ETV Bharat / bharat

ବିଜେପିର ନୂଆ ପ୍ରଚାର ଅଭିଯାନ, ତୃଣମୂଳ-ସିପିଆଇ (ଏମ୍) ମଧ୍ୟରେ ରହିଛି ଗୁପ୍ତ ବୁଝାମଣା - undefined

ଅପରାଧରେ ତୃଣମୂଳ କଂଗ୍ରେସ ଓ ବିଜେପି ଗୁପ୍ତ ସହଯୋଗୀ ଦଳ ବୋଲି ୟୁନାଇଟେଡ ଆଲାଏନସ୍ ଆରମ୍ଭ ହେବା ପରଠାରୁ କଂଗ୍ରେସ, ବାମ ସାମ୍ମୁଖ୍ୟ ଏବଂ ଆବାସ ସିଦ୍ଦିକଙ୍କ ନେତୃତ୍ବର ଗଠିତ ଅଲ ଇଣ୍ଡିଆ ସେକୁଲାର ଫ୍ରଣ୍ଟ ଅଭିଯୋଗ କରି ଆସୁଛନ୍ତି । ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ୟୁନାଇଟେଡ ଆଲାଏନସ ରାଜ୍ୟରେ ସଂଖ୍ୟଲଘୁ ଭୋଟ ଭାଗ ଭାଗ କରିବା ଏବଂ ବିଜେପିକୁ ସାହାଯ୍ୟ କରିବା ପାଇଁ ବିଜେପିଠାରୁ ଲାଞ୍ଚ ଗ୍ରହଣ କରିଛି ।

ବିଜେପିର ନୂଆ ପ୍ରଚାର ଅଭିଯାନ, ତ୍ରୁଣମୂଳ-ସିପିଆଇ(ଏମ୍) ମଧ୍ୟରେ ରହିଛି ଗୁପ୍ତ ବୁଝାମଣା

author img

By

Published : Mar 25, 2021, 10:23 PM IST

କୋଲକାତା: ଅପରାଧରେ ତୃଣମୂଳ କଂଗ୍ରେସ ଓ ବିଜେପି ଗୁପ୍ତ ସହଯୋଗୀ ଦଳ ବୋଲି ୟୁନାଇଟେଡ ଆଲାଏନସ୍ ଆରମ୍ଭ ହେବା ପରଠାରୁ କଂଗ୍ରେସ, ବାମ ସାମ୍ମୁଖ୍ୟ ଏବଂ ଆବାସ ସିଦ୍ଦିକଙ୍କ ନେତୃତ୍ବର ଗଠିତ ଅଲ ଇଣ୍ଡିଆ ସେକୁଲାର ଫ୍ରଣ୍ଟ ଅଭିଯୋଗ କରି ଆସୁଛନ୍ତି । ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ୟୁନାଇଟେଡ ଆଲାଏନସ ରାଜ୍ୟରେ ସଂଖ୍ୟଲଘୁ ଭୋଟ ଭାଗ ଭାଗ କରିବା ଏବଂ ବିଜେପିକୁ ସାହାଯ୍ୟ କରିବା ପାଇଁ ବିଜେପିଠାରୁ ଲାଞ୍ଚ ଗ୍ରହଣ କରିଛି ।

ଏବେ ବିଜେପିର ପାଳି। ଏବେ ସିପିଆଇ (ଏମ୍) ଏବଂ ତୃଣମୂଳ ଅପରାଧରେ ଦୁଇ ଗୁପ୍ତ ସହଯୋଗୀ ବୋଲି ବିଜେପି ନୂଆ ପ୍ରଚାର ଅଭିଯାନ ଆରମ୍ଭ କରିଛି । ପ୍ରଚାର ଅଭିଯାନକୁ ଆଉ ଏକ ନୂଆ ମୋଡ ଦେଇ ବିଜେପି ପ୍ରମୁଖ ନେତାମାନେ ଗାଁଗହଳିରେ ତୃଣମୂଳ କଂଗ୍ରେସ ଗୁଣ୍ଡାଙ୍କ ଦ୍ବାରା ନିର୍ଯାତିତ ହେଉଥିବା ବାମପନ୍ଥୀ କର୍ମୀଙ୍କୁ ଅକୃତଜ୍ଞ ବାମ ନେତାଙ୍କ ହାତ ଛାଡ଼ି ଗୈରିକ ଦଳକୁ ଆସି ଏକାଠି ହେବା ପାଇଁ ଆହ୍ବାନ ଦେଉଛନ୍ତି ।

