ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଅପରାହ୍ନ ୧ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 21, 2022, 1:05 PM IST

1. ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା । ମୟୂରଭଞ୍ଜର କିଛି ସ୍ଥାନ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେବ। ତେବେ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

2. ଉପରମୁଣ୍ଡରେ ପ୍ରବଳ ବର୍ଷା, ବୈତରଣୀରେ ବନ୍ୟା ପରିସ୍ଥିତି

ପୁଣି ଥରେ ବୈତରଣୀ ନଦୀରେ ଦ୍ବିତୀୟ ବନ୍ୟା ଆସିଛି । ଏହି ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିଛି ।

3. ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର, ବଡ ବନ୍ୟା ଆଶଙ୍କା

ମୟୂରଭଞ୍ଜରେ ହାରାହାରି 125 ଓ ବାଲେଶ୍ଵର ଜିଲ୍ଲାରେ 97 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି।

4. ମହାନଦୀରେ ଭାସିଗଲା ଡଙ୍ଗା, ମୃତ୍ୟୁମୁଖରୁ ଫେରିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯନ୍ତ୍ର ଚାଳିତ ଡଙ୍ଗା । ପାରାଦ୍ୱୀପ ମୂଷାଡିଆରୁ ମହାକାଳପଡ଼ା ବାହାକୁଦ ଘାଟକୁ ଫେରୁଥିବା ବେଳେ ଡଙ୍ଗାଟି ମହାନଦୀର ଗଭୀର ଜଳରାଶିକୁ ଚାଲିଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ଉଦ୍ଦାର କଲା ଅଗ୍ନିଶମ ବିଭାଗ ।

5. ଟଳୁଛି ବନ୍ୟା ବିପଦ, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

ନଦୀ ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗୁଛି । ରାଜ୍ୟରେ ବନ୍ୟା ବିପଦ ଧୀରେ ଧୀରେ କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

6. ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କଲା CBI

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି । ଅବକାରୀ ଦୁର୍ନୀତି ମାମଲାର ସମସ୍ତ ଅଭିଯୁକ୍ତଙ୍କ ସମେତ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

7. ଚନ୍ଦ୍ରପୃଷ୍ଠରେ ଆମେରିକାନଙ୍କ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚିହ୍ନଟ କଲା NASA

ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀଙ୍କୁ ପଠାଇବାକୁ ଯୋଜନା କରୁଛି ନାସା, NASA(National Aeronautics and Space Administration) । ଆର୍ଟେମିସ୍(Artemis) ଅଧୀନରେ NASA ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବା ପାଇଁ 13ଟି candidate regions ବା ପ୍ରାର୍ଥୀ ଅଞ୍ଚଳ ଚିହ୍ନଟ କରିଛି(NASA identifies 13 candidate landing regions) ।

8. ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବିଳମ୍ବ, ୨୦୨୩ ସୁଦ୍ଧା ସରିବ କାମ

ନେତାଜୀ ବସ ଟର୍ମିନାଲର ସ୍ଥିତି ସମୀକ୍ଷା କରିଛନ୍ତି କଟକ ମେୟର ଓ କମିଶନର । ୨୦୨୩ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଲକ୍ଷ ରହିଥିବା କହିଲେ ମେୟର ।

9. Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

ଦୁର୍ବଳ ହେଲା ଗଭୀର ଅବପାତ । ଆଜିଠୁ ରାଜ୍ୟରେ କମିବ ବର୍ଷା । ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

10. ଡମ୍ପିଂୟାର୍ଡ ସମସ୍ୟା, ଖୁବ ଶୀଘ୍ର ଫିଟିପାରେ ସମାଧାନ ବାଟ

ଭୁବନେଶ୍ବର ପରିମଳ ସମସ୍ୟା ସମାଧାନ ନେଇ ସମନ୍ବୟ ବୈଠକ । ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବାଟ ଫିଟିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.