ETV Bharat / bharat

କର୍ଣ୍ଣାଟକ କୋଲାର କ୍ଲକ ଟାୱାରରେ ଉଡିଲା ତ୍ରିରଙ୍ଗା - କର୍ଣ୍ଣାଟକ ଖବର

କ୍ଲକ ଟାୱାରରେ ତ୍ରିରଙ୍ଗା ଉଡାଇବାର ଯେଉଁ ସ୍ବପ୍ନ ଥିଲା ତାହା ପୂରଣ ହୋଇଛି । ବିଜେପି ସାଂସଦ ମୁନିସ୍ବାମୀଙ୍କ ବିବୃତ୍ତି ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳରେ ଦୁଇ ଦିନ ପୂର୍ବରୁ ବହୁ ବିବାଦ ସୃଷ୍ଟି କରିଥିଲା । ହେଲେ ବିବାଦ ଶାନ୍ତ ପଡିଛି । କ୍ଲକ ଟାୱାରରେ ତ୍ରିରଙ୍ଗା ଉଡିଛି । ଅଧିକ ପଢନ୍ତୁ

Tricolor flag କର୍ଣ୍ଣାଟକ କୋଲାର କ୍ଲକ ଟାୱାରରେ ଉଡିଲା ତ୍ରିରଙ୍ଗା

author img

By

Published : Mar 20, 2022, 2:07 PM IST

Updated : Mar 20, 2022, 2:22 PM IST

ଥିରୁଅନନ୍ତପୁରମ: କିଛି ଦିନ ହେବ କର୍ଣ୍ଣାଟକର ଆଶାନ୍ତ କୋଲାର ଶାନ୍ତ ପଡିଛି । କ୍ଲକ ଟାୱାରରେ ତ୍ରିରଙ୍ଗା ଉଡାଇବାର ଯେଉଁ ସ୍ବପ୍ନ ଥିଲା ତାହା ପୂରଣ ହୋଇଛି । ବିଜେପି ସାଂସଦ ମୁନିସ୍ବାମୀଙ୍କ ବିବୃତ୍ତି ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳରେ ଦୁଇ ଦିନ ପୂର୍ବରୁ ବହୁ ବିବାଦ ସୃଷ୍ଟି କରିଥିଲା । ହେଲେ ବିବାଦ ଶାନ୍ତ ପଡିଛି । କ୍ଲକ ଟାୱାରରେ ତ୍ରିରଙ୍ଗା ଉଡିଛି ।

ଶନିବାର କିଛି ମୁସଲିମ ନେତାଙ୍କ ସହଯୋଗରେ କୋଲାର କ୍ଲକ ଟାୱାରରେ ତ୍ରିରଙ୍ଗା ଉଡିଛି । ସାଂସଦ ମୁନିସ୍ବାମୀଙ୍କ ଦୁଇ ଦିନ ବିକ୍ଷୋଭ ପରେ ଏହା ସଫଳ ହୋଇଛି । ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଉଭୟ ହିନ୍ଦୁ ଓ ମୁସଲିମ ନେତାମାନଙ୍କ ସହ ଏକ ଆଲୋଚନା କରିଥିଲେ । ସାଂସଦ ମୁନିସ୍ବାମୀଙ୍କ ବିକ୍ଷୋଭକୁ ଅନୁମତି ଦେଇ ନଥିଲେ । ଟାୱାରକୁ ରଙ୍ଗ କରିବା ପାଇଁ ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କଡା ସୁରକ୍ଷା ପ୍ରଦାନ କରାଯାଇଥିଲା । ଏହାପରେ ଟାୱାର ଉପରି ଭାଗକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ କରାଯାଇଥିଲା ।

ଏହାପରେ ସନ୍ଧ୍ୟାରେ ଜାତୀୟ ସଙ୍ଗୀତ ସହିତ କ୍ଲକ ଟାୱାର ଉପରେ ତ୍ରିରଙ୍ଗା ଉଡାଯାଇଥିଲା । ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଏମପି ମନସ୍ବାମୀ କହିଥିଲେ ଆଜି ୭୪ ବର୍ଷର ସ୍ବପ୍ନ ପୂରଣ ହୋଇଛି । ଏହା କିଛି ଭୋଟ୍ ବ୍ୟାଙ୍କ ରାଜନେତାଙ୍କ ଯୋଗୁଁ ସମ୍ଭବ ହୋଇପାରୁ ନଥିଲା। ଆଜି ସମସ୍ତେ ହିନ୍ଦୁସ୍ତାନ ଜିନ୍ଦାବାଦ କହୁଛନ୍ତି ଏବଂ ଏହିପରି ମୁହୁର୍ତ୍ତରେ ସହଯୋଗ କରିଥିବା ସମସ୍ତ ମୁସଲମାନ ତଥା ଅଧିକାରୀ ତଥା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସାଂସଦ । ଏହି ଅବସରରେ ଏସପି ଦେବରାଜ କହିଛନ୍ତି ଯେ କୋଲାର ସହରରେ ଏକ ସପ୍ତାହ ପାଇଁ କର୍ଫ୍ୟୁ ରହିବ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 20, 2022, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.