ନୂଆଦିଲ୍ଲୀ: ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ (UP assembly election) । ଏନେଇ ବିଭିନ୍ନ ରାଜନୈତିକ ଦଳର ଅଙ୍କକଷା ଆରମ୍ଭ ହୋଇଯାଇଛି । ଦଳୀୟ କର୍ମୀଙ୍କ ସହିତ ଘନ ଘନ ବୈଠକ କରୁଛନ୍ତି ରାଜନୈତିକ ଦଳ । ବିଜେପି ସତ୍ତା ବଜାୟ ରଖିବା ପାଇଁ କସରତ ଆରମ୍ଭ କରିଥିବା ବେଳେ କଂଗ୍ରେସ ପଛରେ ପଡିନାହିଁ । ଆସନ୍ତା ବିଧାନସଭାରେ ସିଟ ହାତେଇବା ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛି ।
ତେବେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ ( Rahul Gandhi Visit Prayagraj )ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ ପ୍ରୟାଗରେ ପହଞ୍ଚି ସେଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଭାଗନେବେ ଏବଂ ଏହାପରେ ସେ ସ୍ବରାଜ ଭବନରେ ରାତ୍ରି ଯାପନ କରିବେ । ଏନେଇ ଗତକାଲି ସୂଚନା ମିଳିଥିଲା ।