ETV Bharat / bharat

Top News @11AM, ନଜର ପକାନ୍ତୁ ବର୍ତ୍ତମାନର ବଡ ଖବର ଉପରେ

ନଜର ପକାନ୍ତୁ ବର୍ତ୍ତମାନର ବଡ ଖବର ଉପରେ

TOP NEWS
TOP NEWS
author img

By

Published : Oct 31, 2022, 11:01 AM IST

1.Morbi Cable Bridge Collapse: ମୃତ୍ୟୁ ସଂଖ୍ୟା 141କୁ ବୃଦ୍ଧି

ଗୁଜୁରାଟର ମୋରବୀରେ ମାଞ୍ଚୁ ନଦୀରେ କେବୁଲ ବ୍ରିଜ ଭୁଶୁଡ଼ିବା ଘଟଣାରେ (Gujarat Morbi cable bridge collapses) ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଏବେ ସୁଦ୍ଧା 141 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି ।

2.ଆଜିଠୁ ଜୟପୁରକୁ ଉଡି଼ବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ରାଜଧାନୀରୁ ଜୟପୁର ସହରକୁ ଉଡ଼ିବ ବିମାନ । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3.ଗୁୁଜୁରାଟ ଝୁଲା ପୋଲ ଟ୍ରାଜେଡି, ରୋଡ ଶୋ’ ବାତିଲ କଲେ ପ୍ରଧାନମନ୍ତ୍ରୀ

ଗୁୁଜୁରାଟ ଝୁଲା ପୋଲ ଟ୍ରାଜେଡି ସମସ୍ତଙ୍କୁ ସ୍ତବ୍ଧ କରିଛି । ଏ ଦୁଃଖଦ ଘଟଣା ପରେ ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀଙ୍କର ହେବାକୁ ଥିବା ସମସ୍ତ ରୋଡ ଶୋ ଓ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

4.ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି 147ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କେଭାଡିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5.ରାଜଧାନୀରେ କାର ଧକ୍କାରେ ବାଇକ ଆରୋହୀ ମୃତ, ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ

ଭୁବନେଶ୍ବରର ରାଜମହଲ ଓଭରବ୍ରିଜ ଉପରେ ବାଇକକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୁର୍ଘଟଣା ଘଟାଇଥିବା କାରରେ ନିଆଁ ଲଗାଇ ଦେଇଛନ୍ତି ।

6.Dhamnagar Bypoll: ଆଜି VC ଜରିଆରେ ପ୍ରଚାର କରିବେ ନବୀନ, ଅବନ୍ତୀଙ୍କ ପାଇଁ ମାଗିବେ ଭୋଟ

ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ପ୍ରଚାର ଶେଷର ଦିନକ ପୂର୍ବରୁ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

7.ହିମାଚଳ ପ୍ରଦେଶରେ ଦଳ ବିରୋଧି କାର୍ଯ୍ୟ ପାଇଁ 6 ନେତାଙ୍କୁ ବହିସ୍କୃତ କଲା କଂଗ୍ରେସ

ହିମାଚଳ ପ୍ରଦେଶରେ ଦଳ ବିରୋଧି କାର୍ଯ୍ୟ ପାଇଁ 6 ନେତାଙ୍କୁ ବହିସ୍କୃତ କଲା କଂଗ୍ରେସ ।

8.ସାନ୍ତାଳୀ ପାରମ୍ପରିକ ଚିତ୍ରରେ ଚମକୁଛି ରାଷ୍ଟ୍ରପତିଙ୍କ ଜନ୍ମମାଟି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ଓ କର୍ମ ଭୂମିରେ ଗ୍ରାମର ପ୍ରତି କାନ୍ଥରେ ପ୍ରଥମ ସାନ୍ତାଳୀ ଚିତ୍ର କଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

9.ଅମିର ଖାନଙ୍କ ମାଆ ଅସୁସ୍ଥ, ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ଅମିର ଖାନ (Aamir Khan)ଙ୍କ ମାଆ ଜିନତ ହୁସେନ୍‌ (Zeenat Hussain) ହୃଦଘାତରେ ପୀଡିତ ଅଛନ୍ତି । ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

10.କୋହଲିଙ୍କ ମାଇଲଷ୍ଟୋନ, ଟି୨୦ ବିଶ୍ବକପ କ୍ୟାରିଅରରେ ୧୦୦୦ ରନ ପୂରଣ

ବିରାଟ କୋହଲିଙ୍କ ଆଉ ଏକ ମାଇଲଷ୍ଟୋନ । T20 ବିଶ୍ବକପରେ ୧୦୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ବିରାଟ କୋହଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.