ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବଡଖବର

ନଜର ପକାନ୍ତୁ NEWS @9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : Jan 21, 2021, 9:05 PM IST

1.ରାଉରକେଲା ମିକ୍ସିଂ ପ୍ଳାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟିଏ ଟଙ୍କାର ଯନ୍ତ୍ରାଂଶ

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧାରା ଭୂୟାଁ ମିକ୍ସିଂ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କୋଟିଏରୁ ଅଧିକ ଟଙ୍କାର କାରଖାନା ଉପକରଣ ପୋଡି ଯାଇଥିବା ନଷ୍ଟ ହୋଇଥିବା ଜଣାପଡିଛି ।

2. ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ, ଶୋକପ୍ରକାଶ କଲେ ମୋଦି

କୋରୋନା ଯୁଦ୍ଧରେ ସାରଥି ସାଜିଥିବା ସେରମ ଇନଷ୍ଟିଚ୍ଟୁଟ ଉପରୁ ହଟୁନି ସଙ୍କଟର କଳାବାଦଲ । ପୂନର୍ବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଲ୍ଡଂରେ ଘଟିଛି ଅଗ୍ନିକାଣ୍ଡ । ଗୁରୁବାର ଅପରାହ୍ନରେ ମଧ୍ୟ ସମାନ ବିଲ୍ଡିଂରେ ଲାଗିଥିଲା ନିଆଁ ।

3. ଏଣିକି ଦୋକାନରେ ଫୁଡ୍‌ ସେଫ୍ଟି ସାର୍ଟିଫିକେଟ ବାଧ୍ୟତାମୂଳକ

ଅପମିଶ୍ରିତ ଖାଦ୍ୟକୁ ନେଇ ଚେତିଲା ବିଏମସି । ଏଣିକି ଭୁବନେଶ୍ବରର ସମସ୍ତ ହୋଟେଲ ଓ ରେସ୍ତୋରାଁରେ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ଲଗାଇବା ବାଧ୍ୟତାମୂଳକ ।

4. ଝଲସିବ ଅର୍କକ୍ଷେତ୍ର କୋଣାର୍କ, ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି ।

5. କୋବ୍ରା ବାଟାଲିୟନରେ ସାମିଲ ହେବେ ମହିଳା !

କୋବ୍ରା ବାଟାଲିୟନରେ ଏବେ ମହିଳାଙ୍କୁ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରୁଛି କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳ ତଥା ସିଆରପିଏଫ ।

6. ତେଜପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ମୋଦି

ଶୁକ୍ରବାର ସକାଳ 10.30ରେ ତେଜପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

7. ରାଜସ୍ଥାନ ପାଇଁ ଗର୍ବ: ଗଣତନ୍ତ୍ର ଦିବସରେ ଫ୍ଲାଇ-ପାଷ୍ଟରର ନେତୃତ୍ବ ନେବେ ସ୍ବାତି

ଚଳିତ ବର୍ଷ ଗଣତନ୍ତ୍ର ଦିବସର ଫ୍ଲାଇପାଷ୍ଟରେ ପ୍ରଥମ ମହିଳା ପାଇଲଟ ଭାବେ ସ୍ବାତି ରାଠୋର ନେତୃତ୍ବ ନେବାକୁ ଯାଉଛନ୍ତି ।

8. ଜାଣନ୍ତୁ କେବେ କେଉଁ ଫାର୍ମା କମ୍ପାନୀରେ ଲାଗିଥିଲା ନିଆଁ ?

ପୁଣେର ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଛି ନିଆଁ । ଟର୍ମିନାଲ-1 ଗେଟରେ ନିଆଁ ଲାଗିଛି । ଏଥିରେ ପ୍ରାୟ 5 ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ପ୍ଲାଣ୍ଟରେ 4 ଜଣ ଫସି ରହିଥିବା ସୂଚନା ମିଳିବା ସହ 3 ଜଣଙ୍କୁ ଉଦ୍ଧାର କରାଯାଇଛି ।

9. ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ 16 ଜଣିଆ ଇଂଲଣ୍ଡ ଦଳ ଘୋଷଣା ।

10. ଆକ୍ଷେପ ପରେ ପଡିଆ ଛାଡିଦିଅ, ମ୍ୟାଚ ବର୍ଜନ କର କହିଥିଲେ ଅମ୍ପାୟର: ସିରାଜ

ଅଷ୍ଟ୍ରେଲିଆ ପ୍ରଶଂସକ ଜାତିଆଣ ଆକ୍ଷେପ କରିବା ତାଙ୍କୁ ମାନସିକ ସ୍ଥରରେ ଶକ୍ତ କରିଥିଲା କହିଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.