ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 14, 2022, 2:57 PM IST

1-OFFLINE EXAM: ପରୀକ୍ଷା ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୩ ଛାତ୍ରଛାତ୍ରୀ

ଅଫଲାଇନ ପରୀକ୍ଷାକୁ ନେଇ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁକ୍ତ ୩ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଛନ୍ତି ।

2-Vigilance Raid: ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

ଭିଜିଲାନ୍ସ ଜାଲରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର । ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି ।

3-Panchayat Election: ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ସବେତନ ଛୁଟି, ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

ପଞ୍ଚାୟତ ନିର୍ବାଚନ ଲାଗି କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ସବେତନ ଛୁଟି ଦେବାକୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ ।

4-ନିର୍ବାଚନୀ ପ୍ରଚାରରେ ପାଟକୁରା ବିଧାୟିକାଙ୍କୁ ବିରୋଧ

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ଜୋରଦାର ବିରୋଧ କରୁଛନ୍ତି ସାଧାରଣ ଜନତା ।

5-Hijab Row: କଂଗ୍ରେସ ନେତା କହିଲେ ବୁର୍ଖା ନ ପିନ୍ଧିଲେ ଦୁଷ୍କର୍ମର ଶିକାର ହେବେ ମହିଳା

ହିଜାବକୁ ନେଇ ବର୍ତ୍ତମାନ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ହିଜାବକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ନେତା ଜମିର ଅହମ୍ମଦ । ସେ କହିଛନ୍ତି ଇସଲାମ ଅନୁସାରେ ହିଜାବ ମାନେ ପରଦା ।

6-ନିର୍ମାଣଧିନ ଟନେଲ ଭୁଶୁଡିବା ଘଟଣା: 9 ଶ୍ରମିକଙ୍କ ମଧ୍ୟରୁ 2 ମୃତ 7 ଉଦ୍ଧାର

କଟନି ଜିଲ୍ଲାର ସ୍ଲିମନାବାଦର ବରଗୀ ଅଣ୍ଡରଗ୍ରାଉଣ୍ଡ କେନାଲର ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଏହି ଟନେଲରେ ଫସି ରହିଥିବା ଅନ୍ୟ 7 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

7-ବାଇଡେନ୍‌-ପୁଟିନ ଆଲୋଚନା ବିଫଳ, ଋଷ ଜଳସୀମାରେ ଅନୁପ୍ରବେଶ କଲା ଆମେରିକା ଜାହାଜ

ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଗତକାଲି(ରବାବାର) ଦିନ ଋଷ ଓ ଆମେରିକା ପ୍ରଶାନ୍ତ ମହାସାଗରରେ ମୁହାଁମୁହିଁ ହୋଇଛନ୍ତି ।

8-ମେ ସୁଦ୍ଧା ନିଲାମ ହେବ 5G Spectrum

ଆରମ୍ଭ ହେବ ବହୁ ପ୍ରତୀକ୍ଷିତ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା । ସ୍ପେକ୍ଟ୍ରମ ନିଲାମଧାରା ନେଇ ଯଦି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(TRAI) ମାର୍ଚ୍ଚରେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରେ ତେବେ ମେ ସୁଦ୍ଧା ନିଲାମ ହେବ ବୋଲି ଟେଲିକମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗତକାଲି(ରବିବାର) ସୂଚନା ଦେଇଛନ୍ତି ।

9-Happy Valentines Day: ଏୟାରପୋର୍ଟରେ ଏକାଠି ନଜର ଆସିଲେ ଭିକ୍ୟାଟ

କ୍ୟାଟ୍ ଏବଂ ଭିକି ଭାଲେଣ୍ଟାଇନ୍ ଡେ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ଉଭୟ ବିମାନବନ୍ଦରରେ ଏକାଠି ନଜର ଆସିଛନ୍ତି । ହାତରେ ହାତ ଧରି ଦୁହେଁ ଏକାଠି ଚାଲୁଥିବା ଦେଖାଯାଇଛି ।

10-ରୋମୋଣ୍ଟିକ ଫଟୋ ସେୟାର କଲେ ମଲାଇକା, ଲେଖିଲେ ଅର୍ଜୁନ ମୋର

ଭାଲେଣ୍ଟାଇନ୍ସ ଡେ'ରେ ପୁଣି ଚର୍ଚ୍ଚାକୁ ଆସିଲେ ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ଅଭିନେତ୍ରୀ ମଲାଇକା ଅରୋରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅର୍ଜୁନ କପୁରଙ୍କୁ ଆଲିଙ୍ଗନ କରୁଥିବା ଏକ ଫଟୋ ସେୟାର କରି ଲେଖିଛନ୍ତି- ମୋର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.