ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 11, 2022, 11:05 AM IST

1-ବିଧାନସଭା ସାମ୍ନାରେ ବିଭତ୍ସ ହତ୍ୟାକାଣ୍ଡ, ପଡିରହିଛି ରକ୍ତ ଜୁଡୁବୁଡୁ ମୃତଦେହ

ବିଧାନସଭା ସାମ୍ନା ରାସ୍ତାକଡ଼ରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ବିଭତ୍ସ ହତ୍ୟା । ଖାରବେଳଙ୍କ ଥାନା ପିଏମଜି ଅଫିସ କଡ଼ରେ ଥିବା ଏଟିଏମ୍ ସାମ୍ନାରେ ପଡ଼ି ରହିଛି ରକ୍ତାକ୍ତ ମୃତଦେହ ।

2-Odisha Corona Report: ଦିନକରେ ୧୨ ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୮୫୪ରେ ପହଞ୍ଚିଛି ।

3-ସରିଲା ତୋଷାଳି ମେଳା, ଏଥର 16 କୋଟିରୁ ଊର୍ଦ୍ଧ୍ବ ବେପାର

ଉଦଯାପିତ ହୋଇଯାଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଗତ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ରବିବାର ଶେଷ ହୋଇଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ଦିବସରେ ଜନତା ମଇଦାନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା ।

4-ଗୁଜୁରାଟର କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, 6 ଜୀବନ୍ତ ଦଗ୍ଧ

ଗୁଜୁରାଟରେ ଭୟାବହ ଅଗ୍ମିକାଣ୍ଡ । ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ସୂଚନା ।

5-କାହା ହାତକୁ ଯିବ ପାକିସ୍ତାନ କ୍ଷମତା ଡୋରି ? ଶେହବାଜ ନା କୁରେଶୀ

ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ବଳରେ ଗାତିଚ୍ୟୁତ ହୋଇଛନ୍ତି । କଳେ ବଳେ କୌଶଳେ ଗାଦି ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଇମ୍ରାନ୍‌ ‌ଖାନ୍‌ଙ୍କ ସବୁ ଖେଳ ଖତମ ହୋଇଯାଇଛି । ଏହା ପରେ ପାକର ନୂଆ ପ୍ରଧାନମନ୍ତ୍ରୀ ବଛା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

6-2+2 Ministerial Dialogue: ପ୍ରତିରକ୍ଷା ପ୍ରସଙ୍ଗରେ ଅଷ୍ଟିନଙ୍କୁ ଭେଟିବେ ରାଜନାଥ

ଆଜିଠୁ(ସୋମବାର) ୱାଶିଂଟନ ଡିସିରେ ଭାରତ ଓ ଆମେରିକା 2+2 ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଆଜି ପ୍ରତିରକ୍ଷା ପ୍ରସଙ୍ଗରେ ରାଜନାଥ ଅଷ୍ଟିନଙ୍କ ମଧ୍ୟରେ ବୈଠକ ହେବ ।

7-India Corona Report: ଦିନକରେ ୮୬୧ ସଂକ୍ରମିତ, ୬ ମୃତ

ଦେଶରେ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 861 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 861 fresh covid cases)। ଆଜି ମୃତ୍ୟୁ ସଂଖ୍ୟା କମିଛି । ଦିନକରେ ଦେଶରେ ୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 929 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

8-ରାମ ନବମୀରେ ସାମ୍ପ୍ରଦାୟିକ ହିଂସା, ମଧ୍ୟପ୍ରଦେଶରେ କର୍ଫୁ

ରାମ ନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି ।

9-ଭାରତ ପ୍ରଥମେ ପାଳିଥିଲା ଜାତୀୟ ନିରାପଦ ମାତୃତ୍ବ ଦିବସ, ଜାଣନ୍ତୁ ଏହା ପଛର ଇତିହାସ

ଆଜି ଜାତୀୟ ନିରାପଦ ମାତୃତ୍ବ ଦିବସ । ନାରୀର ସୁରକ୍ଷିତ ଗର୍ଭ ଧାରଣ, ପ୍ରସବକାଳୀନ ନିରାପତ୍ତା ଓ ପ୍ରସବ ପରେ ମାର ସ୍ବାସ୍ଥ୍ୟ ସେବାକୁ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ।

10-IPL 2022: ଆଜି ସନରାଇଜର୍ସ ବନାମ ଗୁଜୁରାଟ ଫାଇଟ

ଚଳିତ ଆଇପିଏଲରେ ଆଜି (ସୋମବାର) 21 ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.