ETV Bharat / bharat

Bengal Pre-Poll Violence: ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

author img

By

Published : Jul 2, 2023, 10:59 AM IST

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଢୁଛି ହିଂସା । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା । ଅଧିକ ପଢନ୍ତୁ

ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା
ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ବଢିବାରେ ଲାଗିଛି । ଅନେକ ସମୟରେ ଗୁଳିମାଡ ଘଟଣା ପ୍ରକାଶ ପାଉଛି । ପୁଣିଥରେ ଏଠାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି(ଶନିବାର) ରାତିରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଏହି ଗୁଳିକାଣ୍ଡ ହୋଇଛି । ମୃତକ ହେଲେ ଟିଏମସି କର୍ମୀ ଜିଆରୁଲ ମୋଲ୍ଲା । ଗୁଳିମାଡରେ ଗୁରୁତର ହୋଇ ସେ ରାସ୍ତାକଡରେ ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ରାଜନୈତିକ ଶତ୍ରୁତା କାରଣରୁ ମୋଲ୍ଲାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକ କହିଛନ୍ତି ଯେ, ଜିଆରୁଲ ମୋଲ୍ଲା ଯୁବ ତୃଣମୂଳ କଂଗ୍ରେସ ସଦସ୍ୟ ଥିଲେ । ଏଥିପାଇଁ ତାଙ୍କୁ ଅନେକ ସମୟରେ ହତ୍ୟା ଧମକ ମିଳିଥିଲା । ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି, ମୋ ବାପାଙ୍କ ଅନେକ ରାଜନୈତିକ ଶତ୍ରୁ ଥିଲେ । ଦଳର ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସମୟରେ ଧମକ ମିଳୁଥିଲା । ସେମାନଙ୍କ ଗୋଷ୍ଠୀରେ ସାମିଲ ହେବାକୁ ବାପାଙ୍କ ଉପରେ ଚାପ ପକାଉଥିଲେ । ଏଥିପାଇଁ ଅଜ୍ଞାତ ବ୍ୟକ୍ତିମାନେ ବିଭିନ୍ନ ନମ୍ବରରୁ କଲ୍ କରି ହତ୍ୟା ଧମକ ଦେଉଥିଲେ ।

ଗତକାଲି(ଶନିବାର) ଜିଆରୁଲ ମୋଲ୍ଲାଙ୍କୁ କେହି ଗୁଳି କରିଥିଲା । ସେ ଗୁରୁତର ଅବସ୍ଥାରେ ରାସ୍ତାକଡରେ ପଡିଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ କିଏ ତାଙ୍କୁ ହତ୍ୟା କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ବିଜେପି ଏହି ହତ୍ୟାକାଣ୍ଡକୁ ଦୁର୍ଭାଗ୍ୟଜନକ ବୋଲି କହି ନିନ୍ଦା କରିଛି ।

ଏହାମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ପ୍ରାକ ନିର୍ବାଚନୀ ହିଂସା: ରାଜଭବନରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ରାଜ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପୂର୍ବରୁ ମଧ୍ୟ ନାମାଙ୍କନ ଦାଖଲ ସମୟରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏହାପରେ ହିଂସା ସମ୍ପର୍କିତ ଅଭିଯୋଗ ପାଇଁ ରାଜଭବନରେ 'ପିସ୍ ରୁମ' ନାମରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.