ଶ୍ରୀନଗର: ଘାଟିରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କୀ ସଂଗଠନ ଲସ୍କର-ଏ-ତାଇବା (LET) ଆତଙ୍କବାଦୀ ସଲିମ ପାରେ ସମେତ ୨ ଆତଙ୍କୀ ନିପାତ ହୋଇଛନ୍ତି । ଆଜି (ସୋମବାର) ଅପରାହ୍ନରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ଦେଇଛି ସ୍ଥାନୀୟ ପୋଲିସ ।
ସୂଚନା ଅନୁସାରେ, ଶ୍ରୀନଗର ସହରରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ସ୍ଥାନୀୟ ପୋଲିସ୍ ଏବଂ ସୁରକ୍ଷା ବାହିନୀର ମିଳିତ ଟିମ୍ ।
ଏହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଏନକାଉଣ୍ଟରରେ ଲସ୍କର-ଇ-ତୋଏବାର ଜଣେ ଟପ କମାଣ୍ଡର କୁହାଯାଉଥିବା ଆତଙ୍କବାଦୀ ସଲିମ ପାରେ ସହ ଅନ୍ୟ ଜଣେ ଆତଙ୍କୀ ମଧ୍ୟ ସଫା ହୋଇଛି ।
ଏବେ ମଧ୍ୟ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