ETV Bharat / bharat

ମହାରାଷ୍ଟ୍ରରେ ମାଟି ଧସିବା ଘଟଣା, ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାଇଗଡ ସମେତ ମହଦାରେ ହୋଇଥିବା ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

author img

By

Published : Jul 24, 2021, 10:46 AM IST

Maharashtra rains: ୪୪  people die after landslide in Raigad district
ମହାରାଷ୍ଟ୍ରରେ ବର୍ଷା ବିଭିଷିକା, ଭୁସ୍ଖଳନ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାଇଗଡ ସମେତ ମହଦାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ହୋଇଛି । ଘଟଣାସ୍ଥଳରୁ ୩୫ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଜାରି ରହିଛି । ଏନଡିଆରଏଫ ଟିମ ସହ ସ୍ଥାନୀୟ ଉଦ୍ଧାରକାରୀ ଦଳ ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାଇଗଡ ଜିଲ୍ଲାର ୬ଟି ସ୍ଥାନରେ ଭୂସ୍ଖଳନ ହୋଇଛି । ଏନେଇ ରାଇଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏବେବି ୫୦ ଲୋକେ ଫସି ରହିଥିବା ସୂଚନା ମିଳିଛି ।

ମହାରାଷ୍ଟ୍ରରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜଳବନ୍ଦୀ ବିଭିନ୍ନ ଅଞ୍ଚଳ । ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ରାଇଗଡ ଜିଲ୍ଲାର କାଲାଇ ଗାଁରେ ଭୂସ୍ଖଳନ ହୋଇଥିଲା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆଦିତ୍ୟ ଠାକରେ କେନ୍ଦ୍ରର ସହାୟତା ଲୋଡିଥିଲେ । ସେପଟେ ରାଜ୍ୟରେ ଏଭଳି ଭୟାନକ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଆଶ୍ବସନା ଦେଇଥିଲେ । ତେବେ ଏବେବି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଜଳ ବନ୍ଦୀ ହୋଇ କିଛି ସ୍ଥାନ ରହିଛି । ଫଳରେ ଜୀବନ ଯାତ୍ରା ବ୍ୟାହତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.