱରଙ୍କ ସହିତ ବିବାହ କରିଛନ୍ତି । ପ୍ରେମପାଲ ରୁବିନାଙ୍କ ସ୍ବାମୀଙ୍କ ବନ୍ଧୁ ଥିଲେ । ଗତ ୯ ବର୍ଷ ପୂର୍ବେ ରୁବିନା ସୋଏବଙ୍କୁ ବିବାହ କରିଥିଲେ । ସୋଏବ ଡ୍ରାଇଭର ବୃତ୍ତି କରି ନିଜ ପରିବାର ପୋଷଣ କରୁଥିଲେ । ରୁବିନା ଓ ସୋଏବଙ୍କ ୩ଟି ପୁଅ ମଧ୍ୟ ଅଛନ୍ତି । ରୁବିନାଙ୍କ ଅଭିଯୋଗ ଅନୁସାରେ ସୋଏବ ତାଙ୍କୁ ମାରପିଟ କରନ୍ତି ଓ ତାଙ୍କ ଉପରେ ସନ୍ଦେହ କରୁଥିଲେ । ଏଥିଲାଗି ସୋଏବ ତାଙ୍କୁ ତିନ୍‌ ତଲାକ୍‌ ଦେଇ ଘରୁ ବାହାର କରିଦେଇଥିଲେ ।

ଏହା ବି ପଢନ୍ତୁ- Navratri 2022: ସ୍ୱିମିଂ ପୁଲରେ ଦାଣ୍ଡିଆ ପରିବେଷଣ

ଏହାପରେ ରୁବିନା ନିଜ ପ୍ରେମିକ ପ୍ରେମପାଲଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ପ୍ରେମପାଲ ଶୁକ୍ରବାର ରୁବିନାଙ୍କୁ ବିବାହ କରିଛନ୍ତି । ରୁବିନାଙ୍କ ସ୍ବାମୀ ସୋଏବ ଓ ପ୍ରେମପାଲ ପରସ୍ପରର ବନ୍ଧୁ ଥିବା ବେଳେ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଏହାରି ଭିତରେ ରୁବିନା ଓ ପ୍ରେମପାଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଉଭୟ ଲୁଚି କଥାବାର୍ତ୍ତା ହେଉଥିଲେ । ଏ ସମ୍ପର୍କରେ ସୋଏବ ଜାଣିବା ପରେ ରୁବିନାଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ଏହାପରେ ସେ ତାଙ୍କୁ ତିନ୍‌ ତଲାକ୍‌ ଦେଇଥିଲେ ।

ସୋଏବଙ୍କ ଅତ୍ୟାଚାରର ଶିକାର ହେବା ପରେ ରୁବିନା ନିଜ ପ୍ରେମିକଙ୍କୁ ବିବାହ କରିଥିବା କହିଛନ୍ତି । ସେ ପ୍ରେମପାଲଙ୍କୁ ନିଜ ସ୍ବାମୀଙ୍କ ଜରିଆରେ ହିଁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯେତେବେଳେ ସେ ପତିଙ୍କଠୁ ଛାଡ଼ପତ୍ର ପାଇ ଆସିଥିଲେ ପ୍ରେମିକ ପ୍ରେମପାଲ ତାଙ୍କୁ ଗ୍ରହଣ କରିଛନ୍ତି । ରୁବିନା ନିଜ ଇଚ୍ଛା ଅନୁସାରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.