ETV Bharat / bharat

ବଜେଟ 2021: ସୀମା ସଂଘର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା 4,78 ଲକ୍ଷ କୋଟି

author img

By

Published : Feb 1, 2021, 3:16 PM IST

ଏଥର ପ୍ରତିରକ୍ଷା କ୍ଷେତ୍ରକୁ 4,78,195.62 ଲକ୍ଷ କୋଟିର ଆବଣ୍ଟନ କରାଯାଇଛି । ଏଥିମଧ୍ୟରୁ ପ୍ରତିରକ୍ଷା ପେନସନ ପାଇଁ 1,15,850 ଲକ୍ଷ କୋଟି ଆବଣ୍ଟନ କରାଯିବ । ଅଧିକ ପଢନ୍ତୁ...

ବଜେଟ 2021: ସୀମା ସଂଘର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା 4,78 ଲକ୍ଷ କୋଟି
ବଜେଟ 2021: ସୀମା ସଂଘର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା 4,78 ଲକ୍ଷ କୋଟି

ନୂଆଦିଲ୍ଲୀ:ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଥର ପ୍ରତିରକ୍ଷା କ୍ଷେତ୍ରକୁ 4,78,195.62 ଲକ୍ଷ କୋଟିର ଆବଣ୍ଟନ କରାଯାଇଛି । ଏଥିମଧ୍ୟରୁ ପ୍ରତିରକ୍ଷା ପେନସନ ପାଇଁ 1,15,850 ଲକ୍ଷ କୋଟି ଆବଣ୍ଟନ କରାଯିବ । ଗତ ବର୍ଷ ପ୍ରତିରକ୍ଷା କ୍ଷେତ୍ରକୁ 4.71 ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଥିଲା ।

ଗତ ବର୍ଷ ତୁଳନାରେ ପ୍ରତିରକ୍ଷା ବଜେଟରେ 19 ପ୍ରତିଶତ ବୃଦ୍ଧି ଘଟିଛି । ଅର୍ଥାତ ଏଥର ପ୍ରତିରକ୍ଷା 1.35 ଲକ୍ଷ କୋଟି ବୃଦ୍ଧି ସହ 4,78,195.62 ଲକ୍ଷ କୋଟି ଟଙ୍କାରେ ରହିଛି । ଏହା ଗତ 15 ବର୍ଷରେ ସର୍ବାଧିକ ବୃଦ୍ଧି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ପ୍ରତିରକ୍ଷା କ୍ଷେତ୍ରରେ ବଜେଟ ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବଜେଟ ଆତ୍ମନିର୍ଭର ଭାରତ ପାଇଁ ହୋଇଥିବା ବେଳେ ଏହା ଅର୍ଥନୀତିକୁ ସୁଦୃଢ କରିବ ବୋଲି କହିଛନ୍ତି ରାଜନାଥ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.