ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 26, 2022, 5:10 PM IST

ନଜର ପକାନ୍ତୁ NEWS@5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ମହାପ୍ରଭୁ ସମସ୍ତଙ୍କର, ରାଜନୀତି ନକରି ASI କଣ କହୁଛି ଅପେକ୍ଷା କର: ସମ୍ବିତ ପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କଳାପାହାଡ଼ ମାନସିକତା କ୍ଷତି ପହଞ୍ଚାଇବ । ରାଜନୀତି ନକରି ASI କଣ କହୁଛି, ସେଯାଏ ଅପେକ୍ଷା କରିବା ଦରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ଉଚିତ ବୋଲି କହିଲେ ସମ୍ବିତ ।

୨. ଆସନ୍ତାକାଲିଠୁ ମେ 2 ଯାଏଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ

ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ପ୍ରଭାବ । ଆସନ୍ତାକାଲିଠୁ ମେ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର କଲେଜ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ ।

୩. Hanuman Chalisa Row: ନବନୀତ ଆଣିଥିଲେ ସଙ୍ଗୀନ ଅଭିଯୋଗ, ଜବାବ ଦେଲେ ମୁମ୍ବାଇ ପୋଲିସ କମିଶନର

ପୋଲିସ ଦେଇନଥିଲା ପାଣି । ରାତି ସାରା ଥାନାରେ ଶୋଷିଲା ଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ସାସଂଦ ନବନୀତ ରାଣା । ପୋଲିସ କମିଶନର ଜାରି କଲେ ଥାନା ପରିସରରେ ଚା’ ପିଇବାର ଭିଡିଓ ।

୪. ସୋନିଆଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ, କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ସୋନିଆଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିବା ରଣଦ୍ବୀପ ସୂର୍ଯେଓ୍ବାଲାଙ୍କ ସୂଚନା ।

୫. Modi 2.0: ମୋଦି ସରକାରଙ୍କ ଅଷ୍ଟମ ବାର୍ଷିକୀରେ ବିଜେପିର ଗ୍ରାଣ୍ଡ ସେଲିବ୍ରେସନ ଯୋଜନା

୨୦୨୨ ମେ' ୩୦ ତାରିଖରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂରଣ ହେବାକୁ ଯାଉଛି । ଏନେଇ ଭାରତୀୟ ଜନତା ପାର୍ଟି(BJP) ତରଫରୁ ଏକ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ହେଉଛି ।

୬. ୬ରୁ ୧୨ ବର୍ଷ ପିଲା ନେଇପାରିବେ କୋଭାକ୍ସିନ ଟୀକା

୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI ।

୭. Exclusive: 2024 ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି, ଖୁବଶୀଘ୍ର ହେବ PCC ଘୋଷଣା: ଚେଲ୍ଲାକୁମାର

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଇଟିଭି ଭାରତକୁ Exclusive ପ୍ରତିକ୍ରିୟା ।

୮. ଟଙ୍କା ଖାଇଗଲେ ସମବାୟ ବ୍ୟାଙ୍କ କର୍ମଚାରୀ, ଧାରଣା ଦେଲେ ଜମାକାରୀ

ଗରିବ ଖଟିଖିଆ ଜମାକାରୀଙ୍କ ଦେଢ଼କୋଟି ଟଙ୍କା ଖାଇଗଲେ କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡା ଶାଖାର କର୍ମଚାରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜମାକାରୀ ।

୯. 5T ମଡେଲରେ ଝଟକିବ ଝଙ୍କଡ ଶାରଳା ପୀଠ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର 5T ସଚିବ ଭି. କେ ପାଣ୍ଡିଆନ ଜଗତସିଂହପୁର ଗସ୍ତ କରିଛନ୍ତି । ଖୁବଶୀଘ୍ର 5T ମଡେଲରେ ଝଟକିବ ଝଙ୍କଡ ପୀଠ ।

୧୦. ରାଜ୍ୟରେ 15ଟି ଜିଲ୍ଲାରେ ନାହିଁ କୋଭିଡ ସଂକ୍ରମଣ, ପ୍ରିକସନ ଡୋଜ୍‌ ନେବାକୁ ପରାମର୍ଶ

ରାଜ୍ୟରେ ୧୫ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ନାହିଁ । ଟୀକାକରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ କୋଭିଡ ରୋଗୀ ସଂଖ୍ୟା ନାହଁ । ଯେଉଁମାନେ ଟୀକା ନେଇ ନାହାନ୍ତି, ସେମାନେ ନେଇ ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.