ETV Bharat / bharat

ଖ୍ରୀଷ୍ଟମାସ ଉପହାର: ଡିସେମ୍ବର ୨୫ରୁ ଦାର୍ଜିଲିଂରେ ପୁଣି ଆରମ୍ଭ ହେବ ଟଏ ଟ୍ରେନ ସେବା

author img

By

Published : Dec 24, 2020, 5:08 PM IST

କୋରୋନା ସଙ୍କଟ ସମୟରେ ପର୍ଯ୍ୟଟକଙ୍କୁ ଖ୍ରୀଷ୍ଟମାସ ଉପହାର । କୋରୋନା କାରଣରୁ ବନ୍ଦ ଥିବା ଦାର୍ଜିଲିଂ ଟଏ ଟ୍ରେନ ସେବା ପୁଣି ଥରେ ଡିସେମ୍ବର ୨୫ରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଖ୍ରୀଷ୍ଟମାସ ଉପହାର, ଡିସେମ୍ବର ୨୫ରୁ ଦାର୍ଜିଲିଂରେ ପୁଣି ଆରମ୍ଭ ହେବ ଟଏ ଟ୍ରେନ ସେବା

ସିଲିଗୁଡ଼ି: କୋରୋନା ସଙ୍କଟ ସମୟରେ ପର୍ଯ୍ୟଟକଙ୍କୁ ଖ୍ରୀଷ୍ଟମାସ ଉପହାର । କୋରୋନା କାରଣରୁ ବନ୍ଦ ଥିବା ଦାର୍ଜିଲିଂ ଟଏ ଟ୍ରେନ ସେବା ପୁଣି ଥରେ ଡିସେମ୍ବର ୨୫ରୁ ଆରମ୍ଭ ହେବ । ଏବଂ ଏହି ଟ୍ରେନ ଦାର୍ଜିଲିଂ ଓ ଧୂମ ଷ୍ଟେସନ ମଧ୍ୟରେ ଚାଲିବ । କୋରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ମାସର ଶେଷ ସପ୍ତାହରେ ଏହି ଟଏ ଟ୍ରେନ ସେବାକୁ ବନ୍ଦ କରିଦିଆଯାଇଥିଲା । ତେବେ ଟଏ ଟ୍ରେନ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟକ ବଢ଼ିବେ ଏବଂ ଏହା ଦ୍ବାରା ଆର୍ଥିକ କାରବାର ମଧ୍ୟ ଅଧିକ ସକ୍ରିୟ ହେବ ବୋଲି ଆଶା କରାଯାଉଛି ।

ଦାର୍ଜିଲିଂ ହିମାଳୟନ ରେଳବାଇ ପ୍ରଶାସନ ପକ୍ଷରୁ ୨ ମାସ ପୂର୍ବରୁ ଟଏ ଟ୍ରେନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥିଲା । ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଅନୁମତି ପାଇଁ ପତ୍ର ଦିଆଯାଇଥିଲା । କିନ୍ତୁ ଅନୁମତି ମିଳିବାରେ ବିଳମ୍ବ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.