ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 11, 2022, 7:17 PM IST

1.Ind Vs SA: ଆମେ ନିଶ୍ଚୟ ସିରିଜ ଜିତିବୁ କହିଲେ ଭୁବନେଶ୍ୱର କୁମାର

କଟକ: ଆସନ୍ତାକାଲି (ଶନିବାର) ବାରବାଟିରେ ହେବାକୁ ଥିବା ଦ୍ୱିତୀୟ ଟି20 ମ୍ୟାଚ ପାଇଁ ଆଜି ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ଭାରତୀୟ ଟିମ ଖେଳାଳି । ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ସାମ୍ବାଦିକ ସମ୍ମିଳନୀରେ, ଆମେ ଏହି ସିରିଜ ଜିତିବୁ ବୋଲି କହିଛନ୍ତି ।

2.RS polls: ସାମାନ୍ୟ ବ୍ୟବଧାନରେ ମାକନ ପରାଜିତ, ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିପାରେ କଂଗ୍ରେସ

ରାଜ୍ୟସଭା ନିର୍ବାଚନରେ ହରିୟାଣା କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ । ସାମାନ୍ୟ ବ୍ୟବଧାନରେ ହାରିଲେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ । ବିଦ୍ରୋହୀ ବିଧାୟକ କୁଲଦ୍ବୀପ ବିଷ୍ଣୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ

3.Ranchi Violence case: ଜାରି ରହିଛି ଦଙ୍ଗାକାରୀଙ୍କ ଚିହ୍ନଟ ପ୍ରକ୍ରିୟା

ରାଞ୍ଚି ହିଂସାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ । ଅଭିଯୁକ୍ତଙ୍କୁ ଚିହ୍ନଟ ଜାରି ରଖିଛି ପୋଲିସ । ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନର ସଙ୍କେତ । ଗତକାଲି ହିଂସାରେ 12ରୁ ଅଧିକ ଆହତ ସହ ପ୍ରାଣ ହରାଇଥିଲେ 2 ।

4.New Academic year: ଖରାଛୁଟି ସରିବା ପରେ ହେବ ଆରମ୍ଭ

ରାଜ୍ୟରେ ଖରାଛୁଟି ଶେଷ ହେବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଜଣାପଡିଛି ।

5.Online Investment Fraud: ୧୫ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ, ଜଣେ ଗିରଫ

ଅନଲାଇନ ଇନଭେଷ୍ଟମେଣ୍ଟ ଜରିଆରେ ଠକେଇ । ଇନଭେଷ୍ଟମେଣ୍ଟ ପାଇଁ ଆଗ୍ରହୀ ଲୋକଙ୍କୁ ଅନଲାଇନରେ କିଟି କ୍ୟାସ ଗ୍ରୁପରେ ଆଡ୍ କରି ଠକୁଥିଲେ । ଅଭିଯୋଗ ପରେ ଆକାଉଣ୍ଟ ଟ୍ରାକ କରି ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ସହ ମଧ୍ୟପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

6.IMA Passing Out Parade: ଦେଶକୁ ମିଳିଲା ୨୮୮ ଯୁବ ଅଫିସର୍ସ

ଆଇଏମଏ ପାସିଂ ଆଉଟ ପରେଡ । ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନ (Indian Military Academy Dehradun) ରୁ ଆଜି 377 ଜଣ ଜେଣ୍ଟେଲମେନ କ୍ୟାଡେଟ ପାସ ଆଉଟ ହୋଇଛନ୍ତି । ଏହି ସମସ୍ତ ଅଧିକାରୀ ଏବେ ଭାରତୀୟ ସେନାର ଜଣେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିବେ ।

7.ବ୍ରିଜରୁ ଖସି ତେଲ ଟ୍ୟାଙ୍କର ଫାଟିବା ଘଟଣା, ୪ ମୃତଦେହ ଉଦ୍ଧାର

ପାରାଦୀପରୁ ନୟାଗଡ଼ ଡିଜେଲ ନେଇ ଆସୁଥିବା ଏହି ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା । ତେଲ ଟ୍ୟାଙ୍କର ଫାଟି ବିସ୍ଫୋରଣ ହେବା ଫଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

8.୩ବର୍ଷର ସମ୍ପର୍କରେ ଫାଟ: ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର, ଧାରଣାରେ ପ୍ରେମିକା

ଭଦ୍ରକରେ ପ୍ରେମିକା ସହିତ ବିବାହ ପାଇଁ ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର । ଏହାପରେ ପ୍ରେମିକା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଥିବା ଜଣାପଡିଛି ।

9.ମୁମ୍ବାଇରେ ଭୁଶୁଡିଲା ବହୁତଳ କୋଠା: ଉଦ୍ଧାର କାର୍ଯ୍ୟ ଜାରି

ନଭି ମୁମ୍ବାଇର ସେକ୍ଟର-17ରେ ଥିବା ଏକ ବହୁତଳ ଅଟ୍ଟାଳିକାର କିଛି ଅଂଶ ଭୁଶୁଡିପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । କ୍ଷୟକ୍ଷତି ନେଇ ମିଳିନି ସ୍ପଷ୍ଟ ସୂଚନା । ଏକାଧିକ ବ୍ୟକ୍ତି ଫସି ରହିଥିବା ସନ୍ଦେହ ।

10.ଅଭ୍ୟାସ ଅଭିମୁଖେ ଭାରତୀୟ ଟିମ, ଉତ୍ସାହିତ କଲେ ଫ୍ୟାନ୍ସ

ଭୁବନେଶ୍ବର: ରାତିପାହିଲେ ବାରବାଟୀ ଫାଇଟ । ୭ ବର୍ଷ ପରେ ବାରବାଟୀରେ ପୁନର୍ବାର ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତୀୟ କ୍ରିକେଟ ଟିମ୍ । ପୂର୍ବ ଥରର ପ୍ରତିଶୋଧ ନେବାକୁ ସମସ୍ତ ଚେଷ୍ଟା କରିବେ ଭାରତୀୟ ଖେଳାଳି । ଏଥିପାଇଁ ଅଭ୍ୟାସ କରିବାକୁ ଆଜି(ଶନିବାର) ଷ୍ଟାଡିୟମ ବାହାରିଛନ୍ତି ପନ୍ତ ବାହିନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.