ଲକ୍ଷ୍ନୌ: ବର୍ତ୍ତମାନ ଚାଲିଛି ବିବାହ ଋତୁ । ମନ୍ଦିର ହେଉ ଅବା ଘରେ ବା ମଣ୍ଡପରେ ଏବେ ସବୁଠି ବିବାହର ଆୟୋଜନ ଜାରି ରହିଛି । ଏମିତିକି ସୋସିଆଲ ମିଡିଆରେ ଦିନ ପ୍ରତିଦିନ ଏବେ ବର କନ୍ୟାଙ୍କ ବିବାହ ଫଟୋ ମଧ୍ୟ ଅପଲୋଡ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ବିବାହ ଋତୁରେ ବାଦ ପଡିନାହାନ୍ତି ପଶୁ । ଉତ୍ତର ପ୍ରଦେଶର ଆଲିଗଡରେ ଦୁଇ ପୋଷା କୁକୁରଙ୍କ ବିବାହ ଅନୁଷ୍ଠିତ ହୋଇଛି । ପୋଷା କୁକୁର ଟମି ସହ ଜେଲିର ବିବାହ ଅନୁଷ୍ଠିତ ହୋଇଯାଇଛି । ବର ବେଶରେ ଟମି ସଜ ହୋଇଥିବା ଦେଖିବାକୁ ମିଳିଥିବା ବେଳେ କନ୍ୟା ବେଶରେ ସଜେଇ ହୋଇଥିଲା ଜେଲି । ଉଭୟଙ୍କ ବିବାହ ସରିବା ପରେ ନିଜ ମାଲିକ ଠାରୁ ବିଦାୟ ନେଇ ଟମି ଘରକୁ ଯାଇଥିଲା ଜେଲି ।
-
#WATCH | A male dog, Tommy and a female dog, Jaily were married off to each other in UP's Aligarh yesterday; attendees danced to the beats of dhol pic.twitter.com/9NXFkzrgpY
— ANI UP/Uttarakhand (@ANINewsUP) January 15, 2023 " class="align-text-top noRightClick twitterSection" data="
">#WATCH | A male dog, Tommy and a female dog, Jaily were married off to each other in UP's Aligarh yesterday; attendees danced to the beats of dhol pic.twitter.com/9NXFkzrgpY
— ANI UP/Uttarakhand (@ANINewsUP) January 15, 2023#WATCH | A male dog, Tommy and a female dog, Jaily were married off to each other in UP's Aligarh yesterday; attendees danced to the beats of dhol pic.twitter.com/9NXFkzrgpY
— ANI UP/Uttarakhand (@ANINewsUP) January 15, 2023
ବୈଦିକ ରୀତିନୀତି ଅନୁଯାୟୀ ଏହି ବିବାହ ହୋଇଥିବା ବେଳେ ଢୋଲର ତାଳେ ନାଚି ଉଠିଥିଲେ ବରଯାତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିବାହ ପାଇଁ କନ୍ୟା ସାଜିଥିବା ଜେଲିର ଘର ପୁରା ଟେଣ୍ଟରେ ସାଜସଜ୍ଜା ହୋଇଛି । ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଢୋଲ ବଜାଉଥିବା ବେଳେ କିଛି ଯୁବତୀ ଡ୍ୟାନ୍ସ କରୁଛନ୍ତି । ଏହାପରେ ଜଣେ ବ୍ୟକ୍ତି ତଳେ ବସିଥିବା ବେଳେ ଟମି ଓ ଜେଲିକୁ ନିଜ ସାଇଡରେ ଧରିଛନ୍ତି । ଟମି ବେକରେ ନାଲି ରଙ୍ଗର ଫୁଲ ମାଳ ପିନ୍ଧିଥିବା ବେଳେ ଜେଲି ଏକ ଧଳା ମାଳ ପିନ୍ଧିବା ସହ ତାର ଉପରେ ଏକ ନାଲି ରଙ୍ଗର ଓଢଣୀ ପଡିଥିବା ଦେଖିବାକୁ ମିଳିଛି ।
ଟମି ସୁଖରବାଲି ଗ୍ରାମର ମୁଖ୍ୟ ଦିନେଶ ଚୌଧୁରୀଙ୍କ ପୋଷା କୁକୁର ହୋଇଥିବା ବେଳେ ଜେଲି ହେଉଛି ଟିକିରି ରାୟପୁର ଗ୍ରାମର ରାମପ୍ରକାଶ ସିଂଙ୍କ ମହିଳା ପୋଷା କୁକୁର । ଗତ ୧୪ ତାରିଖ ଦିନ ଉଭୟଙ୍କ ବିବାହ ହୋଇଥିଲା । ଏଥି ପାଇଁ ରୋଷଣୀରେ ବର ବାହାରି ବରଯାତ୍ରୀଙ୍କ ସହ ପହଞ୍ଚି ଥିଲା ଜେଲିର ଘର ରାୟପୁର ଗ୍ରାମରେ । ଏହାପରେ ଜେଲିର ଘରେ ଟମିର ପରିବାର ଲୋକ ପହଞ୍ଚିବା ପରେ ଚାଙ୍କୁ ତିଲକ ଲଗାଇ ସ୍ବାଗତ କରାଯାଇଥିଲା । ଏହାପରେ ବର ଓ କନ୍ୟା ସାଜିଥିବା ପୋଷା କୁକୁର ବରଣ ମାଳା ପିନ୍ଧି ସାତ ଫେରା ନେଇଥିଲେ । ଏଥି ସହ ସେମାନଙ୍କ ଦେଶୀ ଘିଅରେ ତିଆରି ହୋଇଥିବା ଖାଦ୍ୟ ପରସା ଯାଇଥିଲା ।
ଏନେଇ ଟମିର ମାଲିକ ଦିନେଶ ଚୌଧୁରୀ କହିଛନ୍ତି ଯେ, ମକର ସଂକ୍ରାନ୍ତି ଅବସରରେ ଆମେ ଦେଶୀ ଘିଅରେ ଆଜି ଖାଦ୍ୟ ପ୍ରସ୍ତୁତ କରିଥିଲୁ । ଏହାପରେ ଅନ୍ୟ କୁକୁରଙ୍କୁ ମଧ୍ୟ ବିବାହ ଅବସରରେ ଖାଇବାକୁ ଦେଇଥିଲୁ । ଏଥି ପାଇଁ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । '' ତେବେ ଟମି ଓ ଜେଲିର ବିବାହ ସରିବା ପରେ ସନ୍ଧ୍ୟାରେ ବିଦାୟ ଉତ୍ସବ ହୋଇଥିଲା । କନ୍ୟା ସାଜିଥିବା ଜେଲି ବର ଘରକୁ ଆସିଥିଲା ।