1.ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର କଲେ 3 କୃଷି ଆଇନ
ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, 3 କୃଷି ଆଇନ ପ୍ରତ୍ୟାହାର । କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ ।
2.ODISHA CORONA: ଦିନକରେ ୨୪୨ କୋରୋନା ପଜିଟିଭ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୨କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
3. INDIA CORONA: ୧୧,୧୦୬ ନୂଆ ସଂକ୍ରମିତ, ୪୫୯ ମୃତ
ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ 11,106 ନୂଆ ସଂକ୍ରମିତ । ଆଖି ବୁଜିଲେ 459 ଜଣ ଆକ୍ରାନ୍ତ ।
4. କଟକଣାରେ ଭାସିଲା ଡଙ୍ଗା, ପରମ୍ପରା ପାଳିଲେ ଶ୍ରଦ୍ଧାଳୁ
କଟକଣାରେ ଭାସିଲା ଡଙ୍ଗା, ପରମ୍ପରା ପାଳିଲେ ଶ୍ରଦ୍ଧାଳୁ
5. World Toilet Day: ଆଜିବି ଶୌଚାଳୟ ସୁବିଧାରୁ ବଞ୍ଚିତ ଅନେକ ଲୋକ
ଆଜି ବିଶ୍ବ ଶୌଚାଳୟ ଦିବସ । ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ବ ଶୌଚାଳୟ ଦିବସ ଭାବେ ପାଳନ କରାଯାଇ ପରିମଳକୁ ନେଇ ଲୋକଙ୍କୁ ସଚେତନ ତଥା ଶୌଚାଳୟ ବ୍ୟବହାର କରିବାକୁ ଉତ୍ସାହିତ କରାଯାଏ ।
6.୯୦ ବର୍ଷୀୟା ବୃଦ୍ଧାଙ୍କୁ ପର କରିଦେଲେ ପୁଅ, ସାହି ପଡ଼ିଶା ପାଲଟିଛନ୍ତି ଆଶାବାଡ଼ି
ବୟସର ଅପରାହ୍ନରେ ନୟାଗଡ ଘଡୁଆଳ ଗାଁ'ର ସୁଲେଇ ପାତ୍ର । ପରିଣତ ବୟସରେ ପର କରିଦେଲେ ୩ ପୁଅ । ଫଳରେ ସାହି ପଡ଼ିଶା ପାଲଟିଛନ୍ତି ଆଶାବାଡ଼ି ।
7. ଭାରତୀୟ ମହିଳା ଫୁଟବଲ ଟିମରେ ଦୁଇ ଓଡିଆ ସାମିଲ
ଭାରତୀୟ ମହିଳା ଫୁଟବଲ ଟିମରେ ସାମିଲ ହୋଇଛନ୍ତି ଦୁଇ ଓଡିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନା ।
8.ଜୟନ୍ତୀରେ ଯୋଦ୍ଧାଙ୍କୁ ଝୁରୁଛି ଦେଶ, ନାଁ ଶୁଣିଲେ ଥରି ଉଠୁଥିଲା ଗୋରାଙ୍କ ଛାତି
857ରେ ପ୍ରଥମ ସ୍ବାଧୀନତା ଆନ୍ଦୋଳନରେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରିଥିବା ବୀରଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅନ୍ୟତମ ।
9. ମିଳିଲାନି ମହାପ୍ରଭୁଙ୍କ ଦର୍ଶନ, କୋହ ସମ୍ଭାଳିପାରୁନି ଶ୍ରଦ୍ଧାଳୁ
ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଆକର୍ଷଣୀୟ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି ।
10. ଆଜି କାର୍ତ୍ତିକ ପୂର୍ଣ୍ଣିମା: ଏକାଠି ଭାସିଲାନି ଡଙ୍ଗା, ଶୁଭିଲାନି ଆ-କା-ମା-ବୈ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମିକ କାର୍ତ୍ତିକ ମାସର ଆଜି ଶେଷ ଦିନ । କିନ୍ତୁ କୋରୋନା କଟକଣା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୂହିକ ଭାବେ ଡଙ୍ଗା ଭସା ପାଳନ ହୋଇ ନାହିଁ ।