ETV Bharat / bharat

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଟ୍ରାଲ ଏନକାଉଣ୍ଟରରେ ଟପ୍‌ ଜୈଶ କମାଣ୍ଡର ସଫା - Tral encounte

ଜମ୍ମୁ କାଶ୍ମୀର ଟ୍ରାଲରେ ବଡ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଶାମ ସୋଫିର ଗଡିଛି ମୁଣ୍ଡ । ଅଧିକ ପଢନ୍ତୁ...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଟ୍ରାଲ ଏନକାଉଣ୍ଟରରେ ଟଳିଲା ଟପ୍‌ ଜୈଶ କମାଣ୍ଡରର ମୁଣ୍ଡ

author img

By

Published : Oct 13, 2021, 4:59 PM IST

ଶ୍ରୀନଗର: ଘାଟିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଜମ୍ମୁ କାଶ୍ମୀରର ଟ୍ରାଲରେ ବଡ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଶାମ ସୋଫିର ଗଡିଛି ମୁଣ୍ଡ । ଏନେଇ ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର ।

ଅବନ୍ତିପୋରାର ଟ୍ରାଲରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ପ୍ରୟାସରେ ଚାଲିଥିଲା ଅପରେସନ । ଗତ 2 ଦିନରେ 5 ଆତଙ୍କୀଙ୍କୁ ନିପାତ କରିସାରିଛନ୍ତି ସୁରକ୍ଷାକର୍ମୀ । ସୋପିଆନରେ ସୋମବାର ଓ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଅପରେସନରେ 5 ଆତଙ୍କବାଦୀଙ୍କ ନିହତ ହୋଇଛି । ସୋପିଆନ ତୁଲରାନ ଓ ଫେରିପୋରା ଅଞ୍ଚଳରେ ହୋଇଥିବା ଏହି ଅପରେସନରେ ସିଆପପିଏଫର 187 ବାଟାଲିଅନ, ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ କାଶ୍ମୀର ପୋଲିସର ଯବାନ ସାମିଲ ଥିଲେ ।

ଘାଟିରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କୀ । ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଗୁଳିରେ ଅନେକ ସାଧାରଣ ଲୋକେ ପ୍ରାଣ ହରାଇସାରିଲେଣି । ଏମାନଙ୍କ ମଧ୍ୟରେ 2 ଶିକ୍ଷକ ଓ କାଶ୍ମୀର ପଣ୍ଡିତ ମଧ୍ୟ ସାମିଲ ଅଛନ୍ତି । ସେପଟେ ଅପରେସନ ସମୟରେ ଆତଙ୍କୀଙ୍କ ଗୁଳିରେ 5 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.