ଅଗରତଲା: ତ୍ରିପୁରାରେ ଟିଏମସି ନେତା ଓ କର୍ମୀଙ୍କୁ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାସହ କର୍ମୀଙ୍କ ଗାଡିକୁ ଭାଙ୍ଗି ଦେବା ସହ ଟିଏମସି କାର୍ଯ୍ୟାଳୟକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ଆଣିଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ମୁଖ୍ୟ ମୁଖପାତ୍ର କୁନାଲ ଘୋଷ । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଟୁଇଟ ମାଧ୍ୟମରେ ଦାବି କରିଛନ୍ତି। ବିଜେପି ତ୍ରିପୁରାରେ ପ୍ରକୃତ ରଙ୍ଗ ଦେଖାଉଛି । ଟିଏମସି କର୍ମୀ ଉପରେ ହୋଇଥିବା ଏହି ବର୍ବର ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ତ୍ରିପୁରାରେ ଗୁଣ୍ତାରାଜ ଚାଲିଛି । ବିଜେପିର ଏ ଧମକ ଏବଂ ଆକ୍ରମଣ କେବଳ ଦଳର ପ୍ରକୃତ ରୂପକୁ ପଦାରେ ପକାଇବା ସହ ଅମାନୁଷିକତାକୁ ପ୍ରମାଣ କରୁଛି। କିନ୍ତୁ ଏ ଆକ୍ରମଣରେ ଟିଏମସି ଡରିବ ନାହିଁ କି ପଛଘୁଞ୍ଚା ଦେବ ନାହିଁ ବୋଲି ବାନାର୍ଜୀ ଏକ ଟ୍ୱିଟ ଯୋଗେ କହିଛନ୍ତି।
-
The GOONS of @BJP4Tripura have shown their TRUE COLOURS!
— Abhishek Banerjee (@abhishekaitc) August 7, 2021 " class="align-text-top noRightClick twitterSection" data="
This barbaric attack on Trinamool workers reveals the 'GOONDA RAJ' in #Tripura under @BjpBiplab's Govt.!
Your threats and attacks only prove your inhumanity.
DO WHAT YOU CAN.. Trinamool will not budge an INCH! pic.twitter.com/9K6ZPECrNq
">The GOONS of @BJP4Tripura have shown their TRUE COLOURS!
— Abhishek Banerjee (@abhishekaitc) August 7, 2021
This barbaric attack on Trinamool workers reveals the 'GOONDA RAJ' in #Tripura under @BjpBiplab's Govt.!
Your threats and attacks only prove your inhumanity.
DO WHAT YOU CAN.. Trinamool will not budge an INCH! pic.twitter.com/9K6ZPECrNqThe GOONS of @BJP4Tripura have shown their TRUE COLOURS!
— Abhishek Banerjee (@abhishekaitc) August 7, 2021
This barbaric attack on Trinamool workers reveals the 'GOONDA RAJ' in #Tripura under @BjpBiplab's Govt.!
Your threats and attacks only prove your inhumanity.
DO WHAT YOU CAN.. Trinamool will not budge an INCH! pic.twitter.com/9K6ZPECrNq
ଟିଏମସି ମୁଖପାତ୍ର କୁନାଲ ଘୋଷ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଧଲାଇ ଜିଲ୍ଲାର ଅମ୍ବାସା ଠାରେ ବିଜେପି କର୍ମୀମାନେ ଆକ୍ରମଣ କରିବା ସମୟରେ ପଶ୍ଚିମବଙ୍ଗର ଯୁବ ନେତା ଦେବାଂଶୁ ଭଟ୍ଟାଚାର୍ଯ୍ୟ, ସୁଦୀପ ରାହା ଏବଂ ଜୟା ଦତ୍ତଙ୍କ ସମେତ ୭ ଜଣ ଦଳର ନେତା ଓ କର୍ମୀ ଆହତ ହୋଇଥିଲେ। ସେ କହିଛନ୍ତି ଯେ ଉତ୍ତର ତ୍ରିପୁରା ଜିଲ୍ଲାର ଧର୍ମନଗରରେ ଥିବା କାର୍ଯ୍ୟାଳୟକୁ ଶାସକ ଦଳର କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ପୋଲିସ ଶନିବାର ରାତିରେ ଟିଏମସି ନେତା ସୁବଲ ଭୌମିକଙ୍କ ସମେତ କର୍ମୀଙ୍କୁ ଅଟକ ରଖିଥିଲା। ରାଜ୍ୟରେ ବିଜେପି ସରକାରଙ୍କ ଜଙ୍ଗଲ ରାଜକୁ ବରଦାସ୍ତ କରାଯିବ ନାହିଁ । ରାଜ୍ୟରେ ଚାଲିଥିବା ଜଙ୍ଗଲ ରାଜକୁ ଟିଏମସି ସହ୍ୟ କରି ପାରିବ ନାହିଁ । ଏନେଇ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ସେ କହିଛନ୍ତି ।
ସେପଟେ, 2018 ମାର୍ଚ୍ଚ ପରଠାରୁ ରାଜ୍ୟ ବିଜେପି ସରକାରଙ୍କ ଅଧୀନରେ ରହିଥିବାରୁ ଗଣତନ୍ତ୍ର ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ବୋଲି ବିରୋଧୀ ସିପିଆଇ-ଏମ ପକ୍ଷରୁ କୁହା ଯାଇଛି । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ନବେନ୍ଦୁ ଭଟାଚାର୍ଯ୍ୟ । ସେ କହିଛନ୍ତି ଯେ ମେ ମାସରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗର 500ରୁ ଅଧିକ ଦଳୀୟ କର୍ମୀ ଏବଂ ସଦସ୍ୟ ତ୍ରିପୁରାରେ ଆସି ଆଶ୍ରୟ ନେଇଛନ୍ତି । ଅନ୍ୟ ଟିଏମସି କର୍ମୀ ଆସାମରେ ରହିଛନ୍ତି । ଧର୍ମନଗର ଏବଂ ଅମ୍ବାସା ଠାରେ ଘଟିଥିବା ଉଭୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏହି ଆକ୍ରମଣକୁ ବିରୋଧ କରି ସୁବାଲ ଭୋମିକଙ୍କ ନେତୃତ୍ୱରେ ଟିଏମସି କର୍ମୀମାନେ ଗତ ମାସରେ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିଲେ ।
(@IANS)