ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 3, 2022, 1:01 PM IST

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଶ୍ରୀମନ୍ଦିର ରୋଷଘରେ 40ରୁ ଊର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ

ଶ୍ରୀମନ୍ଦିରର ରୋଷଘରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା । ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଚୁଲି ଭଙ୍ଗାଯାଇଥିବା ନେଇ ସୂଚନା ।

୨. ଆଜି ବାରଣାସୀ ବୁଲିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର

ତିନି ଦିନିଆ ଭାରତ ଗସ୍ତରେ ଆସି ଆଜି ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଏକ ସ୍ବତନ୍ତ୍ର ବିମାନ ଯୋଗେ ବାରାଣାସୀରେ ପହଞ୍ଚିବେ। ତାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

୩. ଚନ୍ନିଙ୍କ ପୁତୁରା ନାଁରେ ଚାର୍ଜସିଟ ଦାଖଲ କଲା ED

ବେଆଇନ ବାଲି ଚୋରା ଚାଲାଣ ନେଇ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଅନ୍ୟ ଜଣଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପ୍ରିଲ ୬ ତାରିଖରେ ମାମଲାର ଶୁଣାଣି ହେବ ।

୪. ଆଜି ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା, ଇସଲାମବାଦରେ ଲାଗିଲା ୧୪୪ ଧାରା

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ । ଏନେଇ ଇସଲାମବାଦରେ ୧୪୪ ଧାରା ଜାରି ।

୫. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ । ଇମ୍ରାନ ଖାନଙ୍କ ପିଟିଆଇ ଦଳର ଜଣେ ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ।

୬. ସଙ୍କଟରେ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ, ପଠାଇଲା ଚାଳିଶ ହଜାର ଟନ୍ ଚାଉଳ

ସଙ୍କଟରେ ଶ୍ରୀଲଙ୍କା । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡି ପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି । ଏଭଳି ସ୍ଥିତିରେ ଏବେ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛି ଭାରତ ।

୭. Sri Lanka Economic Crisis : ଜଳୁଛି ଶ୍ରୀଲଙ୍କା, ସୋସିଆଲ ମିଡିଆ ବ୍ୟାନ କଲେ ସରକାର

ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡିଆ ଫ୍ଲାଟଫର୍ମ । ସ୍ଥିତି ଭୟଙ୍କର ହେଉଥିବାରୁ ଏପରି ନିଷେଦ୍ଧାଦେଶ ଜାରି କଲେ ସରକାର।

୮. ପୁଣି ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା, ସୀମା ଅତିକ୍ରମ କରିଥିବା ଅଭିଯୋଗ

ଭାରତୀୟ ମତ୍ସଜୀବୀକୁ ଗିରଫ କଲା ଶ୍ରୀଲଙ୍କା। 12 ଜଣ ମତ୍ସ୍ୟଜୀବୀଙ୍କୁ ନେଦୁନ୍ଥିଭୁ ଦ୍ବୀପ ଦେଇ ଶ୍ରୀଲଙ୍କାର ଅନ୍ତର୍ଜାତୀୟ ଜଳ ସୀମା ଅତିକ୍ରମ କରିଥିଲେ ।

୯. IPL2022: ଆଜି CSK-PBKS ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ

ଚଳିତ ଟାଟା ଆଇପିଏଲର ୧୧ତମ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ ।

୧୦.ହଲିଉଡରେ ଏଣ୍ଟ୍ରି ମାରିବେ ରିଚା, ମିଳିଲା ଅଫର

ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ବଲିଉଡର ଜଣାଶୁଣା ଚେହେରା ପାଲଟିଛନ୍ତି ରିଚା ଚଢା। ବିଭିନ୍ନ ଚରିତ୍ର ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.