1. Make In Odisha Conclave: ଆଜିଠୁ ଶିଳ୍ପ ମହାକୁମ୍ଭ, ସାମିଲ ହେବେ ବିଜନେସ ଟାଇକୁନ
ଆଜି ଠାରୁ ଆରମ୍ଭ ହେଉଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡ଼ିଶା ୨୦୨୨ (Make In Odisha Conclave 2022) । ୭ଟି ପ୍ରମୁଖ ସେକ୍ଟର ଉପରେ ଫୋକସ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ କରାଯାଇଛି ।
2. ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା, କହିଲେ ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା
ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ୧୨ ଘଣ୍ଟା ଜେରା କରିଲା ଇଡି । ପୂର୍ବରୁ ପ୍ରମୋଦଙ୍କ ଘରେ ଭଡା ରହୁଥିଲେ ଅର୍ଚ୍ଚନା ।
3. Padampur Bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
ପାଇକମାଳରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀ ସମସ୍ୟା ଦେଖାଦେଇଛି କହିଲେ କେନ୍ଦ୍ରମନ୍ତ୍ରୀ ।
4. ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ନରୱେ ରାଷ୍ଟ୍ରଦୂତ: ଶିଳ୍ପାନୁକୂଳ ବାତାବରଣ ନେଇ ଦୃଷ୍ଟି ଆକର୍ଷଣ କଲା ରାଜ୍ୟ
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଭେଟିଲେ ନରଓ୍ୱେ ରାଷ୍ଟ୍ରଦୂତ । ଅତିଥିମାନଙ୍କୁ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଲେ ମନ୍ତ୍ରୀ ।
5. Kendrapara firecracker mishap: ୧୨ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ
କେନ୍ଦ୍ରାପଡା ବାଲିଆ ବାଣ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୨ ଜଣ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା ।
6. ଆଦାନୀ ଗ୍ରୁପ ହାତକୁ ଯିବ NDTV ! ଇସ୍ତଫା ଦେଲେ ପ୍ରଣୟ ରୟ ଓ ରାଧିକା
ଶିଳ୍ପପତି ଆଦାନୀଙ୍କ ହାତକୁ ଯିବ NDTV । ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିମିଟେଡର ବୋର୍ଡ ଅଫ୍ ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ।
7. Gujarat Assembly Poll: ବିଜେପିର 5 ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି 1200 କୋଟିରୁ ଅଧିକ
ଗୁଜରାଟ ବିଧାନସଭା ନିର୍ବାଚନ (Gujarat Assembly Poll) ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ହୋଇଛି ପ୍ରଚାର । ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ସେମାନଙ୍କର ସମ୍ପତ୍ତି ତାଳିକା ଏବେ ସାର୍ବଜନିନ ହୋଇଛି । ଯେଉଁଥିରେ ବିଜେପିର 5 ଜଣ ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ହେଉଛି 1200 କୋଟିରୁ ଅଧିକ ।
8. ପ୍ରଧାନମନ୍ତ୍ରୀଙ୍କୁ ରାବଣ ସହ ତୂଳନା କଲେ ଖଡଗେ, ଘେରିଲା ବିଜେପି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ସହ ତୂଳନା କଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । କହିଲେ ସବୁଠି ମୋଦି କହୁଛନ୍ତି ତାଙ୍କୁ ଦେଖି ଭୋଟ ଦିଅ । ତାଙ୍କର କେତେ ମୁଣ୍ଡ, ସେ ରାବଣ କି ? (Mallikarjun Kharge Comparing PM Modi to Ravana) । ବିଜେପି କଲା ସମାଲୋଚନା ।
9. ସୁକମାରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ଶହୀଦ
ସୁକମାରେ ନକ୍ସଲ ବିରୋଧୀ ଅପରେସନ ବେଳେ ଜଣେ ଯବାନ ଶହୀଦ (police naxalite encounter in sukma)। ଅପରାହ୍ନରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ ।
10. ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା
ବ୍ରହ୍ମୋସର ସଫଳ ପରୀକ୍ଷଣ । ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ । ସୁପରସୋନିକ କୃଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି ଭାରତୀୟ ସେନା ।