ETV Bharat / bharat

ଡିସେମ୍ବର 19 ସୁଦ୍ଧା ଦେଶରେ ସରିଛି 16 କୋଟିରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR

କୋରୋନା ସଂକ୍ରମଣକୁ ଦେଶରୁ ମୂଳପୋଛ କରିବାକୁ ସ୍ବାସ୍ଥ୍ୟ ବିଭାଗର ଅନେକ ଅବଦାନ ରହିଛି । ମହାମାରୀ ସମୟରେ କେହି ଘରୁ ବାହାରକୁ ବାହାରୁ ନଥିବାବେଳେ, କୋରୋନା ଯୋଦ୍ଧା ମାନେ ନିରନ୍ତର ଟେଷ୍ଟିଂ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 20, 2020, 12:58 PM IST

ଡିସେମ୍ବର 19 ସୁଦ୍ଧା ଦେଶରେ ସରିଛି 16 କୋଟିରୁ ଉର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ସ୍ବାସ୍ଥ ବିଭାଗ ପକ୍ଷରୁ ନିରନ୍ତର ଭାବେ କୋଭିଡ ଟେଷ୍ଟ ଜାରି ରହିଛି। ଯାହା ବର୍ତ୍ତମାନ ସୁଦ୍ଧା 16 କୋଟି ପାର କରିଛି ଏହି ଟେଷ୍ଟ ସଂଖ୍ୟା। ଦୈନିକ ଟେଷ୍ଟିଂ ଲ୍ୟାବରେ ଲକ୍ଷାଧିକ ଟେଷ୍ଟିଂ କରାଯାଉଛି।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ବିଭିନ୍ନ ଟେଷ୍ଟିଂ ଲ୍ୟାବରେ 11 ଲକ୍ଷ 07 ହାଜର 681ଟି ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଦେଶରେ 16 କୋଟି 11 ଲକ୍ଷ 98 ହଜାର 195 ଟି ଟେଷ୍ଟ ସରିଛି।

ତେବେ ବର୍ତ୍ତମାନ ଦେଶରେ 1 କୋଟି 31 ହଜାର 223ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା। ସେଥିମଧ୍ୟରୁ 95 ଲକ୍ଷରୁ ଉର୍ଦ୍ଧ୍ବ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 3 ଲକ୍ଷ 05 ହଜାରରୁ ଅଧିକ ଚିକିତ୍ସାଧୀନ ଅଛନ୍ତି । 1 ଲକ୍ଷ 45 ହଜାର 477 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.