ବିଜେପିର ପଶ୍ଚିମବଙ୍ଗ ସାଧାରଣ ସମ୍ପାଦକ ସାୟାନତନ ବସୁ ଇଟିଭି ଭାରତକୁ କହିଛନ୍ତି ଯେ, ଗାଁଗହଳିରେ ସିପିଆଇ(ଏମ୍) କର୍ମୀମାନଙ୍କୁ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଦୈନିକ ମାରପିଟ କରୁଛନ୍ତି, ସେମାନଙ୍କ ଘର ପୋଡି ଦିଆଯାଉଛି ଏବଂ ଏପରିକି ସେମାନଙ୍କ ମଧ୍ୟରୁ ଅନେକ ମାସ ମାସ ଧରି ସେମାନଙ୍କ ନିଜ ଗାଁଗଣ୍ଡାକୁ ଯାଇପାରୁ ନାହାଁନ୍ତି । ଆଉ ଏପଟେ ସିପିଆଇ(ଏମ୍)ର ପ୍ରମୁଖ ନେତାମାନେ କିଛି ଆସନ ପାଇଁ ତୃଣମୂଳ ସହିତ ଗୁପ୍ତ ବୁଝାମଣା କରୁଛନ୍ତି । କେତେଦିନ ଯାଏଁ ସିପିଆଇ(ଏମ୍)ର ତୃଣମୂଳ ସ୍ତରର କର୍ମୀ ଶାସକ ଦଳର ନିର୍ଯାତନା ସହିବେ ବୋଲି ପ୍ରଶ୍ନ କରିବା ସହ ବସୁ ଏହାକୁ ଘୋର ଲଜ୍ୟଜନକ ଘଟଣା ବୋଲି କହିଛନ୍ତି ।

ରାଇଗୁଞ୍ଜର ବିଜେପି ଲୋକସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ କହିଛନ୍ତି ଯେ, ସିପିଆଇ(ଏମ୍) ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଏକ ଗୁପ୍ତ ଆସନ ବଣ୍ଟନ ରଣନୀତି ହୋଇଛି ଏବଂ ସେମାନେ ପଶ୍ଚିମ ବଙ୍ଗ ଲୋକଙ୍କୁ ବୋକା ବନାଇବାକୁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏହି ଗୋପନ କୌଶଳ ଉଭୟ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସ୍ପଷ୍ଟ ହୋଇଯିବ। ସିପିଆଇ(ଏମ୍) ରାଜ୍ୟବାସୀଙ୍କୁ 34 ବର୍ଷ ଧରି ବୋକା ବନେଇ ରଖିଲା । ଏହାପରେ ଲୋକେ ଗତ 10 ବର୍ଷ ହେଲା ତ୍ରୁଣମୂଳ କଂଗ୍ରେସର ଶାସନରେ ଅସୁବିଧା ଭୋଗୁଛନ୍ତି । କିନ୍ତୁ ପଶ୍ଚିମ ବଙ୍ଗର ଲୋକେ ତୃଣମୂଳ-ସିପିଆଇ(ଏମ) ମଧ୍ୟରେ ଥିବା ଗୁପ୍ତ ବୁଝାମଣା ବୁଝିସାରିଲେଣି। ଏହି ନିର୍ବାଚନରେ ଲୋକେ ଦୁଇଟି ଯାକ ଦଳକୁ ଠିକଣା ଜବାବ୍ ଦେବେ ବୋଲି ଚୌଧୁରୀ ଇଟିଭି ଭାରତକୁ କହିଛନ୍ତି ।

