ETV Bharat / bharat

ମମତା ବାନାର୍ଜୀଙ୍କ ପୁତୁରା ଓ ବୋହୂଙ୍କୁ ED ର ସମନ - ଅଭିଶେକ ବାନାର୍ଜୀଙ୍କୁ ଇଡିର ସମନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ଇଡିର ସମନ । ଅଧିକ ପଢନ୍ତୁ...

ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ED ର ସମନ

author img

By

Published : Aug 28, 2021, 3:15 PM IST

Updated : Aug 28, 2021, 3:35 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନ । ଇଡି ଆଜି(ଶନିବାର) ମନିଲଣ୍ଡରିଂ ମାମଲାରେ ଅଭିଶେକଙ୍କ ସମେତ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ମଧ୍ୟ ସମନ ଜାରି କରିଛି ।

ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଉଭୟଙ୍କୁ ଜେରା ପାଇଁ ସେପ୍ଟେମ୍ବର ୧ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆର ଆଧାରରେ ଇଡି ମନି ଲଣ୍ଡରିଂ ମାମଲା କରି ତଦନ୍ତ କରୁଛି ।

ପୂର୍ବରୁ ଏହି କୋଇଲା ଚୋରାଚାଲାଣ ଘଟଣାରେ ସିବିଆଇ ରୁଜିରାଙ୍କୁ ଫେବୃଆରୀ ୨୩ରେ ତାଙ୍କ ଘରୁ ଯାଇ ଜେରା କରିଥିଲା । ପ୍ରାୟ ୧ ଘଣ୍ଟା ଜେରା କରାଯାଇଥିଲେ ମଧ୍ୟ କୋଇଲା ଚୋରା ଚାଲାଣରେ ତାଙ୍କ ଲିଙ୍କ୍ ସମ୍ପର୍କରେ ଜାଣିବାକୁ ସକ୍ଷମ ହୋଇନଥିଲା ସିବିଆଇ । ଏବେ ଇଡି ଜେରା କରିବ ।

ଅନ୍ୟପଟେ ବାନାର୍ଜୀ ଦମ୍ପତିଙ୍କ ସମେତ ପଶ୍ଚିମବଙ୍ଗର ୨ ବରିଷ୍ଠ IPS ଙ୍କୁ ମଧ୍ୟ ସମନ ଜାରି କରିଛି ଇଡି । ତେବେ ଏହି ଦୁଇ IPS ଙ୍କୁ ସମାନ ମାମଲାରେ ସମନ୍ ପଠା ଯାଇଥିବା ନେଇ ସ୍ପଷ୍ଟ ହୋଇଛି । ଉଭୟ ସେପ୍ଟେମ୍ବର ୮ ଏବଂ ୯ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜିର ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2021, 3:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.