ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 28, 2022, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ନୟାପଲ୍ଲୀର ୩୭ ନମ୍ବର ୱାର୍ଡ ବୁଲିଲେ ମେୟର

ନୟାପଲ୍ଲୀ ସ୍ଥିତ ୩୭ ନମ୍ବର ୱାର୍ଡ ବୁଲିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେଠାରେ ଏକ ୱାର୍ଡ ଅଫିସ ପ୍ରତିଷ୍ଠା ଉପରେ ଦେଲେ ଗୁରୁତ୍ବ ।

୨. ଓଡିଶା ସମେତ 4 ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ମାଓହିଂସା ନେଇ ସଜାଗ ରୁହ

ଚାରି ପୂର୍ବାଞ୍ଚଳ ରାଜ୍ୟକୁ ସଜାଗ ରହିବା ଲାଗି କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ । ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ପୋଲିସକୁ ସଜାଗ ରହିବା ଲାଗି ମନ୍ତ୍ରଣାଣାଳୟର ନିର୍ଦ୍ଦେଶ । ଏହି ୪ ରାଜ୍ୟରେ ଆଗମୀ ୧୫ ଦିନ ପାଇଁ ମାଓବାଦୀ ହିଂସା ଘଟାଇ ପାରନ୍ତି ବୋଲି କେନ୍ଦ୍ର ପକ୍ଷରୁ ସଜାଗ କରାଯାଇଛି ।

୩. Rajya Sabha Election: ରିଟର୍ଣ୍ଣିଂ ଅଫିସର ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ତ୍ବାରାନ୍ବିତ ହୋଇଛି ପ୍ରକ୍ରିୟା । ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଜୁଲାଇ ସୁଦ୍ଧା ରାଜ୍ୟସଭା ନିର୍ବାଚନ ଶେଷ ହେବ ।

୪. Examination Season Starts: ଚାପମୁକ୍ତ ପରୀକ୍ଷା ଦେବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଦୁଇବର୍ଷ ପରେ ଆରମ୍ଭ ହେଲା ଅଫ୍‌ଲାଇନ ଯୁକ୍ତ ଦୁଇ ପରୀକ୍ଷା । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ ।

୫. ବାଂଲାଦେଶରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ବାଲାଂଦେଶରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡ.ଏସ.ଜୟଶଙ୍କର । ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା । ପ୍ରଧାନମନ୍ତ୍ରୀ ହାସିନାଙ୍କୁ ମଧ୍ୟ ଭାରତ ଆସିବାକୁ ଦେବେ ନିମନ୍ତ୍ରଣ ।

୬. ଆସାମରେ ମୋଦିଙ୍କ ବଡ ବୟାନ, ଉତ୍ତର-ପୂର୍ବ ରାଜ୍ୟରୁ ହଟିବ AFSPA

ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଉତ୍ତର-ପୂର୍ବରୁ ହଟିବ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) । କହିଲେ ଗତ 8 ବର୍ଷରେ ସ୍ଥିତିରେ ଆସିଛି ବଡ ସୁଧାର । ଖୁବ ଶୀଘ୍ର ହଟାଇବା ନେଇ ଜାରି ରହିଛି ପ୍ରକ୍ରିୟା ।

୭. ଜମ୍ମୁରେ ସନ୍ଦେହଜନକ IED ଜବତ, ସର୍ଚ୍ଚ ଅପରେସନ ଆରମ୍ଭ

ଜମ୍ମୁର ସିଧ୍ରା ଅଞ୍ଚଳରୁ ଠାବ ହେଲା ସନ୍ଦେହଜନକ IED । ବୋମା ନିଷ୍କ୍ରିୟକାରୀ ଟିମ ସହ ଘଟଣାସ୍ଥଳରେ ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ଆରମ୍ଭ ।

୮. Operation All Out: 4 ମାସରେ କାଶ୍ମୀରରେ ୬୨ ଆତଙ୍କୀ ସଫା

ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ୬୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ କାଶ୍ମୀର ପୋଲିସ ତରଫରୁ ଏକ ବିବୃତ୍ତି ଜାରି କରାଯାଇ ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।

୯. England Test Captain: ଇଂଲଣ୍ଡ ଟିମର ନୂଆ ଟେଷ୍ଟ କ୍ୟାପଟେନ ହେଲେ Ben Stokes

ଇଂଲଣ୍ଡର ପୁରୁଷ ଟେଷ୍ଟ କ୍ରିକେଟ ଟିମର ନୂଆ ଅଧିନାୟକ ହୋଇଛନ୍ତି ବେନ୍‌ ଷ୍ଟୋକ୍ସ(Ben Stokes) । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଗୁରୁବାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ କରିଛି ।

୧୦. ଆଇଟମ୍‌ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ କୋହଲି, ଭାଇରାଲ ହେଲା ଭିଡିଓ

ଆଇପିଏଲ ୨୦୨୨ ବାୟୋ ବବଲରେ ଖୁବ ମସ୍ତି କରୁଛନ୍ତି ଖେଳାଳି । ଏପ୍ରିଲ ୨୭ରେ ଆରସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ଅଲରାଉଣ୍ଡର ଗ୍ଲେନ୍ ମାକ୍ସଓ୍ୱେଲଙ୍କ ମ୍ୟାରେଜ୍ ପାର୍ଟିରେ ଟିମର ଖେଳାଳିମାନଙ୍କ ସମେତ ବିରାଟ କୋହଲି-ଅନୁଷ୍କା ଶର୍ମା ମଧ୍ୟ ଖୁବ ମସ୍ତି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.