ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 25, 2022, 11:00 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପର

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି, ଅପରାହ୍ନ 4ଟାରୁ 4ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି । ପଇତାଲାଗି ନୀତି ପାଇଁ ଆଜି (ସୋମବାର) ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

2-ବାରିପଦା କୋର୍ଟରେ ହାଜର ହେଲା ଦୁର୍ଦ୍ଦାନ୍ତ ମାଓବାଦୀ ଶମ୍ଭୁ

କଡାସୁରକ୍ଷା ଭିତରେ ବାରିପଦାରେ ପହଞ୍ଚିଲା ଦୁର୍ଦ୍ଦାନ୍ତ ମାଓବାଦୀ ଶମ୍ଭୁ । ୨୦୦୯ ମସିହାରେ ତତକାଳୀନ ମୟୂରଭଞ୍ଜ ସଂସଦ ସୁଦାମ ମାର୍ଣ୍ଡିଙ୍କ ଶୋଭା ଯାତ୍ରାରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତି ଥିଲା ।

3-Odisha Corona Report: ଦିନକରେ 9 ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 9 କୋରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ 84 ସକ୍ରିୟ ମାମଲା ରହିଛି ।

4-ମାଓବାଦୀଙ୍କ ଲଙ୍କାକାଣ୍ଡ, ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ବସ

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ସୁକୁମାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଲଗାଇଦେଲେ ନିଆଁ ।

5-India Corona Report: ଦିନକରେ 2541 ସଂକ୍ରମିତ

ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ହଜାର ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ 2,541 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,541 fresh covid cases) ।

6-୨୮ରେ ମୋଦିଙ୍କ ଆସାମ ଗସ୍ତ, ୭ଟି କ୍ୟାନସର ହସ୍ପିଟାଲର କରିବେ ଉଦଘାଟନ

ଆସନ୍ତା ୨୮ରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଅବସରରେ ଦିବ୍ରୁଗଡ(Assam's Dibrugarh)ରେ ୭ଟି କ୍ୟାନସର ହସ୍ପିଟାଲକୁ ଉଦଘାଟନ କରିବେ । ଏହାସହ ରାଜ୍ୟ ପାଇଁ ଅନ୍ୟ ୭ଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି ।

7-ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟ ଓ ମୋହଲା କ୍ଲିନିକ ପରିଦର୍ଶନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ।

8-ଯୁଦ୍ଧ ପ୍ରଭାବ: ୟୁକ୍ରେନରେ ଅଟକିଛି ବନ୍ଦେ ଭାରତର ଚକା

ବନ୍ଦେ ଭାରତ ଟ୍ରେନ ପାଇଁ ୟୁକ୍ରେନର ଏକ କମ୍ପାନୀରୁ ଭାରତ 36000 ସେଟ ଚକା ମଗାଇଥିଲା । ମାତ୍ର ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା ଦେଖାଦେଇଛି ।

9-ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି, ପ୍ରେମିକ ଧୱାଲଙ୍କୁ କଲେ ଜୀବନସାଥୀ

ଇଣ୍ଡିଆନ୍ ଆଇଡଲ୍ ସିଜନ୍‌ 12ର ଫେମ୍‌ ଗାୟିକା ସାୟଲି କାମ୍ବଲେ ବର୍ତ୍ତମାନ ମିସ୍‌ରୁ ମିସେସ୍‌ ହୋଇଛନ୍ତି । ସାୟଲି ତାଙ୍କର ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଧୱାଲଙ୍କୁ ବିବାହ କରିଛନ୍ତି ।

10-IPL 2022: ଆଜି ଚେନ୍ନାଇ-ପଞ୍ଜାବ ଫାଇଟ

ଚଳିତ ଆଇପିଏଲର ଆଜି (ସୋମବାର) 38 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.