ETV Bharat / bharat

Trans Couple Pregnancy: ଦେଶରେ ପ୍ରଥମ, ଛୁଆ ଜନ୍ମ ଦେବେ ଗର୍ଭବତୀ ପୁରୁଷ !

author img

By

Published : Feb 4, 2023, 10:45 AM IST

କେରଳର ଜଣେ ପୁରୁଷ ୮ ମାସର ଗର୍ଭଧାରଣ କରିଛନ୍ତି । ଆସନ୍ତା ମାସରେ ସେ ସନ୍ତାନ ଜନ୍ମ ଦେବ । ପଢନ୍ତୁ ପୁରା ଖବର

Trans Couple Pregnancy
Trans Couple Pregnancy
Trans Couple Pregnancy
Trans Couple Pregnancy

ଥିରୁଅନନ୍ତପୁରମ: ସନ୍ତାନ ଜନ୍ମ ଦେବେ ପୁରୁଷ । ଆସନ୍ତା ମାସରେ କେରଳର ଜଣେ ଗର୍ଭବତୀ ପୁରୁଷଙ୍କ ପେଟରୁ ଶିଶୁ ଜନ୍ମ ନେବ । କଥାଟି ଶୁଣିବାକୁ ଅବିଶ୍ବସନୀୟ ଲାଗୁଥିଲେ ବି ଏହା ସତ । ତେବେ ଜନ୍ମ ଦେବାକୁ ଯାଉଥିବା ପୁରୁଷ ଜଣେ ଟ୍ରାନ୍ସଜେଣ୍ଡର ପୁରୁଷ ଅଟନ୍ତି । ଅର୍ଥାତ୍ ପୂର୍ବରୁ ସେ ମହିଳା ଥିଲେ ପରେ ନିଜର ଅସ୍ତ୍ରୋପଚାର କରି ପୁରୁଷ ହୋଇଛନ୍ତି ଏବଂ ନିଜର ପାର୍ଟନରଙ୍କ ସହ ତିନି ବର୍ଷ ହେଲା ରହିଆସୁଛନ୍ତି । ଏବେ ସେ ୮ ମାସର ଗର୍ଭବତୀ ଥିବାବେଳେ ଆସନ୍ତା ମାର୍ଚ୍ଚରେ ପ୍ରସବ କରିବେ । ଏହି ଘଟଣାରେ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହିଳାରୁ ପୁରୁଷ ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି କେରଳର ଜହାଦ । ତାଙ୍କର ପାର୍ଟନରଙ୍କ ନାମ ଜିୟା ପାବଲ । ଜହାଦ ପୂର୍ବରୁ ମହିଳା ଥିଲେ । ମାତ୍ର ସେ ନିଜକୁ ପୁରଷ ଭଳି ଅନୁଭବ କରୁଥିଲେ । ଏଥିପାଇଁ ସେ ସର୍ଜରୀ ଜରିଆରେ ପୁରୁଷ ହେବାକୁ ନିଷ୍ପତ୍ତି ନେଲେ । ସେପଟେ ଜିୟା ପୁରୁଷ ଭାବେ ଜନ୍ମ ନେଇଥିବାବେଳେ ପରେ ମହିଳା ହୋଇଛନ୍ତି । ଏହି ଟ୍ରାନ୍ସଜେଣ୍ଡର ଦମ୍ପତି ଦୀର୍ଘ ତିନି ବର୍ଷ ହେଲା ଏକାଠି ରହିଆସୁଛନ୍ତି ।

କେରଳର ଏହି ଟ୍ରାନ୍ସଜେଣ୍ଡର ଦମ୍ପତି ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀର ସାହାରା ନେଇଛନ୍ତି । ଜହାଦ ମହିଳାରୁ ପୁରୁଷ ହେବା ପରେ ମଧ୍ୟ ଗର୍ଭଧାରଣ କରିଛନ୍ତି । ତେବେ କୁହାଯାଉଛି, ହଜାଦଙ୍କ ସର୍ଜରୀ ସମୟରେ ତାଙ୍କର ଗର୍ଭାଶୟ ଏବଂ ଅନ୍ୟ କିଛି ଅଙ୍ଗକୁ ହଟାଯାଇନଥିଲା । ଏହାସହିତ ସର୍ଜରୀ କରିବା ସମୟରେ ହିଁ ସେ ଗର୍ଭଧାରଣ କରିନେଇଥିଲେ । ଏବେ ଜହାଦ ୮ ମାସର ଗର୍ଭବତୀ ଥିବାବେଳେ ଆସନ୍ତା ମାସରେ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ।

ଜିୟା ଜଣେ ଡ୍ୟାନ୍ସର ଅଟନ୍ତି । ସେ ନିଜ ପାର୍ଟନର ଜହାଦଙ୍କ ଗର୍ଭଧାରଣ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ''ମୁଁ ଜନ୍ମରୁ ମହିଳା ନଥିଲି ହେଲେ ମୋ ଭିତରେ ମାତୃତ୍ବର ଭାବନା ଥିଲା । କେହି ମୋତେ ମାଆ ବୋଲି ଡାକୁ ମୁଁ ଚାହୁଁଥିଲି । ଏବେ ମୋର ମାଆ ହେବାର ସ୍ବପ୍ନ ସାକାର ହେବାକୁ ଯାଉଛି । ତିନି ବର୍ଷ ହେଲା ଆମେ ଏକାଠି ଅଛୁ ଏବଂ ଆଠ ମାସର ଏକ ଜୀବନ ଏବେ ଜହାଦଙ୍କ ଗର୍ଭରେ ବଢୁଛି ।'' ଜହାଦ ନିଜର ବ୍ରେଷ୍ଟ ଅପରେସନ କରିଥିବା ବେଳେ ବ୍ରେଷ୍ଟ ମିଲ୍କ ବ୍ୟାଙ୍କରୁ ସେମାନେ ନିଜ ଛୁଆକୁ ଖୁଆଇବେ ବୋଲି କହିଛନ୍ତି ।

ଏହି ଦମ୍ପତି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋରେ ହଜାର ହଜାର ଲାଇକ ଓ କମେଣ୍ଟ ଆସିଛି । ଅନେକ ୟୁଜର୍ସ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭଗବାନଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି । ଏହି ଦମ୍ପତି ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଜଣେ ଟ୍ରାନ୍ସଜେଣ୍ଡର ପୁରୁଷ ଗର୍ଭଧାରଣ କରିବା ଦେଶର ଏହା ପ୍ରଥମ ଘଟଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.