ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 7, 2022, 7:01 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଏଥର ସ୍ନାନ ମଣ୍ଡପରେ ଜଗା ଦର୍ଶନ: ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ

ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା, ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ହେଲା ଆଲୋଚନା ।

2. ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ଅସନ୍ତୋଷ ଚିନ୍ତା, ଅବୁଝାଙ୍କୁ ନବୀନ ନିବାସ ଡାକରା

ପୂର୍ବ ପ୍ରସ୍ତୁତି ଅନୁସାରେ ମନ୍ତ୍ରୀ ମଣ୍ଡଳ ପୁନର୍ବିନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଆଶା ଅନୁସାରେ ବିଭାଗ ମିଳିନଥିବାରୁ ଅନେକ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ପ୍ରଶମିତ କରିବା ଲାଗି ଅଣ୍ଟା ଭିଡିଛନ୍ତି ନବୀନ । ଅସନ୍ତୁଷ୍ଟ ମନ୍ତ୍ରୀ ଓ ନେତାଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି ଖୋଦ ନବୀନ। ଆସନ୍ତାକାଲି ଆଉ କିଛି ମନ୍ତ୍ରୀଙ୍କୁ ଡାକିଛନ୍ତି ନବୀନ ।

3. ମୁଣ୍ଡ ଟେକିଲାଣି କୋରୋନା, ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ

ପୁଣିଥରେ ଚିନ୍ତା ବଢ଼ାଉଛି କୋଭିଡ୍ । ସେପଟେ ସମସ୍ତ ପରିସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ରାଜ୍ୟରେ ୯୮ ଆକ୍ଟିଭ୍ ସଂକ୍ରମିତ ରହିଛନ୍ତି ।

4. କାଶ୍ମୀର ସୋପିଆନରେ ଏନକାଉଣ୍ଟର ଆରମ୍ଭ

କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ । ସୂଚନା ଦେଲା କାଶ୍ମୀର ପୋଲିସ ।

5. Wheat Export: ରପ୍ତାନୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇନି ଦେଶ, ଅଭାବୀ ରାଷ୍ଟ୍ରକୁ ଅଧିକ ପ୍ରାଥମିକତା

ଭାରତ ଗହମ ରପ୍ତାନୀ ଉପରେ ନିଜର ସ୍ପଷ୍ଟୀକରଣ ରଖିଛି । ଦେଶ ରପ୍ତାନୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇନି । ଅଧିକ ଆବଶ୍ୟକ କରୁଥିବା ଦେଶକୁ ଅଧିକ ପ୍ରାଥମିକତା ଦେଉଛି ବୋଲି କହିଛି ଭାରତ ।

6. WATCH VIDEO: ଗାଁରେ ପଶି ପୋଷା କୁକୁରକୁ ଚିତାବାଘର ଆକ୍ରମଣ

ମହାରାଷ୍ଟ୍ର ନାସିକ ନିକଟ ମୁଙ୍ଗସାରେ ଗ୍ରାମରେ ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ । ଏହି ଗାଁରେ ଚିତାବାଘ ପଶି ଏକ ପୋଷା କୁକୁର ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି ।

7. ଉଠିବ-ପଡିବ ରଜ ବଜାର: ଯେବେ ସୁରଙ୍କ କଣ୍ଠରୁ ଶୁଭିବ ରାଣୀ କଙ୍କଡାର ଝୋଳ

ପୁଣି ଶୁଭିବ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଗୀତ । ରଜ ବଜାରରେ ହଇଚଇ କରିବ ସୁରଙ୍କ ନୂଆ ଆଲବମ୍ ଗୀତ ରାଣୀ କଙ୍କଡାର ଝୋଳ ।

8. କୋର୍ଟଙ୍କ ବାରଣ ସତ୍ତ୍ୱେ ପୁଣି ନୂଆ ଭିଡିଓ ଜାରି କଲେ ଅନୁଭବ

ପୁଣି ଆଉ ଏକ ଭିଡିଓ ଜାରି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କୋର୍ଟଙ୍କ ବାରଣ ସତ୍ତ୍ବେ ବି ସେ ଏପରି ଭିଡିଓ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

9. ବଦଳିଲା ସଲମାନଙ୍କ ଫିଲ୍ମ ନାଁ, କଭି ଇଦ୍ କଭି ଦିୱାଲିରୁ ହେଲା ଭାଇଜାନ୍‌

କଭି ଇଦ୍ କଭି ଦିୱାଲିର ନାମ ପରିବର୍ତ୍ତନ କରାଯାଇଛି ଏବଂ ବର୍ତ୍ତମାନ ଏଥିରେ ଏକ ନୂଆ ଅଭିନେତାଙ୍କ ଏଣ୍ଟ୍ରି ହୋଇଛି । ଫିଲ୍ମର ନାମ 'କଭି ଇଦ୍ କଭି ଦିୱାଲିର ନାମ ଭାଇଜାନରେ ପରିବର୍ତ୍ତନ କରାଯାଇଛି ।

10. ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ଗିରଫ

ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ବିନୟ ଓଝା ଗିରଫ ହୋଇଛନ୍ତି। 2013ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଜୋଲଖାଡା ଶାଖାରେ ହୋଇଥିବା 1 କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିନୟ ଓଝା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.