ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 10, 2022, 7:02 PM IST

1.୩୬ତମ OPCC ସଭାପତି ଭାବେ ଦାୟିତ୍ବ ନେଲେ ଶରତ ପଟ୍ଟନାୟକ

ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ( Sarat Patnaik) ଆଜି କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସେ ବିଦାୟୀ ସଭାପତି ନିରଞ୍ଜନ ପଟନାୟକଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ପଟ୍ଟନାୟକ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ୩୬ତମ ସଭାପତି ।

2.ବାଚସ୍ପତି ପଦରେ ଗଞ୍ଜାମ ନେତାଙ୍କ ଦବଦବା, ଜିଲ୍ଲାରୁ ପଞ୍ଚମ ବ୍ୟକ୍ତି ଭାବେ ବିକ୍ରମ ହେବେ ବାଚସ୍ପତି

ଓଡିଶାର ବାଚସ୍ପତି ପଦରେ ଗଞ୍ଜାମ ରାଜନେତାଙ୍କ ଦବଦବା ଦେଖିବାକୁ ମିଳୁଛି । ବିକ୍ରମ ଗଞ୍ଜାମ ଜିଲ୍ଲାର ପଞ୍ଚମ ନେତା ଯିଏ ବାଚସ୍ପତି ଦାୟିତ୍ୱ ସମ୍ଭାଳିବେ । ତାଙ୍କ ପୂର୍ବରୁ 4 ଜଣ ଗଞ୍ଜାମ ଜିଲ୍ଲାର ନେତା ବିଧାନସଭାର ଏହି ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି ।

3.Monsoon Session: ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୪ ଯାଏଁ ଯାଏ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟ ଦିବସ । ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ ।

4.Barabati T20: ଖେଳାଳିଙ୍କ ସୁରକ୍ଷା ନେଇ DCPଙ୍କ ପତିକ୍ରିୟା

ବାରବାଟୀରେ ଆସନ୍ତା ୧୨ରେ ଖେଳାଯିବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା T20 ଦ୍ବିତୀୟ ମ୍ୟାଚ୍‌ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି । ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର DCP ।

5.ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ଆଗରେ ଗୁଳି ଚଲାଇଲେ ପୋଲିସ କର୍ମୀ, ଦୁଇ ମୃତ

ପୋଲିସ କର୍ମୀ ଅଚାନକ ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ସମ୍ମୁଖରେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଫଳରେ ଜଣେ ମହିଳା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

6.Prophet Remarks Row: ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରତିବାଦ, ତାରରେ ଟାଙ୍ଗିଲେ ନୁପୂରଙ୍କ କୁଶପୁତ୍ତଳିକା

ପ୍ରଫେଟ ମହମ୍ମଦଙ୍କୁ ନେଇ ପୂର୍ବତନ ବିଜେପି ନେତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ବୟାନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନାର ମାହୋଲ ରହିଛି ।

7.Rajya Sabha Polls: ଜାମିନ ଆବେଦନ ଖାରଜ, ଭୋଟ ଦେଇ ପାରିଲେନି ନୱାବ ମଲ୍ଲିକ

ଭୋଟ୍‌ ଦେବାକୁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ NCP ନେତା ନଓ୍ବାବ ମଲ୍ଲିକ ଓ ଅନୀଲ ଦେଶମୁଖ । ଏହାକୁ ଖାରଜ କରି ଦେଇଛନ୍ତି ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଭାରତୀ ଡଙ୍ଗାରେ ଖଣ୍ଡପୀଠ ।

8.ଆଲିଆ ନୁହେଁ, ଶ୍ରଦ୍ଧାଙ୍କ ସହ ପାଣିରେ ରୋମାନ୍ସ କରୁଛନ୍ତି ରଣବୀର, ଭିଡିଓ ଭାଇରାଲ

ରଣବୀର କପୁର ଆଜିକାଲି ତାଙ୍କର ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ବାରମ୍ବାର ଏହି ଚଳଚ୍ଚିତ୍ରରୁ ସୁଟିଂର ଭିଡିଓ ଲିକ୍ ହେଉଛି । ଏଥର ଏକ ରୋମାଣ୍ଟିକ୍ ଭିଡିଓ ସାମ୍ନାକୁ ଆସିଛି

9.IndiGo ବିମାନରେ ଅଭିନେତ୍ରୀ ପୂଜା ହେଗଡେଙ୍କୁ ଦୁର୍ବ୍ୟବହାର

ଅଭିନେତ୍ରୀ ପୂଜା ହେଗଡେଙ୍କୁ IndiGo ବିମାନ ଯାତ୍ରୀଙ୍କ ଦୁର୍ବ୍ୟବହାର । ଟୁଇଟ୍ କରି ଅଭିଯୋଗ ପରେ କ୍ଷମା ମାଗିଲା ବିମାନ କମ୍ପାନୀ ।

10.IND vs SA T20: କଟକ ଆସିବେ BCCI ବସ୍‌ ସୌରଭ ଗାଙ୍ଗୁଲି

ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.