ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 5, 2022, 5:03 PM IST

Updated : May 5, 2022, 5:10 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. 4ର୍ଥ ଲହର ଭୟ: ଏୟାରପୋର୍ଟ ଓ ରେଳ ଷ୍ଟେସନରେ Mask ବାଧ୍ୟତାମୂଳକ

ବଢିଲାଣି ଦୈନିକ ସଂକ୍ରମଣ ମାମଲା । ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଏବଂ ରେଳଷ୍ଟେସନ ମାନଙ୍କରେ mask ବାଧ୍ୟତାମୂଳକ କରାଯାଇଛି ।

୨. Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ସମ୍ଭାବ୍ଯ ବାତ୍ୟା 'ଆସାନି'ର ମୁକାବିଲା ପାଇଁ SRCଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବା ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

୩. Hanuman Chalisa Row: ଜେଲରୁ ବାହାରିଲେ ସାଂସଦ ନବନୀତ ରାଣା, ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି

ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଆଜି ଜେଲରୁ ବାହାରିଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଗଲା ମୁମ୍ବାଇର ଲିଳାବତୀ ହସ୍ପିଟାଲ । ଗତକାଲି ଦମ୍ପତି ପାଇଥିଲେ ବେଲ ମଞ୍ଜୁରୀ ।

୪. Power Crisis: କୋଇଲା ସଙ୍କଟ, ଆଉ ୧୧୦୦ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କଲା ରେଳବିଭାଗ

ଦେଶରେ ଉତ୍କଟ କୋଇଲା ସଙ୍କଟ । କୋଇଲା ଯୋଗାଣ ପାଇଁ ୧୧୦୦ ଟ୍ରେନ ବାତିଲ କଲା ରେଳ ବିଭାଗ । ପୂର୍ବରୁ ଏପ୍ରିଲ ୨୯ରେ ଦେଶରେ ବିନାବାଧାରେ ୪୦୦ କୋଇଲାବୁହା ଟ୍ରେନ୍‌ ଚଳାଚଳ ପାଇଁ ୨୪୦ଟି ପାସେଞ୍ଜର ଟ୍ରେନ୍‌ ବାତିଲ କରିଥିଲା ରେଳ ବିଭାଗ ।

୫. Chhindwara Mishap: ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା

ମଧ୍ୟପ୍ରଦେଶ ଛିନ୍ଦଓ୍ବାରା ଜିଲ୍ଲା(Chhindwara district)ରେ ମାଛାଗୋର ଡ୍ୟାମ (Machagora Dam )ରେ ଚାରି ଜଣ ବୁଡି ମୃତ୍ୟୁ ହେବା ଘଟଣା । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

୬. Loudspeaker Row: ମୁସଲିମ ସମ୍ପ୍ରଦାୟର ଅନୁରୋଧ, ସିରିଡି ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ କରନାହିଁ

ଇତିହାସରେ ପ୍ରଥମ ଥର ପାଇଁ ବିନା ଲାଉଡସ୍ପିକରରେ ସିରିଡି ସାଇ ମନ୍ଦିରରେ ସମ୍ପନ୍ନ ହେଲା ଆଳତୀ । ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ ନ କରିବା ପାଇଁ ଦାବି କଲେ ମୁସଲିମ ସମ୍ପ୍ରଦାୟ ।

୭. ବାର ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମହଜୁଦ ରହିଛି Covovax: ଆଦର ପୁନୱାଲା

୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମହଜୁଦ ଅଛି କୋଭୋଭାକ୍ସ ଟିକା । ଏନେଇ ଟ୍ବିଟକରି ସୂଟନା ଦେଇଛନ୍ତି ସେରମ CEO ।

୮. ହରିଆଣାରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ହରିୟାଣା ପୋଲିସକୁ ବଡ ସଫଳତା । ଧରାପଡିଲେ ୪ ସନ୍ଦିଗ୍ଧ ଆତଙ୍କବାଦୀ । ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରିଛି ଆଇବି ।

୯. ଶୌଚ ପାଇଁ ଯାଇ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମରେ ଗତକାଲି(ବୁଧବାର) ଘଟିଯାଇଛି ଅଭାବନୀୟ ଘଟଣା । ଜଣେ ଯୁବକ ବୁଧବାର ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି ।

୧୦. ହଲିଉଡରେ ଡେବ୍ୟୁ କରିବେ ଆଲିଆ ଭଟ୍ଟ, ହାର୍ଟ ଅଫ୍ ଷ୍ଟୋନରେ ଆସିବେ ନଜର

ଆଲିଆ ଭଟ୍ଟ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ ହାର୍ଟ ଅଫ୍ ଷ୍ଟୋନ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

Last Updated : May 5, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.