ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Jan 8, 2022, 9:22 AM IST

1-କୋରୋନାରେ ଆକ୍ରାନ୍ତ ହେଲେ ସସ୍ମିତ ପାତ୍ର ଓ ଭଦ୍ରକ ବିଧାୟକ

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କୁ କୋରୋନା ।

2-ରାଜ୍ୟ ସରକାରଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ସରକାର ଏହି ଲାଞ୍ଚ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି ।

3-ଜଗତସିଂହପୁରରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ମହିଳା ଗିରଫ

ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ସଦର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ବଡବାଗ ଗ୍ରାମରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି ।

4-ଜାମିନ ପାଇଲେ କାଳୀଚରଣ ମହାରାଜ

ହିନ୍ଦୁ ସନ୍ଥ କାଳୀଚରଣ ମହାରାଜଙ୍କୁ ମିଳିଲା ଜାମିନ୍ । ଗାନ୍ଧୀଙ୍କୁ ଗାଳି ଦେବା ମାମଲାରେ ଗିରଫ କାଳୀଚରଣ ପୁଣେ କୋର୍ଟରୁ ଜାମିନ୍ ପାଇଛନ୍ତି ।

5-PM'S security breach: ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ୍

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାରେ ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ କଲେ ହରିୟାଣା ମୁଖ୍ୟମନ୍ତ୍ରୀ ।

6-କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ BJDର ବଏକଟ୍‌, BJPର ପ୍ରଶ୍ନ

ରାଜଧାନୀ କୋଚ୍‌ ସହିତ ପୁରୀ-ହଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆସିଲେନି ଶାସକ BJD ଦଳର ମନ୍ତ୍ରୀ ଓ ବିଧାୟକ । ନିମନ୍ତ୍ରଣ ଥାଇ ବି ଆସିଲେନି ମନ୍ତ୍ରୀ ଅଶୋକ ପଣ୍ଡା ଓ ପଦ୍ମନାଭ ବେହେରା ।

7-କଟକ ଜିଲ୍ଲାରେ ବୁଲିବ ଭ୍ରାମ୍ୟମାଣ ଡିସପେନସେରି, ଉପକୃତ ହେବେ 90 ପଞ୍ଚାୟତ

TPCODL ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରୀର ଶୁଭାରମ୍ଭ କରାଯାଇଛି। ସାଲେପୁର, ଆଠଗଡ ଓ କଟକ ଇଲେକ୍ଟ୍ରାକାଲ ଡିଭିଜନ ସମେତ କଟକ ଇଲେକ୍ଟ୍ରିକାଲ ସର୍କଲ ୯୦ଟି ପଞ୍ଚାୟତର ଲୋକଙ୍କ ଆବଶ୍ୟକତାକୁ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ପୂରଣ କରିବ।

8-ପିଏମଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ମହିଳା ବିଜେଡି ସମ୍ପାଦିକା, ଥାନାରେ ମାମଲା

ପ୍ରଧାନମନ୍ତ୍ରୀ ମରିଗଲେ ବି ଦୁଃଖ କରିବାର ନାହିଁ କହିଲେ ମହିଳା ବିଜେଡି ସମ୍ପାଦିକା । ବିଜେଡି ନେତ୍ରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି ।

9-150 କୋଟି ଭ୍ୟାକ୍ସିନ ପ୍ରଦାନ କଲା ଭାରତ

କୋରୋନା ଟୀକାକରଣ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଶୁକ୍ରବାର ଦେଶରେ ୧୫୦ କୋଟିରୁ ଅଧିକ ଡୋଜ (150 crore mark COVID-19 vaccinations) ଟିକା ଦିଆଗଲାଣି ।

10-ଆସନ୍ତା ୧୨ରେ ଭାରତ-ଚୀନ ୧୪ତମ କମାଣ୍ଡରସ୍ତରୀୟ ବୈଠକ

ଜାନୁୟାରୀ ୧୨ରେ ହେବ ଭାରତ-ଚୀନ ମଧ୍ୟରେ ୧୪ ତମ କମାଣ୍ଡରସ୍ତରୀୟ ବୈଠକ (India China 14th round Corps Commander talk) । ଭାରତୀୟ ସେନା ତରଫରୁ ନେତୃତ୍ବ ନେବେ ୧୪ Fire and Fury କର୍ପସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.