ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 6, 2022, 7:13 PM IST

1.Trainer Aircraft Crash: ପ୍ରିଶିକ୍ଷଣ ବେଳେ ଖସିପଡିଲା ବିମାନ, ପାଇଲଟ୍ ଆହତ

ଢେଙ୍କାନାଳ କାମାକ୍ଷାନଗର ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ । ଫଳରେ ଟ୍ରେନି ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି ।

2.ରଥଖଳା ହାଲଚାଲ: ତିନିରଥର ଢମକ ଚଉପଟ କାର୍ଯ୍ୟ ଜାରି

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ହାତରେ ଆଉ ଦିନ କେଇଟା ବାକି ରହିଲା । ରଥଖଳାରେ ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇ ସାରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ତିନି ରଥର ପାଞ୍ଚଦଣ୍ଡା ଓ ପାର୍ଶ୍ଵଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଓ କୁଡ଼ୁକା ଲାଗି ହୋଇଛି ।

3.2006 Varanasi Serial Blast Case: ଦୋଷୀ ଆତଙ୍କବାଦୀ ଓ୍ୱାଲିଉଲ୍ଲା ଖାନକୁ ଫାଶୀ ଦଣ୍ଡାଦେଶ

ବହୁଚର୍ଚ୍ଚିତ 2006 ବାରାଣସୀ ସିରିଏଲ ବିସ୍ଫୋରଣ ମାମଲାରେ ଆସିଲା ରାୟ । ଆତଙ୍କବାଦୀ ଓ୍ବାଲିଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଗାଜିଆବାଦ କୋର୍ଟ । ବିସ୍ଫୋରଣରେ ପ୍ରାଣ ହରାଇଥିଲେ 20 ଜଣ ।

4.ଭାରତୀୟ ମୁଦ୍ରାରୁ ହଟିବନି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର: RBI

ଭାରତୀୟ ମୁଦ୍ରାରେ (Indian currency) ଗାନ୍ଧିଜୀଙ୍କ ଛବି ପରିବର୍ତ୍ତନର କୌଣସି ଯୋଜନା ନାହିଁ । ଗଣମାଧ୍ୟମରେ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କଲା ରିଜର୍ଭ ବ୍ୟାଙ୍କ ।

5.ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି: ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ

ଅବକାରୀ କମିଶନରଙ୍କୁ ଅବକାରୀ ବିଭାଗର ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି । ପୁରୀ ଜିଲ୍ଲାରେ ନିଶା ବେପାରୀଙ୍କ ଠାରୁ ମାସିକିଆ ବଟି ନେଇ ପୋଲିସ ତାଙ୍କୁ ସୁରକ୍ଷା ଦେଇଥିବା ଉଲ୍ଲେଖ ।

6.Kanpur Violence: ଜାରି ହେଲା ସନ୍ଦିଗ୍ଧ ଅଭିଯୁକ୍ତଙ୍କ ପୋଷ୍ଟର

କାନପୁର ହିଂସାରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ହଜାରେ ଅଭିଯୁକ୍ତଙ୍କ ନାମରେ ମାମଲା । ଗିରଫ ହେଲେଣି 40 । ଜାରି ହେଲା ଅନ୍ୟ ଅଭିଯୁକ୍ତଙ୍କ ପୋଷ୍ଟର ।

7.ପ୍ରକୃତ ପ୍ରସଙ୍ଗକୁ ଲୁଚାଇବା ପାଇଁ ସାମ୍ପ୍ରଦାୟିକ ରାଜନୀତି କରୁଛି BJP: ଶରଦ ପାଓ୍ବାର

ଦେଶରେ ଦରଦାମ ବୃଦ୍ଧି ଓ ବେକାରୀ ରୋକିବାରେ ବିଫଳ ମୋଦି ସରକାର । ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ପାଇଁ ବିଜେପି କରୁଛି ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି, NCP ମୁଖ୍ୟ ଶରଦ ପାଓ୍ବର ।

8.ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ ଅଭିଯାନ ଆରମ୍ଭ

ରାଜ୍ୟ ଭିନ୍ନକ୍ଷମ ବିଭାଗରେ ସେହି ବର୍ଗର ବ୍ୟକ୍ତିଙ୍କ ନିଯୁକ୍ତି ଦାବି କରି ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ ଅଭିଯାନ ଆରମ୍ଭ । ଭୁବନେଶ୍ବର ଏସଡିଜେଏମ କୋର୍ଟ ପରିସରରେ ସାଧାରଣ ଲୋକଙ୍କ ମତ ନେଇଛି ମଞ୍ଚ । ଭୁବନେଶ୍ବର ସମେତ ୧୫ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି ।

9.ଦଶନ୍ଧି ପରେ 10 ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀ ଓ ଦୁବାଇ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦୀର୍ଘ ଦଶନ୍ଧି ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ।

10.Uttarakhand Bus Accident: ଘଟଣାସ୍ଥଳରେ ସ୍ଥିତି ପରଖିଲେ ୨ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଯମୁନେତ୍ରୀ ରାଜପଥରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି । ବିମାନ ଯୋଗେଁ ମଧ୍ୟପ୍ରଦେଶରେ ପହଞ୍ଚିବ ମୃତଦେହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.