ETV Bharat / bharat

ସିମଲାରେ ବର୍ଷର ପ୍ରଥମ ବରଫପାତ, ମଜା ଉଠାଇଲେ ପର୍ଯ୍ୟଟକ

author img

By

Published : Dec 28, 2020, 5:26 PM IST

ବର୍ଷର ପ୍ରଥମ ବରଫପାତ ପରେ ଧଳା ଚାଦରରେ ଢାଙ୍କି ହୋଇଛି ପାହାଡର ରାଣୀ ସିମଲା । ଏହି ସୁନ୍ଦର ଦୃଶ୍ୟକୁ ପର୍ଯ୍ୟଟକମାନେ ବେଶ୍‌ ଉପଭୋଗ କରିଛନ୍ତି । ଅଧିକ ପଢନ୍ତୁ...

Tourists rejoice as Shimla receives fresh snowfall
ସିମଲାରେ ବର୍ଷର ପ୍ରଥମ ବରଫପାତ, ମଜା ଉଠାଇଲେ ପର୍ଯ୍ୟଟକ

ସିମଲା: ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ରବିବାର ଚଳିତ ବର୍ଷର ପ୍ରଥମ ବରଫପାତ ହୋଇଛି । ବରଫ ଚାଦର ତଳେ ଢାଙ୍କି ହୋଇଛି ପାହାଡର ରାଣୀ ସିମଲା । ଯାହାର ଭରପୂର ମଜା ନେଇଛନ୍ତି ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରିବା ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ ।

ରବିବାର ରାଜଧାନୀରେ ବରଫପାତ ହେବା ଫଳରେ ସୋମବାର ସକାଳ ସମୟରେ ସମ୍ପୂର୍ଣ୍ଣ ସହର ବରଫରେ ଆଚ୍ଛାଦିତ ହୋଇଥିଲା । ଯାହାକୁ ଦେଖି ପର୍ଯ୍ୟଟକଙ୍କ ମୁହଁରେ ହସ ଫୁଟିଥିବା ଦେଖିବାକୁ ମିଳିଥିଲା । ତେବେ ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ବରଫ ସହିତ ଖେଳୁଥିବା ନଜର ଆସିଥିଲା । ସିମଲାରେ ବରଫପାତର ଆଶା ବାନ୍ଧି ଆସିଥିବାବେଳେ ବରଫପାତ ହେବା ପରେ ସେମାନଙ୍କ ଆଶା ପୂରଣ ହୋଇଛି ବୋଲି କହି ପର୍ଯ୍ୟଟକମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ ବରଫପାତ ହେବା ଯୋଗୁଁ ଯାତାୟାତରେ ସମସ୍ୟା ଦେଖାଦେଇଛି । ରାସ୍ତାରେ 4ରୁ 5 ଇଞ୍ଚ ଉଚ୍ଚର ବରଫ ଜମା ହୋଇ ରହିଥିବା ଯୋଗୁଁ ଗମନାଗମନ ଠପ ହୋଇଯାଇଛି । ମହାନଗର ନିଗମ ପକ୍ଷରୁ ସହରର ମୁଖ୍ୟ ସ୍ଥାନରୁ ବରଫ ହଟାଇବା କାର୍ଯ୍ୟ ଜାରି ରହିଛି । ତେବେ ସୋମବାର ମଧ୍ୟ ବରଫପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର କୁଫରୀ, ନାରକଣ୍ଡା, ଖଡାପଥର ଆଦି ଅଞ୍ଚଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ସିମଲାର ଉପରି ଭାଗକୁ ସୋମବାର କୌଣସି ବସ ଯାତ୍ରା କରିନାହିଁ ।

କିନ୍ତୁ ବର୍ଷର ଶେଷ ଭାଗରେ ବରଫପାତ ହେବା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକ ହିମାଚଳ ପ୍ରଦେଶ ଗସ୍ତରେ ଆସୁଛନ୍ତି । ଅନ୍ୟପଟେ ସିମଲାର ହୋଟେଲଗୁଡିକରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ନୂଆବର୍ଷରେ ଭଲ ବ୍ୟବସାୟ ହେବ ବୋଲି ହୋଟେଲ ମାଲିକମାନେ ଆଶା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.