ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 28, 2022, 3:01 PM IST

୧.BJPର ମିଶନ ୨୦୨୪, ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

2024 ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି । ରାଜ୍ୟ କାର୍ଯ୍ୟାଳୟରେ 12ଟି ସଂସଦୀୟ କ୍ଷେତ୍ରର ପ୍ରବାସ କାର୍ଯ୍ୟକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।

୨.କେନ୍ଦ୍ରାପଡା ପ୍ରଶାସନର ଅଜବ ପ୍ରଚାର, ଅକାଳ ମୃତ୍ୟୁମୁଖରୁ ଫେରାଇ ଆଣେ ଡ୍ରଗ୍ସ

ଡ୍ରଗ୍ସ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ପ୍ରଚାରବେଳେ କେନ୍ଦ୍ରାପଡାରେ ଡ୍ରଗ୍ସ ବ୍ୟବହାର ମଣିଷକୁ ଅକାଳ ମୃତ୍ୟୁମୁଖରୁ ଫେରାଇ ଆଣେ ବୋଲି ପ୍ରଚାର, ସାଧାରଣରେ ଅସନ୍ତୋଷ ।

୩.ସୁର କହିଲେ ମୋର ବିଶ୍ବାସ ଚିରଞ୍ଜୀବୀ କଂଗ୍ରେସ ଛାଡିବେନି

କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ଚିରଞ୍ଜୀବ ବିଶ୍ବାଳ ହାତ ଛାଡିବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ ।

୪.ଭାରସାମ୍ୟ ହରାଇ ନାଳରେ ପଡିଲା ପିକଅପ ଭ୍ୟାନ

ଦୁର୍ଘଟଣାଗସ୍ତ ହୋଇ ବ୍ରିଜ ତଳକୁ ଖସି ନାଳ ପାଣିରେ ବୁଡିଗଲା ପିକଅପ ଭ୍ୟାନ୍‌ । ପାଣି ଭିତରେ ଏବଂ ପିକଅପ୍‌ ଭ୍ୟାନ ତଳେ ଚାପି ହୋଇ ରହିଥିଲେ ଚାଳକ ।

୫.ଲକ୍ଷଣ ଥିଲେ ଘରେ ବିସି ଟିଭିରେ ଦେଖନ୍ତୁ ରଥଯାତ୍ରା

ରଥଯାତ୍ରା ପରିଚାଳନା ଏବଂ ସେହି ସମୟରେ ସଂକ୍ରମଣ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବୈଠକ ହୋଇଛି । 10 ଲକ୍ଷ ଲୋକଙ୍କୁ ମାକ୍ସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।

୬.ହସ୍ପିଟାଲରୁ ଡିସଚାର୍ଜ ହେଲେ କ୍ୟାପଟେନ ଅମରିନ୍ଦର ସିଂ

ଡାକ୍ତରଖାନାରୁ ଘରକୁ ଫୋରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସଫଳ ଭାବେ ମେରୁଦଣ୍ଡ ଅସ୍ତ୍ରୋପଚାର କରି ଘରକୁ ଫେରିଛନ୍ତି ।

୭.ଜର୍ମାନୀରେ G7 ସମ୍ମିଳନୀରେ ଯୋଗ ଦେବାପରେ UAE ଅଭିମୁଖେ ପ୍ରଧାନମନ୍ତ୍ରୀ

ଗତ 26 ଓ 27 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

୮.President Election: ପୁରୁଣା ସହଯୋଗୀଙ୍କ ସମର୍ଥନ ମାଗିବେ କହିଲେ ଯଶୱନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନରେ(President Election) ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଥିବା ଯଶୱନ୍ତ ସିହ୍ନା (Yashwant sinha ) କହିଛନ୍ତି ବିଜେପିରେ ଥିବା ନିଜ ପୁରୁଣା ମିତ୍ର ସହଯୋଗୀଙ୍କ ସମର୍ଥନ ପାଇଁ ସହଯୋଗ ମାଗିବେ ।

୯.ସାରା ଦେଶରେ Bhool Bhulaiya 2 କ୍ରେଜ୍‌, ରୋଜଗାର କଲାଣି 230 କୋଟି

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ 2 ଗତ ମାସରେ ମେ 20ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା 230.75 କୋଟି ଟଙ୍କା ରୋଜଗାର କରିଛି ।

୧୦.ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ

ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ । ମେନ ଇନ ବ୍ଲୁ ଓ ବ୍ଲାକକ୍ୟାପ୍ସ ମଧ୍ୟରେ ଖେଳାଯିବ 3 ଟି-ଟ୍ବେଣ୍ଟି ସିରିଜ ଓ 3ଟି ଦିନିକିଆ ମ୍ୟାଚ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.