ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 11, 2021, 5:02 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.SWAYAM ପୋର୍ଟାଲରୁ ହଟିଲା ଓଡ଼ିଆ ଭାଷା, କ୍ଷୋଭ ପ୍ରକାଶ କଲେ ମନ୍ତ୍ରୀ ତୁଷାରକାନ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର SWAYAM ଇ-ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ହଟିବା ନେଇ ଚିନ୍ତା ପ୍ରକଟ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କଲେ ଟ୍ବିଟ ।

2.ମୋଦିଙ୍କୁ ଭେଟିଲେ ଯୋଗୀ, ଦେଢ ଘଣ୍ଟା ଚାଲିଲା ବୈଠକ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପାଖାପାଖି ଦେଢ ଘଣ୍ଟା ଧରି ମୋଦି ଓ ଯୋଗୀଙ୍କ ମଧ୍ୟରେ ବୈଠକ । ୟୁପି ନିର୍ବାଚନକୁ ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି ।

3.ଦେଶୀ ଟିକାକୁ ଅନ୍ତର୍ଜାତୀୟ ଝଟକା, Covaxin ଜରୁରୀକାଳୀନ ବ୍ୟବହାରକୁ ଆମେରିକାର ଖାରଜ

ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଆମେରିକାରୁ ଲାଗିଛି ଝଟକା । ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ଏଫଡିଏ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତିକୁ କରିଛି ଖାରଜ ।

4.କାହାକୁ ମିଳିବ ପଦ୍ମ ପୁରସ୍କାର ? ଜନତାଙ୍କୁ ପରାମର୍ଶ ମାଗିଲେ କେନ୍ଦ୍ର ସରକାର

ପଦ୍ମ ପୁରସ୍କାରକୁ 'ଜନତାଙ୍କ ପଦ୍ନ'ରେ ପରିବର୍ତ୍ତିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ସରକରା କହିଛନ୍ତି । 2021 ପଦ୍ମ ପୁରସ୍କାର ପାଇଁ ଜନସାଧାରଣଙ୍କୁ ପରାମର୍ଶ ମାଗିଛନ୍ତି ସରକାର ।

5.ଏସସିବି ସମ୍ପ୍ରସାରଣ, ଆଜି ତିନୋଟି ସାହି ଉଚ୍ଛେଦ

କଟକ ବଡ ମେଡିକାଲର ସମ୍ପ୍ରସାରଣ ପାଇଁ ଆଜି କଟକ ମାଲଗୋଦାମ ଅଞ୍ଚଳର ତିନୋଟି ସାହିରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

6.CoWIN ହ୍ୟାକ ନେଇ ପ୍ରଚାରିତ ଖବରକୁ ଖଣ୍ଡନ କଲା କେନ୍ଦ୍ର

ଟୀକାକରଣ ପାଇଁ ବ୍ୟବହୃତ CoWIN ପୋର୍ଟାଲ ହ୍ୟାକ ହୋଇଥିବା ଖବରକୁ ଖଣ୍ଡନ କଲା କେନ୍ଦ୍ର । ପୋର୍ଟାଲରେ ସମସ୍ତ ତଥ୍ୟ ସୁରକ୍ଷିତ ଥିବା ନେଇ କେନ୍ଦ୍ରର ସୂଚନା ।

7.ମର୍ମନ୍ତୁଦ ସଡକ ଦୁର୍ଘଟଣା; ଭଉଣୀ ମୃତ, ଭାଇ-ଭାଣିଜୀ ଗୁରୁତର

କାର୍ ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି ।

8.ବଢିଲା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି

ଯୁବ କୁସ୍ତିଯୋଦ୍ଧା ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଶୁକ୍ରବାର ଜୁନ 25 ପର୍ଯ୍ୟନ୍ତ ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ।

9.WTC ଫାଇନାଲକୁ 7 ଦିନ: ଟିମ୍‌ ଇଣ୍ଡିଆ ଉତ୍ସାହ ବଢାଅ, ଅପିଲ କଲା BCCI

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମୁକାବିଲାକୁ ଆଉ ମାତ୍ର 7 ଦିନ ବାକି ।

10.ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକ

କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟକୁ ଅପେକ୍ଷା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.