ETV Bharat / bharat

ଯୌନ ଶୋଷଣ ଉଦ୍ଦେଶ୍ୟ ବିନା ନାବାଳିକାଙ୍କ ଗାଲ ଛୁଇଁବା ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ - bombay highcourt

ଜଣେ ଆଠ ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା 46 ବର୍ଷିୟ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଯୌନ ଶୋଷଣର ଉଦ୍ଦେଶ୍ୟ ନଥାଇ କୌଣସି ବାଳିକାର ଗାଲକୁ ଛୁଇଁବା ଅପରାଧ ନୁହେଁ । ଅଧିକ ପଢନ୍ତୁ...

ଯୌନ ଶୋଷଣ ଉଦ୍ଦେଶ୍ୟ ବିନା କୌଣସି ଝିଅର ଗାଲ ଛୁଇଁବା ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

author img

By

Published : Aug 30, 2021, 12:14 PM IST

ମୁମ୍ବାଇ: ଜଣେ ଆଠ ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା 46 ବର୍ଷିୟ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଯୌନ ଶୋଷଣର ଉଦ୍ଦେଶ୍ୟ ନଥାଇ କୌଣସି ବାଳିକାର ଗାଲକୁ ଛୁଇଁବା ଅପରାଧ ନୁହେଁ। ଜଷ୍ଟିସ ସନ୍ଦୀପ ସିନ୍ଦେଙ୍କର ଖଣ୍ଡପୀଠ, ପଡୋଶୀ ଥାନେ ଜିଲ୍ଲା ଅନ୍ତର୍ଗତ ରାବୋଡି ପୋଲିସ ଦ୍ବାରା ଜୁଲାଇ 2020 ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ମହମ୍ମଦ ଅହମ୍ମଦ ଉଲ୍ଲାଙ୍କୁ ଅଗଷ୍ଟ ୨୭ ରେ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ‘ମୋ ମତରେ ଯୌନ ଶୋଷଣ ଉଦ୍ଦେଶ୍ୟ ବିନା କାହାର ଗାଲକୁ ଛୁଇଁବା, ଯୌନ ଅପରାଧ ଆଇନର ଧାରା 7 ଅନୁଯାୟୀ ଅପରାଧ ନୁହେଁ’ ।

ଜଷ୍ଟିସ ସିନ୍ଦେ କିନ୍ତୁ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦ୍ବାରା ଦିଆଯାଇଥିବା ରାୟକୁ ଏହି ମାମଲାରେ ଜାମିନ ପାଇଁ ଦିଆଯାଇଥିବା ମତାମତ ଭାବରେ ବୁଝାଯିବା ଉଚିତ ଏବଂ ଅନ୍ୟ ମାମଲାର ଶୁଣାଣିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅଭିଯୋଗ ଅନୁଯାୟୀ, ଉଲ୍ଲା ତାଙ୍କ ଦୋକାନ ଭିତରକୁ ଜଣେ ୮ ବର୍ଷର ବାଳିକାକୁ ଡାକିଥିଲେ | ଆଉ ସେ ନାବାଳିକାଙ୍କ ଗାଲକୁ ଛୁଇଁ ତାଙ୍କ ଟ୍ରାଉଜର ଖୋଲିବାକୁ ଯାଉଥିବାବେଳେ ଜଣେ ମହିଳା ସେଠାରେ ପହଞ୍ଚି ଯାଇଥିଲେ । ଯିଏକି ଅଭିଯୁକ୍ତକୁ ତାଙ୍କ ଦୋକାନ ଭିତରକୁ ଛୋଟ ଝିଅକୁ ନେବାର ଦେଖିଥିଲେ ଏବଂ ତାଙ୍କୁ ସନ୍ଦେହ ହୋଇଥିଲା । ଏନେଇ ବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରାଯାଇ ଉଲ୍ଲାଙ୍କୁ ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ନାଭି ମୁମ୍ବାଇର ତଲୋଜା ଜେଲରେ ଅଛନ୍ତି। ସେ ତାଙ୍କ ଜାମିନ ଆବେଦନରେ କହିଛନ୍ତି ଯେ, ବ୍ୟବସାୟରେ ତାଙ୍କ ପ୍ରତିଦ୍ବନ୍ଦୀମାନେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରିଛନ୍ତି। ତାଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ ଏବଂ ସେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ରହି ଏକ ମାଂସ ଦୋକାନ ଚଳାଉଥିଲେ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.