ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 1, 2022, 1:00 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1-ଆଜିଠୁ 15 ରୁ 18 ବର୍ଷ ବର୍ଗଙ୍କ ଟିକା ପଞ୍ଜିକରଣ

ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ । ଏନେଇ ଆଜିଠୁ ଆରମ୍ଭ ହୋଇଛି ପଞ୍ଜିକରଣ (vaccine registration) ।

2-ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ

ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

3-ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ବର୍ଷ ସମସ୍ତଙ୍କ ପାଇଁ ଅନେକ ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ।

4-ଆଜି ଛାତ୍ରଛାତ୍ରୀଙ୍କୁ ମାଗଣା ମୋବାଇଲ ବାଣ୍ଟିବେ ଉତ୍ତରାଖଣ୍ଡ ମୁଖ୍ଯମନ୍ତ୍ରୀ

ନୂଆବର୍ଷ ଅବସରରେ ଆଜି ଛାତ୍ରଛାତ୍ରୀଙ୍କୁ ମାଗଣା ମୋବାଇଲ ଫୋନ ଏବଂ ଟାବ୍‌ଲେଟ୍ ବାଣ୍ଟିବେ ଉତ୍ତରାଖଣ୍ଡ ମୁଖ୍ଯମନ୍ତ୍ରୀ ।

5-New Year Gift: ୧୦୦ ଟଙ୍କା ଶସ୍ତା ହେଲା ବ୍ୟବସାୟିକ LPG ସିଲିଣ୍ଡର

ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଉପଭୋକ୍ତାଙ୍କୁ ନୂଆବର୍ଷ ଭେଟି । ୧୦୦ ଟଙ୍କା ଶସ୍ତା ହେଲା ବ୍ୟବସାୟିକ LPG ସିଲିଣ୍ଡର ।

6-ଦେଶରେ ୧୪୫ କୋଟି ଅତିକ୍ରମ କଲା ଟୀକାକରଣ

ଦେଶରେ ୧୪୫ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ (Corona Vaccination Coverage in India) । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

7-ନୂଆବର୍ଷରେ ନିରାଶ ଶ୍ରଦ୍ଧାଳୁ, ସିଂହଦ୍ବାରରୁ ମଣିମାଙ୍କୁ ମୁଣ୍ଡିଆ ମାରି ନେଲେ ଆଶୀର୍ବାଦ

ନୂଆବର୍ଷରେ କାଳିଆ ସାଆନ୍ତେଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ସାଜିଲା ମହାମାରୀ । କୋରୋନା ଭୟାବହତା ଯୋଗୁଁ ନୂଆବର୍ଷରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ ତଥାପି ବଡଦାଣ୍ଡକୁ ଛୁଟି ଆସିଛନ୍ତି ଶହ ଶହ ଶ୍ରଦ୍ଧାଳୁ ।

8-ଦକ୍ଷିଣପନ୍ଥୀର ଘୋଷଣା, ଓୱେସିଙ୍କୁ ଗିରଫ କଲେ ମିଳିବ ୨୨ ଲକ୍ଷ

ଯେଉଁ ପୋଲିସ ଅଧିକାରୀ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ଗିରଫ କରିବେ ତାଙ୍କୁ ନଗଦ ୨୨ ଲକ୍ଷ ଟଙ୍କା ମିଳିବ । ଘୋଷଣା କଲା ଦକ୍ଷିଣପନ୍ଥୀ ସଙ୍ଗଠନ ।

9-ନୂଆବର୍ଷରେ ରାଜଧାନୀରେ ଗଡିଲା ମୁଣ୍ଡ, ଗୋଷ୍ଠୀ ସଙ୍ଘର୍ଷ ନେଲା ଜୀବନ

ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୋଜିଭାତ ଆସର ବେଳେ ଦୁଇ ଗୋଷ୍ଠି ସଂଘର୍ଷକୁ ନେଇ ଗଡିଲା ମୁଣ୍ଡ । ରାଜଧାନୀ ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଖେଳପଡିଆ ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ଅନ୍ୟ ଗୋଷ୍ଠୀର ଲୋକେ।

10-INDIA CORONA: ଉପରମୁହାଁ କୋରୋନା ଗ୍ରାଫ, ୧୪୩୧ରେ ପହଞ୍ଚିଲା ଓମିକ୍ରନ ମାମଲା

ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ୨୦ ହାଜର ପାର୍ କଲା ଦୈନକ ସଂକ୍ରମଣ । ୧,୪୩୧ରେ ପହଞ୍ଚିଲା ଓମିକ୍ରନ ମାମଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.