ETV Bharat / bharat

ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ, ଯୁବକଙ୍କ ସହ ରହିବାକୁ ଦେଉନାହାନ୍ତି ପରିବାର ଲୋକେ

author img

By

Published : Jul 3, 2023, 10:51 PM IST

ଉତ୍ତରପ୍ରଦେଶ ରାଜ୍ୟ କୌଶମ୍ବୀ ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପ୍ରେମିକଙ୍କ ସହ ସଂସାର ଗଢ଼ିବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର । ବିବାହ ପରେ ଛାଡ଼ି ଚାଲିଗଲା ସ୍ବାମୀ । ଅଧିକ ପଢ଼ନ୍ତୁ

ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର
ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର

ଲକ୍ଷ୍ନୌ: କିନ୍ନରଙ୍କ ସହ ଯୁବକଙ୍କ ଗଢ଼ି ଉଠିଲା ଘନିଷ୍ଠ ସମ୍ପର୍କ । ପ୍ରେମକୁ ସାମାଜିକ ସ୍ବୀକୃତି ଦେବା ପାଇଁ ଲିଙ୍ଗ ପରିବର୍ତ୍ତନ କରି ଝିଅ ହେଲେ । ମନ୍ଦିରରେ ବିବାହ କରି ଏକାଠି ଘର ସଂସାର କଲେ । ହେଲେ ବିବାହର କିଛି ମାସ ପରେ ଯୁବକଙ୍କ ପରିବାର ଲୋକେ ତାଙ୍କୁ ନେଇଗଲେ । ଏବେ ସ୍ବାମୀଙ୍କୁ ଖୋଜୁଛନ୍ତି ଅସହାୟ ମହିଳା । ଉତ୍ତରପ୍ରଦେଶ ରାଜ୍ୟ କୌଶମ୍ବୀ ଜିଲ୍ଲାରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ।

ପୋଲିସ ସୂଚନା ଅନୁଯାୟୀ, ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିବା କିନ୍ନର ଜଣଙ୍କ ପ୍ରତି ପରିବାର ଲୋକେ ପିଲାଟି ବେଳୁ ଭେଦଭାବ କରିଥିଲେ । ତାଙ୍କ ଭିତରେ ଝିଅର ସ୍ବଭାବ ଦେଖି ତାଙ୍କୁ ନାପସନ୍ଦ କରିଥିଲେ । ଏଥିରେ ଅତିଷ୍ଟ ହୋଇ ସେ ଘରୁ ଚାଲିଆସିଲେ । ନାଚ ଏବଂ ଗୀତ ଗାଇ ନିଜେ ଚଳିଲେ । ଏହି ସମୟରେ ଗ୍ରାମର ଏକ ଯୁବକଙ୍କ ସହ ତାଙ୍କର ଦେଖା ହେଇଥିଲା । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା । ଦୁହେଁ ପରସ୍ପରକୁ ଭଲ ପାଇବାକୁ ବସିଲେ । ନିୟମିତ ଭାବେ ଦୁହିଁଙ୍କର ଦେଖା ସାକ୍ଷାତ ହେଲା ।

ଏହା ମଧ୍ୟ ପଢ଼ନ୍ତୁ: ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର: ଟଙ୍କା ଓ ଗହଣା ଧରି ଫେରାର ମାରିଲା ଯୁବକ

୨୦୧୬ ପରଠାରୁ ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ସମ୍ପର୍କକୁ ସାମାଜିକ ସ୍ବୀକୃତି ଦେବା ପାଇଁ ଯୁବକଙ୍କ ନିର୍ଦ୍ଦେଶରେ କିନ୍ନର ଜଣକ ଲିଙ୍ଗ ପରିବର୍ତ୍ତନ କରିବାକୁ ଚିନ୍ତା କଲେ । ଏହାପରେ ନିଜ ଅର୍ଜିତ ଜମା ପୁଞ୍ଜିରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ କରି ଝିଅ ହେଲେ । ଏହାପରେ ଦୁହେଁ ଏକ ମନ୍ଦିରରେ ବିବାହ କଲେ ଏବଂ ଏକାଠି ରହିବାକୁ ଲାଗିଲେ । ହସଖୁସିରେ ୬ ମାସ ବିତିଗଲା । ଏହି ସମୟରେ ବିବାହ ସମ୍ପର୍କରେ ଯୁବକଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ । ଏହାପରେ ସେମାନେ ଆସି ଯୁବକଙ୍କୁ ତାଙ୍କ ସାଙ୍ଗରେ ନେଇଗଲେ । ଘରକୁ ଯିବା ପରେ ଯୁବକଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରିନାହିଁ ।

ଯୁବକଙ୍କ ପରିବାର ସଦସ୍ୟ ପୀଡ଼ିତା ସହ ସାକ୍ଷାତ କରିବାକୁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଘରେ ପହଞ୍ଚିବା ପରେ ପରିବାର ଲୋକେ ଉକ୍ତ ଯୁବକଙ୍କୁ ମାରପିଟ କରିଛନ୍ତି । ଏନେଇ ପୀଡ଼ିତା ଜଣକ କୌଶମ୍ବୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ କୌଶମ୍ବୀ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକିଥିଲା । କିନ୍ତୁ କୌଣସି ସମାଧାନ ହୋଇପାରିନାହିଁ । ତେଣୁ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.