ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 21, 2021, 1:11 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. PMଙ୍କୁ ଚିଠି ଲେଖିଲେ CM, ଅନ୍ନ ଯୋଜନା ଆଉ ୮ ମାସ ବଢାଇବାକୁ ଅନୁରୋଧ

PMGKAY ଯୋଜନାକୁ ଆଉ ୮ ମାସ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2. ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ, ପ୍ରସ୍ତୁତି ଜୋରଦାର

ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ ହେବ । ଏନେଇ ଚାଲିଛି ପ୍ରସ୍ତୁତି କାମ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବେ ।

3. କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଖୁଲାସା, ଖୁବଶୀଘ୍ର ଆସିବ CAAର ନୂଆ ନିୟମ

ନାଗରିକତ୍ବ ସଂଶୋଧନ ଅଧିନିୟମ (CAA)ର ନୂଆ ନିୟମ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

4. Farm law protest; ମୃତ ଚାଷୀଙ୍କ ପରିବାର ପାଇଁ ୩ ଲକ୍ଷ ଘୋଷଣା କଲେ କେସିଆର

କୃଷି ଆଇନ ବିରୋଧି ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବ ତେଲେଙ୍ଗାନା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେସିଆର ।

5. ତଦନ୍ତ ବେଳେ ପୋଲିସକୁ ଆକ୍ରମଣ, ୨ କର୍ମଚାରୀ ଆହତ

ଗିରଫଦାରୀକୁ ବିରୋଧ କରି ପୋଲିସ ଉପରେ ଆକ୍ରମଣ । ଏହି ଆକ୍ରମଣରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ବୋଲଗଡ ପଞ୍ଚାୟତର ମରଦାବାଡି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।

6. Andhra flash floods; ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି, ଶତାଧିକ ନିଖୋଜ

ଆନ୍ଧ୍ରପ୍ରଦେଶରେ ଜଳପ୍ରଳୟ । ଲଗାଣ ବର୍ଷା ଯୋଗୁଁ ୪ଟି ଜିଲ୍ଲାରେ ବନ୍ୟା ଆସି ୨୯ ଜଣଙ୍କ ମୃତ୍ୟୁ । ଶତାଧିକ ନିଖୋଜ ।

7. INDIA CORONA: 24 ଘଣ୍ଟାରେ 10,488 ନୂଆ ସଂକ୍ରମିତ ଚିହ୍ନଟ, 313 ମୃତ

ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 488 ନୂଆ ସଂକ୍ରମିତ ଚିହ୍ନଟ ହେବା ସହ 313 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

8. ODISHA CORONA: ଦିନକରେ ୨୦୫ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

9. ଆଜି ନୌସେନାରେ ସାମିଲ ହେବ INS ବିଶାଖାପାଟନମ

ଭାରତର ପ୍ରଥମ ଘାତକ ଡେଷ୍ଟ୍ରୟର ଜାହାଜ ଆଇଏନଏସ(INS) ବିଶାଖାପାଟନମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ନୌସେନାକୁ ହସ୍ତାନ୍ତର କରାଯିବ ।

୧୦. ଆଧୁନିକ ଉତ୍କଳର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ନବ ଉତ୍କଳର ବିନ୍ଧାଣୀ ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ । ରାଜନୀତି ଠୁ ଆରମ୍ଭ କରି ସାହିତ୍ୟ ଜଗତ, ସବୁଠି ତାଙ୍କ ଛାପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.