ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @11AM
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 14, 2022, 11:01 AM IST

1. INDIA CORONA: 3 ଲକ୍ଷ ମୁହାଁ ଦୈନିକ ସଂକ୍ରମଣ, ଦିନକରେ 264202 ପଜିଟିଭ

ଦିନକରେ ଅଢେଇ ଲକ୍ଷ ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,64,202 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ।

2. Odisha Corona Report: ଦିନକରେ ୧୦୨୭୩ ପଜିଟିଭ, 4 ମୃତ

ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୨୭୩ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ସେହିପରି 4ଜଣଙ୍କ ଜୀବନ ନେଇଛି ମହାମାରୀ ।

3. କୋରୋନା ଲଢେଇରେ ସାମିଲ ୨ ନୂଆ ଅସ୍ତ୍ର, WHO କଲା ମଞ୍ଜୁର

ପାଳି କରି ତାଣ୍ଡବ ରଚିଛି ମହାମାରୀ । ଏହା ବିରୋଧରେ ଲଢେଇ ପାଇଁ ଚାଲିଛି ଅସ୍ତ୍ର ତିଆରି । ଟୀକାରଣ ହିଁ ମହାମାରୀ ଲୋପ କରିବାର ମାଧ୍ୟମ । ଏହି ମୁକାବିଲାରେ ସାମିଲ ହୋଇଛି ଆଉ ଦୁଇ ନୂଆ ଚିକିତ୍ସା । ହୁ (World Health Organization) ୨ଟି ନୂଆ ପ୍ରକାର ଟ୍ରିଟମେଣ୍ଟକୁ ଅନୁମତି ଦେଇଛି ।

4. ଭିତରକନିକାରେ ଶେଷ ହେଲା ପକ୍ଷୀ ଗଣନା, ଏ ବର୍ଷ ବଢିଛି ପ୍ରଜାତି ଓ ସଂଖ୍ୟା

ଭିତରକନିକାରେ ଶେଷ ହେଲା ପକ୍ଷୀଗଣନା । ଗତବର୍ଷ ତୁଳନାରେ ବଢିଛି ପ୍ରଜାତି ଓ ପକ୍ଷୀଙ୍କ ସଂଖ୍ୟା ।

5. Guwahati-Bikaner Express Derailed: ଟ୍ରେନ ଦୁର୍ଘଟଣାରେ 9 ମୃତ, 36 ଆହତ

ପଶ୍ଚିମବଙ୍ଗରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ନ୍ୟୁ ଦୋମହାନି ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ।ଏଥିରେ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 36 ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଟ୍ରେନରେ 1200 ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି ।

6. ରୋଡ ଡିଭାଇଡରକୁ ଧକ୍କା ଦେଲା କାର୍‌, ଚାଲିଗଲା 7 ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । କାନନାକଟେ ନିକଟସ୍ଥ ଜାଗାଲୁର ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ରୋଡ ଡିଭାଇଡରକୁ କାର ଧକ୍କା ଦେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

7. କଂଗ୍ରେସର ଅଭିଯୋଗ ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ

ରାୟଗଡ଼ା ଡିଭିଜନକୁ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ରେଳପଥରେ ମିଶାଇବା ପ୍ରସଙ୍ଗ । କଂଗ୍ରେସର ଅଭିଯୋଗ ପରେ ତ୍ରୁଟି ସ୍ୱୀକାର କରି କ୍ଷମା ପ୍ରାର୍ଥନା କଲା ରେଳବାଇ ।

8. ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ । ୮୧ ବର୍ଷ ବୟସରେ ହୃଦଘାତରେ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି ।

9. ଆଜି ଶ୍ରୀମନ୍ଦିରରେ ମକର ନୀତି, ମାଳଚୂଳ ପିନ୍ଧି ମକର ବେଶରେ ମହାପ୍ରଭୁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ଶ୍ରୀଜିଉ ମକର ଚୌରାଶି ବେଶରେ ସଜେଇ ହୋଇଛନ୍ତି ।

10.ରେଳ ପ୍ରକଳ୍ପ ସମୀକ୍ଷା ବୈଠକ: ଜମି ଅଧଗ୍ରହଣ ଓ କାର୍ଯ୍ୟ ତ୍ବରାନ୍ବିତ ଲାଗି ନିର୍ଦ୍ଦେଶ

ରାଜ୍ୟରେ ଜାରି ରହିଛି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ । ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧଗ୍ରହଣ ଓ ଏ କ୍ଷେତ୍ରରେ ଥିବା ସମସ୍ତ ଅସୁବିଧା ଦୂର କରିବା ଦିଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି (railway project Review Meeting) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.