ETV Bharat / bharat

ଦେବଭୂମିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭୟକୁ ପଛରେ ପକାଇଛି ଆଜିର ନୂଆ ଭାରତ

author img

By ETV Bharat Odisha Team

Published : Oct 13, 2023, 8:20 AM IST

ଦିନିକିଆ ଉତ୍ତରାଖଣ୍ଡ ଗସ୍ତ କରି ରାଜ୍ୟବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi Uttarakhand visit
pm modi Uttarakhand visit

ଡେରାଡୁନ: ଦିନିକିଆ ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ପିଥୋରଗାଡରେ ଏକ ଜନସଭାକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧ୍ୟାତ୍ମିକ ଓ ଅପ୍ରତିମ ସୌର୍ଯ୍ୟ, ରାଷ୍ଟ୍ରରକ୍ଷା ଓ ତୀର୍ଥଭୂମିର ଏହି ପବିତ୍ର ମାଟିକୁ ମୁଁ ଯେବେ ଆସିଛି ଧନ୍ୟ ହୋଇଯାଏ । ଉତ୍ତରାଖଣ୍ଡର ସାମର୍ଥ୍ୟ ଅଦ୍ଭୂତ ଅତୁଳନୀୟ । ଉତ୍ତରାଖଣ୍ଡ ବିକାଶର ଶିଖର ଛୁଇଁବ । ଆଜିର ନୂଆ ବିକଶିତ ଭାରତ ଭୟଠୁ ବହୁ ଦୂରରେ । ଭୟକୁ ପଛରେ ପକାଇ ଦେଇଛି ଆଜିର ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Uttarakhand: PM Modi says, "...We have started developing the border villages not as the last but the first villages of the country. This work could have been done by earlier governments. However, earlier governments did not develop the border area due to the fear that… pic.twitter.com/mYBcB5yaTj

    — ANI (@ANI) October 12, 2023 " class="align-text-top noRightClick twitterSection" data=" ">

ପୂର୍ବ ସରକାର ସୀମାକୁ ଆସିବାକୁ ଡରୁଥିଲେ: ପିଥୋରାଗଡରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଦେଶର ସୀମାବର୍ତ୍ତୀ ଗାଁରେ ବିକାଶ କରିଛୁ । ଏହା ପୂର୍ବ ସରକାରଙ୍କ ସମୟରେ ହୋଇନଥିଲା । ଭୟ କାରଣରୁ ପୂର୍ବ ସରକାର ସୀମବର୍ତ୍ତୀ ଅଞ୍ଚଳର ବିକାଶ କରିନାହିଁ । ଆଜିର ନୂଆ ଭାରତ ପୂର୍ବ ସରକାରର ଭୟକୁ ପଛରେ ପକାଇ ଆଗକୁ ବଢିଛି । ପୂର୍ବ ସରକାର ଦେଶର ସମୀକୁ ଆସିବାକୁ ଭୟ କରୁଥିଲେ । ତେଣୁ ସେ ସୀମା ବର୍ତ୍ତୀ ଗାଁକୁ ଦୃଷ୍ଟି ଦେଇନଥିଲେ । ସରକାର ଭାବୁଥିଲେ ଏହି ଅଞ୍ଚଳର ବିକାଶ ହେଲେ ଶତ୍ରୁ ପକ୍ଷ ଏହାର ଫାଇଦା ନେଇ ଭିତରକୁ ପ୍ରବେଶ କରିବେ । ନା ଆମେ ଭୟ କରୁ ନା ଭୟଭୀତ କରାଉ । ଆଜିର ନୂଆ ଭାରତ ପୂର୍ବ ସରକାରର ଏହି ଭୟାତୁର ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢିଛି । ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ବିକାଶକୁ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ଗତ 9 ବର୍ଷରେ ସୀମାବର୍ତ୍ତୀ ଆଞ୍ଚଳରେ 4200 କିମି ଲମ୍ବା ସଡ଼କ କରାଯାଇଛି । ଆମେ ସୀମାବର୍ତ୍ତୀ ଗାଁକୁ ଅନ୍ତିମ ନୁହେଁ ପ୍ରଥମ ଗାଁ ଭାବେ ବିକଶିତ କରିବା ଆରମ୍ଭ କରିଛୁ ।

ଏହି ବି ପଢନ୍ତୁ...ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା, ଶଙ୍ଖ ଫୁଙ୍କିଲେ ଡମ୍ବୁରୁ ବଜାଇଲେ

ଉତ୍ତରାଖଣ୍ଡର ପ୍ରତି ଗାଁରେ ଦେଶର ରକ୍ଷକ ଅଛନ୍ତି: ଉତ୍ତରାଖଣ୍ଡର ପ୍ରତି ଗାଁରେ ଦେଶର ରକ୍ଷକ ଅଛନ୍ତି । ଏଠାକାର ମାତା ବୀର ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି ଯିଏ ଆମ ଦେଶର ରକ୍ଷା କରୁଛନ୍ତି । ୱାନ୍‌ ରାଙ୍କ ୱାନ ପେନସନର ଦାବିକୁ ଆମ ସରକାର ପୂରଣ କରିଛନ୍ତି । ଆମର ତ୍ରିରଙ୍ଗା ଉଚ୍ଚ ଆକାଶରେ ଉଡ଼ୁଛି । ଆମ ଚନ୍ଦ୍ରଯାନ ସେଠି ପହଞ୍ଚିଛି ଯେଉଁଠି କୌଣସି ଦେଶ ପହଞ୍ଚି ନାହିଁ । ଚନ୍ଦ୍ରଯାନ ପହଞ୍ଚିଥିବା ସ୍ଥାନକୁ ଶିବଶକ୍ତି ନାମ ଦିଆଯାଇଛି । ଭାରତ ସବୁ ରେକର୍ଡ ଭାଙ୍ଗିଛି । ଆଜି ବିଶ୍ବ ଭାରତର ଶକ୍ତି ସାମର୍ଥ୍ୟ ଦେଖୁଛି କେବଳ ସ୍ପେସ ନୁହେଁ ସ୍ପୋର୍ଟ୍ସରେ ମଧ୍ୟ ଭାରତର ସାମର୍ଥ୍ୟ ଦେଖିଛି । ଦୂର ପାହାଡ଼ରେ ଦେଶର କୋଣ କୋଣରେ ଯେଉଁ ଲୋକ ରହୁଛନ୍ତି ତାଙ୍କ ପାଇଁ ଆମେ ଚିନ୍ତା କରୁଛି । 5 ବର୍ଷରେ 13.5 କୋଟି ଲୋକ ଗରିବୀରୁ ମୁକୁଳିଛନ୍ତି । ଆଜି ଭାରତ ବିକାଶର ନୂଆ ଦିଗରେ ଅଗ୍ରସର ହେଉଛି । ସମଗ୍ର ବିଶ୍ବରେ ଭାରତର ଗୌରବ ଗାନ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଉତ୍ତରାଖଣ୍ଡ ଗସ୍ତ କରି ପ୍ରଥମେ ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିବା ପରେ ଆଦି କୈଳାଶ ଦର୍ଶନ ସହ ଯାଗେଶ୍ବର ଧାମରେ ଆଳତୀ କରିଥିଲେ । ଏହାପରେ 14 ହଜାର ଫୁଟ ଉଚ୍ଚରେ ଥିବା ସୀମାବର୍ତ୍ତୀ ଗୁଞ୍ଜି ଗାଁ ବୁଲିଥିଲେ । ଏହା ପରେ ଆଇଟିବିପି, ବିଆରଓ ଓ ସେନା ଅଧିକାରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ 4200 କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଏହା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.