ତ୍ରୁଣମୂଳ ଏବଂ ସିପିଆଇ(ଏମ୍) ମଧ୍ୟରେ ଗୁପ୍ତ ଆସନ ବୁଝାମଣା ସମ୍ପର୍କରେ କହିବାକୁ ଯାଇ ବସୁ ପ୍ରଥମେ ପୂର୍ବ ମିଦନାପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀ କଥା ଉଲ୍ଲେଖ କରିଥିଲେ । ଏହି ଆସନରେ ମମତା ବାନାର୍ଜୀଙ୍କ ସହ ଏକଦା ତାଙ୍କର ଅତ୍ୟନ୍ତ ଅନୁଗତ ଥିବା ଶୁଭେନ୍ଦୁ ଅଧିକାରୀ ବିଜେପି ପ୍ରାର୍ଥୀ ଭାବେ ଲଢୁଛନ୍ତି ।

ସାୟାନତନ ବସୁ କହିଛନ୍ତି, ନନ୍ଦିଗ୍ରାମର ପ୍ରାୟ 35 ପ୍ରତିଶତ ଭୋଟର ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର । ତେଣୁ ପ୍ରଥମେ ସ୍ଥିର ହୋଇଥିଲା ଯେ, ବାମ ସାମ୍ମୁଖ୍ୟ ଏହି ଆସନଟି ଆବାସ ସିଦ୍ଦିକଙ୍କ ନବଗଠିତ ଦଳ ଏଆଇଏସଏଫକୁ ଦେବ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସିପିଆଇ(ଏମ୍) ଜଣେ ନବାଗତ ପ୍ରାର୍ଥୀ ମୀନାକ୍ଷୀ ମୁଖାର୍ଜୀଙ୍କୁ ନନ୍ଦିଗ୍ରାମରୁ ଛିଡ଼ା କରିଛି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ନିରାପଦ କରିବା ସକାଶେ ସିପିଆଇ(ଏମ୍) ସହ ତ୍ରୁଣମୂଳ ଏକ ବୁଝାମଣା କରିଥିବା ଏଥିରୁ ସ୍ପଷ୍ଟ ହୋଇଯାଉଛି ବୋଲି ବସୁ କହିଛନ୍ତି ।

ଏହାର ପ୍ରତିଦାନରେ ସିପିଆଇ(ଏମ୍)ର ଦୁଇ ହେଭିୱେଟ୍ ସିଲିଗୁଡ଼ିରେ ଅଶୋକ ଭଟ୍ଟାଚାର୍ଯ୍ୟ ଏବଂ ଯାଦବପୁରରେ ଡକ୍ଟର ସୁଜନ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ତ୍ରୁଣମୂଳ ଅଜଣା ତଥା ଦୁର୍ବଳ ପ୍ରାର୍ଥୀ ଦେଇଥିବା ସେ କହିଛନ୍ତି । ସିଲିଗୁଡ଼ିରେ ତ୍ରୁଣମୂଳ ଓମ୍ ପ୍ରକାଶ ମିଶ୍ରଙ୍କୁ ଛିଡା କରିଛି । ସେ କେବଳ ଯେ ସିଲିଗୁଡ଼ି ବାହାରର ନୁହଁନ୍ତି, ସେ ଟେଲିଭିଜନ ଚାଟ୍-ସୋରେ ତ୍ରୁଣମୂଳ ଦଳର ଜଣେ ଉପସ୍ଥାପକ । ଯାଦବପୁରରେ ମଧ୍ୟ ତ୍ରୁଣମୂଳ କଂଗ୍ରେସ ସମ୍ପୂର୍ଣ୍ଣ ଅଜଣା ତଥା ନବାଗତ ଅମ୍ଳାନ ମଜୁମଦାରଙ୍କୁ ପ୍ରାର୍ଥୀ କରିଛି । ଏହା ଅର୍ଥ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ବିଜୟ ସହଜ କରିବା ପାଇଁ ତ୍ରୁଣମୂଳ କଂଗ୍ରେସ ସିପିଆଇ(ଏମ୍)କୁ ସିଲିଗୁଡ଼ି ଏବଂ ଯାଦବପୁର ଆସନ ଉପହାରରେ ଛାଡ଼ିଦେଇଛି ବୋଲି ବସୁ କହିଛନ୍ତି ।

ସୁମନ୍ତ ରୟଚୌଧୁରୀ, ବ୍ୟୁରୋ ମୁଖ୍ୟ, କୋଲକାତା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.