ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Aug 16, 2022, 9:17 PM IST

TOP NEWS at 9PM
TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ହୀରାକୁଦରେ ଖୋଲିଲା ୪୦ଟି ଗେଟ, ନିଷ୍କାସିତ ହେଉଛି 6 ଲକ୍ଷରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

2. ଦୁଇ ଟଙ୍କା ବଢିଲା କ୍ଷୀର ଦର

2 ଟଙ୍କା ବଢିବ କ୍ଷୀର ଲିଟର । ପ୍ରମୁଖ କ୍ଷୀର ଉତ୍ପାଦନକାରୀ ସଂସ୍ଥା ଅମୁଲ ଓ ମଦର ଡାଏରୀ ଦର ବଢାଇବା ନେଇ ଦେଲେ ସଙ୍କେତ । ବୁଧାବାର ଠାରୁ ଦେଶବ୍ୟାପୀ ଲାଗୁ ହେବ ବର୍ଦ୍ଧିତ ଦର ।

3. ରାୟଗଡା: ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି

ରାୟଗଡାରେ ବନ୍ୟା ପରିସ୍ଥିତିର ବିପଦ ଟଳିଲା । ଗୋଟିଏ ପଟେ ଜିଲ୍ଲାର ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି । ଅନ୍ୟ ପଟେ ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରୁ ଆଜି ନିସ୍ତାର ମିଳିଛି ।

4. ପୋଲିସ ଭ୍ୟାନ ତଳୁ ବିସ୍ଫୋରକ ଜବତ, CCTVରେ କଏଦ ଦୁଇ ଦୁର୍ବୃତ୍ତ

ପୋଲିସ ଅଧିକାରୀଙ୍କ ଗାଡି ତଳୁ ମିଳିଲା ବିସ୍ଫୋରକ । ଗତକାଲି ରାତିରେ ଘର ବାହାରେ ପାର୍କିଂ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଲାଗାଇଥିଲେ ବୋମା । ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଜାରି ରହିଛି ଉଦ୍ୟମ ।

5. ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ

ଭାରତୀୟ ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ । ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସମେତ ଉପସ୍ଥିତ ଥିଲେ ବହୁ ବରିଷ୍ଠ ସେନାଧିକାରୀ ।

6. ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

ବନ୍ୟା ଓ ଜଳ ପରିଚାଳନା ନେଇ ଆଜି ଛତିଶଗଡ ଓଡିଶା ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ଥିଲା । ତେବେ ବୈଠକ ପୂର୍ବରୁ ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

7. ଜ୍ବାଇଁ ଆକ୍ରମଣରେ ଶ୍ୱଶୁର ମୃତ, ଶାଶୁ ଓ ଶାଳୀ ଗୁରୁତର

ବାପଘରେ ବେଶିଦିନ ରହିଯିବାରୁ ସ୍ବାମୀର ଉନ୍ମତ କାଣ୍ଡ । ଜ୍ବାଇଁ ଆକ୍ରମଣରେ ଶ୍ବଶୁର ମୃତ । ଶାଶୁ ଏବଂ ଶାଳୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ।

8. ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ, ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଟିମ ମୁତୟନ

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି ଅଗ୍ନିଶମ ବିଭାଗ । ବନ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଗ୍ନିଶମ ବିଭାଗର ୪୪ ଟିମ ମୁତୟନ । ଅଗ୍ନିଶମ ବାହିନୀର ମନବଳ ବଢାଇ ଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଲେ ଡିଜି ।

9. ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟାକାରୀଣି ବୈଠକ

ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାକାରୀଣି ବୈଠକ ହୋଇଯାଇଛି । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଅଧକ୍ଷ୍ୟ ଜମାଲ ସିନ୍ଧିକ୍ୟୁଙ୍କ ଅକ୍ଷତାରେ ଏହି କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି । ସଂଖ୍ୟା ଲଘୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ଯାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

10. Ind vs Zim Series : ୱାସିଂଟନ ସୁନ୍ଦର ବାଦ ପଡିଲେ, ସ୍ଥାନ ପାଇଲେ ଶହବାଜ

ଭାରତ-ଜିମ୍ବାୱେ ସିରିଜରୁ ବାଦପଡିଲେ ୱାସିଂଟନ ସୁନ୍ଦର । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଶହବାଜ ଅହମ୍ମଦ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.